Search for:
  • Home/
  • ରାଜ୍ୟ/
  • ମିଶନ ଶକ୍ତି ସ୍କୁଟର ଯୋଜନା’ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍

ମିଶନ ଶକ୍ତି ସ୍କୁଟର ଯୋଜନା’ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍

Spread the love

Loading

 

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ

ଭୁବନେଶ୍ୱର: ୨୨.୦୭ ମିଶନ ଶକ୍ତି ସ୍କୁଟର ଯୋଜନା’ ନାଁରେ ରାଜ୍ୟ ସରକାର ଆଉ ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘଙ୍କ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍(ସିଏସଏସ) ଏବଂ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟାମାନଙ୍କୁ ଗାଡ଼ି କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଛାଡ଼ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଛି । ମହିଳା ମାନଙ୍କୁ ସଶକ୍ତ କରିବାରେ ରାଜ୍ୟ ସରକାରଙ୍କ ଏହା ଆଉ ଏକ ଐତିହାସିକ ପଦକ୍ଷେପ ବୋଲି କ୍ୟାବିନେଟ୍ ବ୍ରିଫିଂରେ କୁହାଯାଇଛି ।ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନଙ୍କର ବ୍ୟକ୍ତିଗତ ଯାତାୟତକୁ ସୁଗମ କରିବା । ଯୋଗ୍ୟ ସଦସ୍ୟାମାନେ ସେମାନଙ୍କ ମନ ପସନ୍ଦର ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ସେମାନଙ୍କୁ ସମ୍ପୁର୍ଣ୍ଣ ସୁଧ ଫେରସ୍ତ ମିଳିବ ।ରାଜ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ପଞ୍ଚାୟତଠାରୁ ଜିଲ୍ଲା ପର୍ଯ୍ୟନ୍ତ ମହାସଂଘର ସ୍ଥାପନା କରାଯାଇଛି । ମହାସଂଘ ପ୍ରତିନିଧି ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଏବଂ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି ।ବର୍ତ୍ତମାନ ରାଜ୍ୟରେ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି । ସେହିପରି ୧ ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ, ୱାର୍ଡ, ବ୍ଲକ୍, ସଦର ଏବଂ ଜିଲ୍ଲାସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଅଛନ୍ତି ।ଏହାକୁ ମିଶାଇ ଆଜି ରାଜ୍ୟ କ୍ୟାବିନେଟ୍ ରେ ମୋଟ ୧୭ ଟି ପ୍ରସ୍ତାବ ଉପରେ ମୋହର ବାଜିଛି ସରକାରଙ୍କ ‘ମିଶନ ଶକ୍ତି ସ୍କୁଟର ଯୋଜନା’ ରେ ଏମାନେ ଉପକୃତ ହେବେ । ଉକ୍ତ ଯୋଜନା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୨୮.୫୫ କୋଟି ଟଙ୍କାର ବଜେଟ୍ କରାଯାଇଛି ।

Leave A Comment

All fields marked with an asterisk (*) are required