Search for:
  • Home/
  • ରାଜ୍ୟ/
  • ମହିଳା ଓ ଶିଶୁଙ୍କ ବିକାଶ କ୍ଷେତ୍ରରେ ସୃଜନୀର ଅନନ୍ୟ ଉଦ୍ୟମ ଆଜିର ସୃଜନୀର ସପ୍ତମ ବାର୍ଷିକ ଉତ୍ସବ

ମହିଳା ଓ ଶିଶୁଙ୍କ ବିକାଶ କ୍ଷେତ୍ରରେ ସୃଜନୀର ଅନନ୍ୟ ଉଦ୍ୟମ ଆଜିର ସୃଜନୀର ସପ୍ତମ ବାର୍ଷିକ ଉତ୍ସବ

Spread the love

Loading

ମହିଳା ଓ ଶିଶୁଙ୍କ ବିକାଶ କ୍ଷେତ୍ରରେ ସୃଜନୀର ଅନନ୍ୟ ଉଦ୍ୟମ
ଆଜିର ସୃଜନୀର ସପ୍ତମ ବାର୍ଷିକ ଉତ୍ସବ
ଭୁବନେଶ୍ବର: ଆଜିର ସୃଜନୀ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଭଞ୍ଜକଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଆସ ଜାଣିବା ଗାନ୍ଧିଙ୍କୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ଦିନ ମହିଳା ଓ ଶିଶୁ ବିକାଶ ପାଇଁ ଅନୁଷ୍ଠାନର ଉଦ୍ୟମ ଓ ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ହୋଇଥିଲା । ନିରବଛିନ୍ନ ଭାବେ ଗତ ସାତ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଅସହାୟ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇବା ଓ ମହିଳା ଓ ଶିଶୁମାନଙ୍କୁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ କରିବା ଭଳି ମହତ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଉଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସୁଜାତା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସବିଆଇର ଅଧିକାରୀ ସଂଜୟ ଝା, ଲିପସା ହଂସ, ଚାନ୍ଦିଭଣ୍ଡାର, ମାଣିକ ହଂସ, ତନିସ୍କ ର ଅଧିକାରୀମାନେ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ମହତ୍ତ୍ବ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ଅନୀତା ଦାଶ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସମାଜର ଅବହେଳିତ ଶ୍ରେଣୀ ପାଇଁ ସେବା କରିବାର ଅନୁଷ୍ଠାନ ସୁଯୋଗ ତିଆରିଛି ବୋଲି କହିଥିଲେ । ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଆଜିର ସୃଜନୀର ଉଦ୍ୟମ ବେଶ ପ୍ରଶଂସନୀୟ ଓ ଲୋକାଦୃତ ହୋଇଥିଲା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ନନ୍ଦଙ୍କ ପ୍ରଚେଷ୍ଟା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଜିର ସୃଜନୀ ପକ୍ଷରୁ ଏସବିଆଇ ର ସହଭାଗିତାରେ 30ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲାଇ ମେସିନ, 32ଟି ସ୍କୁଲକୁ ବିଜୁଳି ପଙ୍ଖା ପ୍ରଦାନ କରାଯାଇଥିଲା । ମହିଳାମାନଙ୍କୁ ନେଇ ଆୟୋଜିତ ଝୋଟି ପିଠା ଗଳ୍ପ କବିତା ଆଦି ପ୍ରତିଯୋଗିତାରେ ବିଜୟନୀମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ମିଲନଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । ଏଥିରେ ସିକତା, ମଧୁଲିକା, ସୁଜାତା ରାୟ, ସୁଚିସ୍ମିତା ନନ୍ଦ, ଜ୍ୟୋତ୍ସା ମହାରଣା, ସ୍ବର୍ଣ୍ଣ ପ୍ରଭା ଦାଶ, ସଂସ୍ମିତା ରାୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Comment

All fields marked with an asterisk (*) are required