ମିଶନ ଶକ୍ତି ବିଭାଗର ଇ.ସି. ରିଷ୍ଟ୍ରକ୍ଚରିଙ୍ଗ ପ୍ରତ୍ୟାହାର ଦାବିରେ ଦିବା-ରାତ୍ର ଗଣ ଧାରଣା ଅବ୍ୟାହତ
ମିଶନ ଶକ୍ତି ବିଭାଗର ଇ.ସି. ରିଷ୍ଟ୍ରକ୍ଚରିଙ୍ଗ ପ୍ରତ୍ୟାହାର ଦାବିରେ ଦିବା-ରାତ୍ର ଗଣ ଧାରଣା ଅବ୍ୟାହତ : ହଜାର ହଜାର ମହିଳା ଗାନ୍ଧୀ ମାର୍ଗରେ ଦାବି ହାସଲ ପର୍ଯ୍ୟନ୍ତ ଅପେକ୍ଷାରତ ।
ଭୁବନେଶ୍ୱ ତା.୧୩/୦୨ : ଆଜି ପୂର୍ବାହ୍ନରୁ ଲୋୟର ପି.ଏମ୍.ଜିର ଶେଷ ବ୍ୟାରିକେଡ଼ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଭରପୁର ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି କାର୍ଯ୍ୟାନିର୍ବାହୀ (ଇ.ସି.) ସଦସ୍ୟ ରିଷ୍ଟକ୍ଚରିଙ୍ଗ ପ୍ରତ୍ୟାହାର ଦାବିରେ ଦିବା-ରାତ୍ର ଅନିର୍ଦ୍ଦିଷ୍ଟକାଳ ଗଣଧାରଣାରେ ବସି ରହିଛନ୍ତି । ଏକ ବର୍ଣ୍ଣଢ଼୍ୟ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଯାଇ ଲୋୟର ପି.ଏମ୍.ଜିରେ ପହଞ୍ôଚବା ପରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ୩୦ଜିଲ୍ଲାର ଇ.ସି. ସଂଘ କର୍ମକର୍ତ୍ତାମାନେ ତାଙ୍କ ସମସ୍ୟା ସଂପର୍କରେ ହୃଦୟ ବିଦାରକ ଘଟଣାକ୍ରମ ବର୍ଣ୍ଣନା କରିଥିଲେ । ଗତ ୨୫ବର୍ଷ ଧରି ଅଧ୍ୟବସାୟ ଫଳରେ ଶୂନରୁ ଛଅ ଲକ୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଠନ, ଘର ଘର ଯାଇ ଗୃହିଣୀ ମହିଳାମାନଙ୍କୁ ଜୀବିକା ଅର୍ଜନର ରାହା ଦେଖାଇବା ପାଇଁ ବ୍ୟାଙ୍କକୁ ନେଇ ଋଣ ପ୍ରଦାନ, ମହିଳା କର୍ମୀଙ୍କ ଦ୍ୱାରା କ୍ଷୁଦ୍ର ବ୍ୟବସାୟ, ବାଣିଜ୍ୟ, ହସ୍ତଶିଳ୍ପ, କୁଟୀରଶିଳ୍ପ ପରିଚାଳନା କରାଇବା ସହ ଏହି ସଂସ୍ଥାଗୁଡ଼ିକର ସୁପରିଚାଳାନା ତଦାରଖ ଓ ବ୍ୟାଙ୍କ ଋଣ ପରିଶୋଧ କରାଇ ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇଥିବାବେଳେ ମୋହନ ଚରଣ ମାଝୀଙ୍କ ସରକାର କଲମ ଗାରରେ ତଥା କଥିତ ପରିତ୍ୟକ୍ତ ରିଷ୍ଟ୍ରକ୍ଚରିଙ୍ଗ ବା ପୁନର୍ଗଠନ ନାମରେ ଲକ୍ଷାଧିକ କାର୍ଯ୍ୟରତ ମିଶନ ଶକ୍ତି ଓ ଜୀବିକା ମିଶନ କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କୁ କାର୍ଯ୍ୟରୁ ହଠାଇବା ପାଇଁ ଗତ ଜାନୁଆରୀ ୮ ଓ ୨୨ ତାରିଖରେ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ଦାବିରେ ଏହି ଅନିର୍ଦ୍ଧିଷ୍ଟକାଳ ଗଣ ଧାରଣା ଆରମ୍ଭ ହୋଇଯାଇଅଛି । ଏହି ରିଷ୍ଟ୍ରକ୍ଚରିଙ୍ଗ ଫଳରେ ଲକ୍ଷାଧିକ ଇ.ସି.ଙ୍କ ସମେତ ଦୁଇ ତୃତୀୟାଂଶ ସି.ଆର୍.ପି. ଏବଂ ଏମ୍.ବି.କେ ଭଳି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମଧ୍ୟ ଜୀବିକା ହରାଇବେ । ରାଜ୍ୟରେ ଏବେ ପରିଚାଳିତ ହେଉଥିବା ୬ଲକ୍ଷ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକ ପଦବୀ ହରାଇବେ ଓ ମହିଳା ସ୍ୱୟଂସହାୟ ଗୋଷ୍ଠୀ ଚାହିଁଲେ ମଧ୍ୟ କାର୍ଯ୍ୟରତ ସଭାପତି ଓ ସମ୍ପାଦକ ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ । ସମସ୍ତ କେନ୍ଦ୍ରୀୟ ସ୍କିମ୍ ଯଥା-ଆଇ.ସି.ଡ଼ି.ଏସ୍.ର ଅଙ୍ଗନୱାଡ଼ି, ମଧ୍ୟାହ୍ନ ଭୋଜନର ପାଚିକା ସହାୟିକା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଆଶାକର୍ମୀ ଇତ୍ୟାଦି ସଂପୃକ୍ତ ଗ୍ରାମ ବା ପଡ଼ାର ମହିଳାମାନଙ୍କ ଦ୍ୱାରା ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ କାର୍ଯ୍ୟ କରୁଥିବାବେଳେ ଏନ.ଆର.ଏଲ.ଏମ କେନ୍ଦ୍ରୀୟ ସ୍କିମ୍ର ଏହି କାର୍ଯ୍ୟନିର୍ବାହୀମାନେ ସଂପୃକ୍ତ ପରିସରର ମହିଳାମାନଙ୍କ ଦ୍ୱାରା ଚୟନ ପ୍ରକ୍ରିୟାରେ ମନୋନିତ ହୋଇ ଗତ ୨୫ବର୍ଷ ଧରି କାର୍ଯ୍ୟକରିଆସିଥିବାବେଳେ ୨୦୦୮ ମସିହାରୁ ଅକାମି ହୋଇ ପଡ଼ିରହିଥିବା ଏକ ପରିତ୍ୟକ୍ତ ତଥାକଥିତ ଗାଇଡ଼୍ଲାଇନ୍ ଭିତିରେ ନୂଆ ସରକାର ଏହି ଲକ୍ଷ ଲକ୍ଷ ମିଶନ ଶକ୍ତି ଓ ଜୀବିକା ମିଶନ କାର୍ଯ୍ୟନିର୍ବାହୀ ସ୍କିମ୍