Search for:
  • Home/
  • ରାଜ୍ୟ/
  • ଓଡ଼ିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା-ଫିଏଷ୍ଟା ମଣ୍ଡପରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା-ଫିଏଷ୍ଟା ମଣ୍ଡପରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

Spread the love

Loading

ଭୁବନେଶ୍ୱର:ଓଡ଼ିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା-ଫିଏଷ୍ଟା ମଣ୍ଡପରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋ ପରିବାର ଆବାହକ ଶ୍ରୀ ଅରୁପ କୁମାର ପଟ୍ଟନାୟକ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ପାତ୍ର , ଓଡ଼ିଶା ମୋ ପରିବାର ଇନଚାର୍ଜ ବିଜେଡ଼ି ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ , ରୁଦ୍ର ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଶିବିରରେ ସମସ୍ତ କର୍ପୋରେଟର, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ସୁବାସ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ପୂର୍ବତନ କର୍ପୋରେଟର,ସ୍ଥାନୀୟ ବିଜେଡି ନେତା, ଯୁବ ଛାତ୍ର ଓ ମହିଳା ବିଜେଡ଼ିର ସମସ୍ତ ନେତା ଯୋଗ ଦେଇଥିଲେ। ଏହି ଶିବିରରେ ୪୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣେଇଛନ୍ତି। ସମସ୍ତ ରକ୍ତଦାତା ଓ ସ୍ୱେଚ୍ଛାସେବୀ ମାନଙ୍କୁ ସଂଯୋଜକ କୃତଜ୍ଞତା ଜଣାଇଛନ୍ତି।

Leave A Comment

All fields marked with an asterisk (*) are required