Search for:
  • Home/
  • ରାଜ୍ୟ/
  • ମାଟିଘର ସାହିତ୍ୟ ଆସର ର ଚତୁର୍ଥ ବାର୍ଷିକ ଉତ୍ସବ ଉଦ୍ଘାଟିତ ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ 

ମାଟିଘର ସାହିତ୍ୟ ଆସର ର ଚତୁର୍ଥ ବାର୍ଷିକ ଉତ୍ସବ ଉଦ୍ଘାଟିତ ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ 

Spread the love

Loading

ମାଟିଘର ସାହିତ୍ୟ ଆସର ର ଚତୁର୍ଥ ବାର୍ଷିକ ଉତ୍ସବ ଉଦ୍ଘାଟିତ
ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ

ଭୁବନେଶ୍ୱର ୨୦.୦୮.୨୦୨୩ ରବିବାର ଦିନ ସ୍ଥାନୀୟ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ବୈଠକ କକ୍ଷରେ ପୂଜ୍ୟାସ୍ପଦ ମେୟର ସୁଶ୍ରୀ ସୁଲୋଚନା ଦାସ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଅଛି। ଆୟୋଜିତ ଏହି ସାରସ୍ଵତ ସମାରୋହରେ ଅନୁଷ୍ଠାନର ଚତୁର୍ଥ ସଂସ୍କରଣ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ତଥା ଏକ କବିତା ପାଠର ସଫଳ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବରେଣ୍ୟ ଅତିଥି ରୂପେ ନାଇଜର ର କୁଳ ସଚିବ ଡ.ଅଭୟ ନାୟକ, ମହାମହିମ ମାନ୍ୟବର ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ତଥା ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଶ୍ରୀଯୁକ୍ତ ରକ୍ଷକ ନାୟକ, ସୁପରିଚିତ ଗାଳ୍ପିକ, ନାଟ୍ୟକାର ତଥା ସଂପାଦକ ଶ୍ରୀଯୁକ୍ତ ଅରବିନ୍ଦ ରାୟ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମାଟିଘର ଉପଦେଷ୍ଟା ସମାଜସେବୀ ଓ ଶିକ୍ଷାବିତ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା |ଇତି ଅବସରରେ ସଙ୍ଗୀତ ପରିବେଷଣରେ ଶ୍ରୀଯୁକ୍ତ ଦିଗମ୍ବର ନାୟକ ଓ ସୁଶ୍ରୀ ରେଣୁବାଳା ନାୟକଙ୍କ, ଦ୍ଵିତୀୟ ପର୍ଯ୍ୟାୟ କବିତା ଆସରରେ ବରେଣ୍ୟ ଆତିଥି ରୂପେ କବି କୃଷ୍ଣଚନ୍ଦ୍ର ମହଲା, କବି ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ, କବି ମାନଗୋବିନ୍ଦ ବାରିକ ରଶ୍ମୀ କର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନରପ୍ରତିଷ୍ଠାତା,ସମ୍ପାଦିକା କବି ଶ୍ରୀମତୀ ଶର୍ମିଷ୍ଠା ମହାନ୍ତିଙ୍କ ଉପସ୍ଥିତିରେ ରେ ସଂଚାଳନା ସଂଯୋଜନାରେ କବି ରଶ୍ମିରେଖା ବେହେରା, ରଶ୍ମୀ କର, ରଣଜିତ୍ ମହାନ୍ତି,ତପସ୍ଵିନୀ ବିନ୍ଧାଣୀ, ନିବେଦିତା ରଥ ସୋନେଟ୍ ଦାସ୍ ମହାନ୍ତି ଯୋଗ ଦେଇ ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଯୋଗଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ସୌଗତ୍ ମହାନ୍ତି ଧନ୍ୟବଦ ଅର୍ପଣ କରିଥିଲେ।

Leave A Comment

All fields marked with an asterisk (*) are required