ଖାଦ୍ୟ ପସନ୍ଦରେ ନିର୍ଦ୍ଦିଷ୍ଟ ପ୍ରଜାତି ଆଧାରିତ ବାଛବିଚାର ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ
ପ୍ରଜାତିବାଦ ଉପରେ ବିତର୍କକୁ ଇନ୍ଧନ ଯୋଗାଇଲା ମର୍ସି ଫର୍ ଏନିମଲ୍ସର ‘‘ବିବିକ୍ୟୁ କିଟେନ୍’’ ଷ୍ଟଣ୍ଟ୍
ଖାଦ୍ୟ ପସନ୍ଦରେ ନିର୍ଦ୍ଦିଷ୍ଟ ପ୍ରଜାତି ଆଧାରିତ ବାଛବିଚାର ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ
ଭୁବନେଶ୍ୱର, ଓଡ଼ିଶା, ଭାରତ – କିଛି ନିର୍ଦ୍ଦିଷ୍ଟ ପ୍ରାଣୀଙ୍କ ମାଂସ ଖାଇବା ଏବଂ ଅନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାର ସାମାଜିକ ବିଶ୍ୱାସ ଉପରେ ଆପତ୍ତି ଉଠାଇ ଭୁବନେଶ୍ୱରସ୍ଥିତ ମାଷ୍ଟର କେଣ୍ଟିନରେ ମର୍ସି ଫର୍ ଏନିମଲ୍ସ ଇଣ୍ଡିଆ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ଆନ୍ଦୋଳନ ଆୟୋଜିତ ହୋଇଯାଇଛି ।ଏହି ଆନ୍ଦୋଳନରେ ମର୍ସି ଫର୍ ଏନିମଲ୍ସର ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ପ୍ରାଣୀଙ୍କ ବେଶରେ ଦେଖିବାକୁ ମିଳିଥିଲାସେମାନଙ୍କ ମଧ୍ୟରୁ ଜଣେ କୁକୁରକୁ ପୋଡ଼ୁଥିବା ଘୁଷୁରି ରୂପରେ ଏବଂ ଅନ୍ୟ ଜଣେ ବିଲେଇ ଛୁଆକୁ ପୋଡ଼ୁଥିବା କୁକୁଡ଼ା ରୂପରେ ସଜେଇ ହୋଇଥିଲେ ।ଏହି ଦୃଶ୍ୟ ସେହି ସାମାଜିକ ବାଛବିଚାରକୁ ଲୋକଲୋଚନକୁ ଆଣିଥିଲା ଯେଉଁଥିରେ ନିର୍ଦ୍ଦିଷ୍ଟ ପ୍ରାଣୀଙ୍କୁ ପୋଷ୍ୟ ଭାବେ ସୁରକ୍ଷା ଦିଆଯାଉଥିବା ବେଳେ ଅନ୍ୟ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଗ୍ରହଣ କରାଯାଉଛି।ଆନ୍ଦୋଳନକାରୀମାନେ କେତେକ ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରିଥିଲେ। ସେଥିରେ ଲେଖା ଥିଲା, ‘‘ଯଦି ଆପଣ ଗୋଟିଏ କୁକୁର ମାଂସ ଖାଇବେ ନାହିଁ, ତା’ହେଲେ ଗୋଟିଏ ଅଣ୍ଡିରା ଘୁଷୁରି ମାଂସ ଖାଇବେ କାହିଁକି? ସମ୍ପୂର୍ଣ୍ଣ ଶାକାହାରୀ ହୁଅନ୍ତୁ!’’; ‘‘ଯଦି ଆପଣ ଗୋଟିଏ ବିଲେଇ ଛୁଆର ମାଂସ ଖାଇବେ ନାହିଁ ତା’ହେଲେ କୁକୁଡ଼ା ମାଂସ କାହିଁକି? ସମ୍ପୂର୍ଣ୍ଣ ଶାକାହାରୀ ହୁଅନ୍ତୁ!’’ ଏହା ପ୍ରଜାତିବାଦର ମନମୁଖୀ ପ୍ରକୃତି ଉପରେ ଆଲୋକପାତ କରିଥିଲା।ମର୍ସି ଫର୍ ଏନିମଲ୍ସ ଇଣ୍ଡିଆର ଆୟୋଜକ ସଂଯୋଜକ କୌଶଳ ସମାଦାର କୁହନ୍ତି, ‘‘କୁକୁଡ଼ା, ବିଲେଇ, କୁକୁର, କିମ୍ବା ଘୁଷୁରି ହେଉ ସବୁ ପ୍ରାଣୀ ସମାନ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରିଥା’ନ୍ତି।ଉଦ୍ଭିଦ ଆଧାରିତ ଖାଦ୍ୟ ଚୟନ କରିବା ଦ୍ୱାରା, ଆମେ ଅଗଣିତ ପ୍ରାଣୀଙ୍କ କଷ୍ଟଯନ୍ତ୍ରଣାକୁ ଦୂର କରିପାରିବା ଏବଂ ଏକ ସହାନୁଭୂତିଶୀଳ ଓ ଔଚିତ୍ୟପୂର୍ଣ୍ଣ ସମାଜ ଗଠନ କରିପାରିବା।’’ଉଦ୍ଭିଦ ଆଧାରିତ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଲାଗି ମର୍ସି ଫର୍ ଏନିମଲ୍ସ ପକ୍ଷରୁ ଉପଭୋକ୍ତା, ନୀତିନିର୍ମାତା ଓ ଖାଦ୍ୟ ଉଦ୍ୟୋଗକୁ ନିବେଦନ କରାଯାଇଛି।ଶାକାହାରୀ ଖାଦ୍ୟ ଖାଇବା ଦ୍ୱାରା କେବଳ ପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ହ୍ରାସ ପାଇବ ନାହିଁ ବରଂ ଏହା ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହେବ।
ମର୍ସି ଫର୍ ଏନିମଲ୍ସ ସମ୍ପର୍କରେ…
ମର୍ସି ଫର୍ ଏନିମଲ୍ସ (ଏମଏଫଏ) ଇଣ୍ଡିଆ ଏକ ଅଗ୍ରଣୀ ଅଣଲାଭକାରୀ ସଂଗଠନ ଯାହାକି ମାଂସ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ପ୍ରାଣୀଙ୍କ କଷ୍ଟଯନ୍ତ୍ରଣା ଦୂର କରିବା ଏବଂ ଶାକାହାରୀ ଖାଦ୍ୟ ଗ୍ରହଣକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ କାର୍ଯ୍ୟ କରିଥାଏ।
ପ୍ରାଣୀମାନଙ୍କୁ ସମ୍ମାନ, ସୁରକ୍ଷା ଓ ସ୍ୱାଧୀନତା ଦେବା ଲାଗି ଆମେ ଆଇନଗତ ସ୍ୱର ଉତ୍ତୋଳନ, କର୍ପୋରେଟ୍ ଅଭିଯାନ, ଆନ୍ଦୋଳନ ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିଥାଉ।
ସାରା ଭାରତରେ ଥିବା ସ୍ୱେଚ୍ଛାସେବୀଙ୍କୁ ନେଇ ଏମଏଫଏ ଦେଶବ୍ୟାପୀ ପ୍ରାଣୀଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ଲାଗି ସଂକଳ୍ପବଦ୍ଧ।