Search for:
  • Home/
  • ରାଜ୍ୟ/
  • ମହାବୀର ଜୁଏଲାରୀ ତରଫରୁ ଲକି ଡ୍ର : ପ୍ରଥମ ବିଜେତା ଙ୍କୁ ମିଳିଲା ୧ ଲକ୍ଷ ଟଙ୍କା

ମହାବୀର ଜୁଏଲାରୀ ତରଫରୁ ଲକି ଡ୍ର : ପ୍ରଥମ ବିଜେତା ଙ୍କୁ ମିଳିଲା ୧ ଲକ୍ଷ ଟଙ୍କା

Spread the love

Loading

ମହାବୀର ଜୁଏଲାରୀ ତରଫରୁ ଲକି ଡ୍ର : ପ୍ରଥମ ବିଜେତା ଙ୍କୁ ମିଳିଲା ୧ ଲକ୍ଷ ଟଙ୍କା

କଟକ : ସ୍ଥାନୀୟ ୪୨ ମୌଜା ଅନ୍ତର୍ଗତ କଳପଡା ବଜାର ଠାରେ ମହାବୀର ଜୁଏଲାରୀ ର ନୂତନ ଶୋ ରୁମ୍ ଉଦଘାଟନ ଅବସରରେ ଏକ ଲକି ଡ୍ର ଅୟୋଜିତ ହୋଇଥିଲା | ଏହାର ଉଠାଣ ଗତକାଲି ଅନୁଷ୍ଠିତ ହୋଇଯାଇଛି | ଅଞ୍ଚଳର ସୁନାମଧନ୍ଯ ଶିକ୍ଷାବିତ୍ ଶ୍ରୀଯୁକ୍ତ ଯୁଧିଷ୍ଠିର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକି ଡ୍ର ଉଠାଇ ଥିଲେ | ଭାଗ୍ୟଶାଳୀ ବିଜେତା ଭାବେ ସାଇଁସୋ ଗ୍ରାମ ର ସୁମିତ୍ରା ବେହେରା ପ୍ରଥମ ବିଜେତା ଭାବେ ଏକ ଲକ୍ଷ ଟଙ୍କା, ଟାଇଁକଣା ଗ୍ରାମ ର ଦାସ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦ୍ଵିତୀୟ ବିଜେତା ଭାବେ ୫୦ ହଜାର ଟଙ୍କା ଓ ସାରିଚୁଆଁ ଗ୍ରାମ ର ବେଣୁଧର ସ୍ୱାଇଁ ତୃତୀୟ ବିଜେତା ଭାବେ ୨୫ ହଜାର ଟଙ୍କା ଉପହାର ଜିତିଥିଲେ | ଏହି କାର୍ଯ୍ୟକ୍ରମ କୁ ମହାବୀର ଜୁଏଲାରୀ ର ନିର୍ଦ୍ଦେଶିକା ସୁଜାତା ପଣ୍ଡା ଓ ଜୁଏଲାରୀ ମୁଖ୍ୟ ଫକୀର ମୋହନ ବିହାରୀ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ସରୋଜ ନାୟକ ମଧ୍ଯ ଉପସ୍ଥିତ ଥିଲେ | ସୂଚନାଯୋଗ୍ୟ ଯେ ମହାବୀର ଜୁଏଲାରୀ ଗତ ୩୩ ବର୍ଷ ହେବ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଆସୁଛି | ଏହାର ଆଉ ଏକ ଶୋ ରୁମ୍ ବେଣ୍ଟକାର ବଜାର ଠାରେ ଅବସ୍ଥିତ | ଏହି ନୂଆ ଆଉଟଲେଟ୍ ରେ ବିଭିନ୍ନ ପ୍ରକାର ସୁନା, ରୂପା ଓ ହୀରା ଅଳଙ୍କାର ସହିତ ବିଭିନ୍ନ ଗିଫ୍ଟ ଆଇଟମ ଉପଲବ୍ଧ | ଏହା ସହିତ ସମସ୍ତ ସୁନା ଅଳଙ୍କାର ଉପରେ ମାତ୍ର ୫୫୦ /- ଟଙ୍କା ର ଗଢା ମୂଲ୍ୟ ( ମେକିଂ ଚାର୍ଜ) ରହୁଛି , ଯାହା କି ସମସ୍ତ ଗ୍ରାହକ ଙ୍କ ପାଇଁ ଏକ ଭଲ ସୁଯୋଗ | ଏହା ସହିତ ବିବାହ ରୁତୁ ଚାଲିଥିବାରୁ ମହାବୀର ଜୁଏଲାରୀ ତରଫରୁ ବିଭିନ୍ନ ଅକର୍ଷଣୀୟ ଅଫର୍ ସବୁ ଜାରି କରାଯାଇଛି |

Leave A Comment

All fields marked with an asterisk (*) are required