ମାର୍କେଟ ବିଲ୍ଡିଂ ବନ୍ଦ,ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା
ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ମାର୍କେଟ ସଂଘ
ମାର୍କେଟ ବିଲ୍ଡିଂ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ସମୟ ମାଗିଲେ ବିଏମସି କମିଶନର।
ଭୁବନେଶ୍ୱର: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ମାର୍କେଟ ବିଲ୍ଡିଂ । ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ ଥିବାରୁ ସଂଘର ୨୬୫ ବ୍ୟବସାୟୀ ମାର୍କେଟ ସମେତ ମେୟର୍ ଓ କମିଶନରଙ୍କ ଘର ଆଗରେ ଧାରଣା । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ।ମାର୍କେଟବିଲ୍ଡିଂଗ ମୁଖ୍ୟ ଗେଟ ଆଗରେ ସମୂହ ଧାରଣା ଦେଲେ ଦାବି ପୂରଣ ନହେଲେ ରାସ୍ତା କୁ ଅବରୋଧ କରିବୁ ସେପଟେ ମଝି ବ୍ୟବସହି ସଙ୍ଘ ମଧ୍ୟ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛଥି।