Search for:
  • Home/
  • ରାଜ୍ୟ/
  • ୱାର୍ଡ ନମ୍ବର 1,2 ରେ ପ୍ରିୟଦର୍ଶୀଙ୍କ ବିଫୁଲ ସଂଖ୍ୟାରେ ରୋଡଶୋ, 

ୱାର୍ଡ ନମ୍ବର 1,2 ରେ ପ୍ରିୟଦର୍ଶୀଙ୍କ ବିଫୁଲ ସଂଖ୍ୟାରେ ରୋଡଶୋ, 

Spread the love

Loading

ୱାର୍ଡ ନମ୍ବର 1,2 ରେ ପ୍ରିୟଦର୍ଶୀଙ୍କ ରୋଡଶୋ,

ଭୁବନେଶ୍ବର 12/5(ନିପ୍ର) ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଶିଖର ଚଣ୍ଡୀ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ସାଂସଦ ପlର୍ଥୀ ଶ୍ରୀମତୀ ଅପରାଜିତା ସଡଙ୍ଗୀ ରବିବାର ସମୟରେ ଦଳର ପ୍ରମୁଖ କାର୍ଯ୍ୟ କର୍ତ୍ତା ସହ ଶିଖରଚଣ୍ଡୀ ଓ୍ବାର୍ଡ ନମ୍ବର 2 ରୁ ଏକ ବିଶାଳ ଶୋଭା ଯାତ୍ରା ରେ ପ୍ରଶାନ୍ତି ବିହାର ଅଞ୍ଚଳ ଦେଇ ୱାର୍ଡ ନମ୍ବର 1 ଦୁର୍ଗାପୂଜା ପଡ଼ିଆ ପର୍ଜନ୍ତ ଶୋଭା ଯାତ୍ରା କରିଥିଲେ ଓ୍ବାର୍ଡବାସୀଙ୍କ ସହ ଆଜି ଦୁଇଟି ଓ୍ବାର୍ଡର ସମସ୍ତ ସାହିରେ ଅନୁଷ୍ଟିତ ପଦଯାତ୍ରାରେ ସାମିଲ ହୋଇଥିଲେ।ଏହି ଅବସରରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟରମାନଙ୍କୁ ଭେଟିବା ସହ ରାଜ୍ୟରେ ଡବଲ ଇଞିନ ସରକାର ଗଠନ ଦିଗରେ ସହଯୋଗ କରିବା ପାଇଁ ନିବେଦନ କରିବା ସହିତ ଲୋକଙ୍କ ଆର୍ଶିବାଦ କାମନା କରିଥିଲେ।ପାରମ୍ପରିକ ବାଦ୍ୟ ଧ୍ବନୀ ମଧ୍ୟରେ ବିଜେପିର ସ୍ଲୋଗାନ ଦେଇ ସ୍ଥାନୀୟ ଅଞ୍ଚଳର ନିର୍ବାଚନୀ ମାହୋଲକୁ ଉଷ୍ମତା କରିଦେଇଥିଲା। ଶୋଭାଯାତ୍ରା ବେଳେ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିଭିନ୍ନ ସ୍ଥାନରେ ଅପରାଜିତା ଓ ପ୍ରିୟଦର୍ଶୀଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ।ମହିଳାମାନେ ହୁଳହୁଳି ପକାଇ ବହୁ ଯୁବକ ନାଚି ନାଚି ପ୍ରିୟଦର୍ଶୀଙ୍କୁ ସ୍ବାଗତ କରୁଥିବା ଦେଖାଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ବରେ ଲୋକମାନେ ଛିଡାହୋଇ ଫୁଲ ପକାଇଥିଲେ।ଏହି ପଦଯାତ୍ରାରେ ବରିଷ୍ଠ ବିଜେପି ନେତା ଧବଳେଶ୍ୱର ମୂର୍ତ୍ତି, କୁନାଲ ରାଉତ, ଡକ୍ଟର ବିଶ୍ଵନାଥ ପଟ୍ଟନାୟକ, ନଗେନ ବିଶୋଇ,ଅଞ୍ଜନ ଜେନା ସମେତ ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required