Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଉତ୍ତର ବାସୀଙ୍କ ସଂକଳ୍ପ ପ୍ରିୟଦର୍ଶୀ ହିଁ ବିକଳ୍ପ

ଭୁବନେଶ୍ୱର ଉତ୍ତର ବାସୀଙ୍କ ସଂକଳ୍ପ ପ୍ରିୟଦର୍ଶୀ ହିଁ ବିକଳ୍ପ

Spread the love

Loading

ଭୁବନେଶ୍ୱର ଉତ୍ତର ବାସୀଙ୍କ ସଂକଳ୍ପ
ପ୍ରିୟଦର୍ଶୀ ହିଁ ବିକଳ୍ପ

ଭୁବନେଶ୍ୱର: ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅବିରତ ଓ ଅବିଶ୍ରାନ୍ତ ଭାବରେ ମାରାଥନ ପ୍ରଚାର କରୁଛନ୍ତି । କେତେବେଳେ ସଭା ସମିତି ତ କେତେବେଳେ ଘରକୁଘର ବୁଲି ଭୋଟର ଭାଇ ଓ ଭଉଣୀ ମାନଙ୍କୁ ଭୋଟ ଭିକ୍ଷା କରି ଉତ୍ତର ଭୁବନେଶ୍ୱରର ସର୍ବାଙ୍ଗୀନ ବିକାଶ ସହିତ ସେ ବିଧାୟକ ଥିବା ସମୟରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଅପୂର୍ଣ୍ଣାଙ୍ଗ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବା ନିମନ୍ତେ ନିବେଦନ କରିଥିଲେ . ଆଜି ସକାଳେ ସେ ଓ୍ବାର୍ଡ ନଂ 18 ସ୍ଥିତ ରସୁଲଗଡ ଗ୍ରାମ ଗଡ଼ ଗୋପୀନାଥ ପ୍ରସାଦ କଲୋନୀ ଓ ପାଣ୍ଡରା ଆଦି ଅଞ୍ଚଳ ପରିକ୍ରମା କରି ରୋଡ଼ ସୋ କରିଥିବା ବେଳେ ଅପରାହ୍ନରେ ଏକ ଘରୋଇ ମଣ୍ଡପ ପରିସରରେ ସାଧାରଣ ସଭାରେ ଉପସ୍ଥିତ ଥିବା ମା ମାଉସୀ ମାନଙ୍କୁ ଯୋଗ୍ୟ ପ୍ରାଥୀଙ୍କୁ ଭୋଟ ଦେଇ ଉତ୍ତର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିବେଦନ କରିଥିଲେ.ଉକ୍ତ ସଭାରେ ଉପସ୍ଥିତ ସମସ୍ତ ଭାଇ ଭଉଣୀ ଓ ମା ମାଉସୀ ମାନେ ପ୍ରିୟଦର୍ଶୀଙ୍କୁ ବିଧାୟକ ଭାବରେ ନିର୍ବାଚିତ କରିବା ପାଇଁ ସଂକଳ୍ପ ନେଇଥିବା ଘୋଷଣା କରିଥିଲେ.
ସେହିପରି ସନ୍ଧ୍ୟାରେ ଜୟଦେବ ବିହାର ସ୍ଥିତ ଭଗବତୀ ମନ୍ଦିର ପରିସରରେ ପୂଜାର୍ଚନାକଲା ପରେ ରୋଡ୍ ସୋ ବାହାରିଥିଲା। ନୟାପଲ୍ଲୀ,ରେଣ୍ଟାଲ କଲୋନୀ, ଜୟଦେବ ବିହାର ଆଦି ସମସ୍ତ ଅଂଚଳ ପରିକ୍ରମା କରିଥିଲେ ପ୍ରିୟଦର୍ଶୀ। ଉକ୍ତ ସମସ୍ତ ରୋଡ଼ ସୋ କାର୍ଯ୍ୟକ୍ରମରେ ସ୍ୱତ ପ୍ରବୃତ ଭାବରେ ଏବଂ ସ୍ଵଇଛାରେ ହଜାର ହଜାର ସଂଖ୍ୟାରେ ବାଇକ ଆରୋହିଙ୍କ ସହ ହଜାର ହଜାର କର୍ମୀ ମଧ୍ୟ ଏହି ଶୋଭାଯାତ୍ରା ମାନଙ୍କରେ ସାମିଲ ହୋଇ ପ୍ରିୟଦର୍ଶୀଙ୍କୁ ଖୋଲା ଖୋଲି ସମର୍ଥନ କରି ଶକ୍ତି ପ୍ରଦର୍ଶନ କରିବା ସହିତ ପ୍ରିୟଦର୍ଶୀ ହିଁ ଭୁବନେଶ୍ୱର ଉତ୍ତରର ବିକଳ୍ପ ବୋଲି ସମବେତ ସ୍ୱରରେ ଘୋଷଣା କରିଥିଲେ. ପ୍ରିୟଦର୍ଶୀଙ୍କୁ ବିପୁଳ ଭୋଟ ଵେବଧାନରେ ଜିତାଇବା ପାଇଁ ସମସ୍ତ ସହଯୋଗ ନିମନ୍ତେ ମଧ୍ୟ ଘୋଷଣା କରିଥିଲେ.

Leave A Comment

All fields marked with an asterisk (*) are required