Search for:
  • Home/
  • ରାଜ୍ୟ/
  • ମିଶନ ଶକ୍ତି ଇସିଙ୍କ ଦିଵା- ରାତ୍ର ଗଣଧାରଣା  ଆନ୍ଦୋଳନ ଅବ୍ୟାହତ

ମିଶନ ଶକ୍ତି ଇସିଙ୍କ ଦିଵା- ରାତ୍ର ଗଣଧାରଣା  ଆନ୍ଦୋଳନ ଅବ୍ୟାହତ

Spread the love

Loading

ମିଶନ ଶକ୍ତି ଇସିଙ୍କ ଦିଵା- ରାତ୍ର ଗଣଧାରଣା  ଆନ୍ଦୋଳନ ଅବ୍ୟାହତ

ଭୁବନେଶ୍ଵର : ୨୦/୨: ଓଡିଶାରେ ମିଶନ ଶକ୍ତି ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ଓ ତାହାହିଁ ମିଶନ ଶକ୍ତିର ସଫଳତା ବୋଲି ଓଡ଼ିଶାର ଉପମୂଖ୍ଯମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀ ଵକ୍ତଵ୍ଯ ଦେଉଥିବା ବେଳେ ଏହାର ସଫଳତା ପାଇଁ ଯେଉଁ ଵର୍ଗ ୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ କଠୋର ଅଧ୍ଯଵସାୟରେ ଏହାକୁ ମହାଦୃମରେ ପରିଣତ କଲେ, ସେମାନଙ୍କୁ ପୁନର୍ଗଠନ ନାମରେ ବାହାର କରିବା ଏକ ମତିଭ୍ରମ ବୋଲି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ର ୭ମ ଦିଵା-ରାତ୍ର ଗଣଧାରଣା ରେ ଉଦବୋଧନ ଦେଇ ଏଆଇଟିୟୁସି ନେତା କମଲେଶ ଦାସ କହିଛନ୍ତି। ତେଣୁ ଅବିଳମ୍ବେ ରାଜ୍ଯ ସରକାର ପୁନର୍ଗଠନ ଆଦେଶ ପ୍ରତ୍ଯାହାର କରିବାକୁ ଦାବି କରିଛନ୍ତି। ସଂଘ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଜି ଓଡ଼ିଶା ବିଧାନସଭାର ଆଠଗଡ ବିଧାୟକ ଶ୍ରୀଯୁକ୍ତ ରେଣେନ୍ଦ୍ର ପ୍ରତାପ ସ୍ଵାଇଁ, ନୟାଗଡ଼ ଵିଧାୟକ ଡଃ ଅରୁଣ ସାହୁ, ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଵେହେରା, ବୋଲଗଡ଼ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ସାହୁ, କଟକ-ଚୈ‌ଦୁଆର ବିଧାୟକ ଶ୍ରୀଯୁକ୍ତ ସୈଭିକ ବିଶ୍ଵାଳ, ଯାଜପୁ ବିଧାୟିକା ଶ୍ରୀମତୀ ସୁଜାତା ସାହୁ ପ୍ରମୁଖ ଲୋୟର ପିଏମଜିରେ ପହଞ୍ଚି ଗତ ୭ଦିନ ଧରି ଚାଲିଥିଵା ଦିବା-ରାତ୍ର ଗଣଧାରଣାରେ ବସିଥିବା ମିଶନ ଶକ୍ତି ଇସି ମହିଳାମାନଙ୍କୁ ଉଦବୋଧନ ଦେଇ ୪ଦଫା ଦାବିକୁ ସମର୍ଥନ କରିବା ସହ ଦାବି ହାସଲ ପର୍ଯ୍ଯନ୍ତ ଏହି ଆନ୍ଦୋଳନ ଇସି ଭଉଣୀମାନେ ପଲ୍ଲୀ ରୁ ରାଜଧାନୀ ପର୍ଯ୍ଯନ୍ତ ଇସି ମା’ଆ ଏଵଂ ତାଙ୍କ ସଂଘ ଚଳାଇ ରଖିଵ ଆଉ ବିଧାନସଭା ଭିତରେ ଇସି ପୁନର୍ଗଠନ ଆଦେଶ ପ୍ରତ୍ୟାହାର ପାଇଁ ଲଢ଼ିବେ ଆମ ବିଧାୟକମାନେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜନସେବା ଦଳର ସଦସ୍ଯ ଭୁଵନ ଚନ୍ଦ ହାତୀ, ଚଣ୍ଡାଳ ପ୍ରଧାନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଧନୀ ଵିଶୋୟୀ, ସରିତା ଦାସ, ମମତା ରାଣୀ ଦାସ, ପୁଷ୍ପାଞ୍ଜଳୀ ଜେନା, ଶୈଳବାଳା ରଥ, ବିଷ୍ଣୁପ୍ରିୟା ଦାସ, ଜୟନ୍ତୀ ବିହାରୀ, ଅଞ୍ଜଳୀ ଭିତିରିଆ, ସୁରତୀ ଘଣା, ପ୍ରତିଭା ସାହୁ, କାମିନୀ ନାୟକ, ମୀରା ମହାନ୍ତି, ରଶ୍ମୀ ରେଖା, ମମତା ବଡ଼ଜେନା ପ୍ରମୁଖ ଉଦବୋଧନ ଦେଇ ଦାଵି ପୂରଣ ପର୍ଯ୍ଯନ୍ତ ଏହି ଦିଵା-ରାତ୍ର ଗଣଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।

Leave A Comment

All fields marked with an asterisk (*) are required