Search for:
  • Home/
  • ମହାନଗର/
  • ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

Spread the love

Loading

ସରକାରୀ ଶିକ୍ଷା ଅନୁଷ୍ଠାନରେ ମଦର ପ୍ରାଦୁର୍ଭାବକୁ ନେଇ ମୋନାର ବିକ୍ଷୋଭ

ଭୁବନେଶ୍ୱର : ନିକଟ କିଛି ଦିନ ତଳେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଦର ପ୍ରାଦୁର୍ଭାବ କିଭଳି ବେଶ ବଢିଗଲାଣି ସେ ସଂକ୍ରାନ୍ତରେ ସମ୍ବାଦପତ୍ରରେ ଖବର ପରିବେଷଣ ହୋଇଥିବାବେଳେ ଏହି ଘଟଣାକୁ  ଦୃଢ ନିନ୍ଦା କରିଛି ମୋନା । ସେଥିପାଇଁ ମୋନା ଆଜି ଲୋୟର ପିଏମଜି ଠାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ସରକାରଙ୍କ ନିଶା ପ୍ରସାରଣ ନୀତି ଯୋଗୁଁ ସ୍କୁୁଲ, କଲେଜ, ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏଭଳି ସର୍ବନାଶ ଘଟୁଛି ଯାହା ସିଧା ପ୍ରଭାବ ସେଠାରେ ପଢୁଥିବା ଛାତ୍ରଛାତ୍ରିମାନଙ୍କ ଉପରେ ପଡୁଛି ବୋଲି ମୋନା ପକ୍ଷରୁ କୁହାଯାଇଛି ।ଏହି ଅବସରରେ ମୋନାର ସଭାପତି ଶ୍ରୀ ପଦ୍ମଚରଣ ନାୟକ କହିଛନ୍ତି ଯେ, “ସରକାରଙ୍କ ନିଶାପ୍ରସାରଣ ନୀତି ଫଳରେ ରାଜ୍ୟରେ ଏଭଳି ସର୍ବନାଶୀ ପରିସ୍ଥିତି ସୃଷ୍ଟି ହେଲାଣି ଓ ସରକାରଙ୍କ ସବୁ ବିକାଶମୂଳକ କାର୍ଯ୍ୟର ସୁଫଳ ଚୂଲିକୁ ଯାଉଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନସାଧାରଣଙ୍କ ଆର୍ଥିକସ୍ଥିତି ବିପନ୍ନ ହେଲାଣି । ତେଣୁ ୧୯୫୬ ମସିହାରୁ ପଡି ରହିଥିବା ଓଡିଶା ପ୍ରୋହିବିସନ ଆକ୍ଟକୁ ତୁରନ୍ତ କାର୍ଯ୍ୟକାରୀ କରାଗଲେ ହିଁ ରାଜ୍ୟର ଭବିଷ୍ୟତ ଏ ବିପଦରୁ ଉଧୁରିବ” ।ଏହି ପରିପ୍ରେକ୍ଷୀରେ ଓଡିଶାର ମାନ୍ୟବର ରାଜ୍ୟପାଳ ଯିଏକି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୂଳାଧିପତି ଭାବରେ ଅବସ୍ଥାପିତଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚ ଏବଂ ଗଣଶିକ୍ଷା ସଚିବଙ୍କୁ ଯଥାକ୍ରମେ ନକଲ ଦିଆଯିବା ସହ ବିହିତ ତ୍ୱରିତ ଦସ୍ତଙ୍ଘ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି । ସରକାରଙ୍କର ଏହି ବିଷୟକୁ ନେଇ ସକରାତ୍ମକ ପଦକ୍ଷେପକୁ ରାଜ୍ୟବାସୀ ତଥା ବିଶେଷକରି ଯୁବସମାଜ ଓ ଛାତ୍ରଛାତ୍ରୀମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଅନ୍ୟଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏହି ବିଷୟକୁ ନେଇ ରାଜରାସ୍ତାରେ ଓହ୍ଲାଇବାକୁ ବାଧ୍ୟ ହେବ ଓ ଏଥିନିମନ୍ତେ ରାଜ୍ୟସରକାର, ପ୍ରଶାସନ ତଥା ଶିକ୍ଷା ବିଭାଗ ପୂର୍ଣ୍ଣମାତ୍ରାରେ ଦାୟୀ ରହିବେ ।ଆଜିର ଏହି କାର୍ଯ୍ୟକ୍ରମରେ ମୋନାର ସଭାପତି ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଚରଣ ନାୟକଙ୍କ ସହ ଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, ଖଗେଶ୍ୱର ବଳ, କାହ୍ନଚରଣ ବେହୁରା, ଉମାକାନ୍ତ ମଣ୍ଡଳ, ଅରୁଣ ସ୍ୱାଇଁ, ପିତାମ୍ବର ଭୂୟାଁ, ଶୁଭେନ୍ଦୁ ସାମନ୍ତରାୟ, ମଳୟ ତ୍ରିପାଠୀ, ଗିରିଜା ପ୍ରସାଦ ନାୟକ, ଇନ୍ଦୁମତୀ ସାହୁ, ଦୁଷ୍ମନ୍ତ ଜେନା, ନୀଳମଣି ମିଶ୍ର, ଦୁର୍ଗାପ୍ରସାଦ ଦାସ, ଦେବାଶିଷ ମହାପାତ୍ର, ଅପର୍ଣ୍ଣା ନାୟକ, କନକଲତା ଭଞ୍ଜ, ବାସନ୍ତୀ ଆଚାର୍ଯ୍ୟ, ସରୋଜ ମହାପାତ୍ର, ଆଦିତ୍ୟ ପ୍ରଧାନ, କୁଶଳେଶ୍ୱର ଡାଙ୍ଗ, ସତ୍ୟନାରାୟଣ ସାମନ୍ତସିଂହାର, ଜିତେନ୍ଦ୍ର ଦାସ, ଲକ୍ଷ୍ମୀନାରୟଣ ଆଚାର୍ଯ୍ୟ, ମଳୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required