ମାରଓ୍ବାଡି ମହିଳା ସମିତି ତରଫରୁ ସାୱନ ମେଳାର ଶୁଭାରମ୍ଭ
ମାରଓ୍ବାଡି ମହିଳା ସମିତି ତରଫରୁ ସାୱନ ମେଳାର ଶୁଭାରମ୍ଭ
ଭୁବନେଶ୍ଵର: ମାରୱାଡି ମହିଳା ସମିତି, ଭୁବନେଶ୍ଵର ଶାଖା ପକ୍ଷରୁ ସାୱନ ମେଳା କଟକ ରୋଡ୍ସ୍ଥିତ
ତେରାପନ୍ଥା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କମଳା ନେହେରୁ କଲେଜର ହିନ୍ଦୀ ଆସୋସିଏଟ୍
ପ୍ରଫେସର ଡଃ ଭେଦୁଲା ରାମଲକ୍ଷ୍ମୀ ଏବଂ ହାଇଟେକ୍ ହସ୍ପିଟାଲର ସିଇଓ ଡଃ ସ୍ମିତା ପାଢୀ ଏହି
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଯେଉଁ ମହିଳା ଉଦ୍ୟୋଗୀମାନେ
ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ ଲୋକ ଲୋଚନକୁ
ଆଣିବା ପାଇଁ ଏହି ସାୱନ ମେଳାର ଆୟୋଜନ କରାଯାଇଛି । ଚଳିତ ବର୍ଷ ସାୱନ ମେଳାରେ ୫୦
ରୁ ଉର୍ଦ୍ଧ୍ବ ଷ୍ଟଲ୍ ପ୍ରଦର୍ଶିତ ହୋଇଛି । ଏଥିରେ ୪୫ଟି ଷ୍ଟଲ୍ରେ ରାକ୍ଷୀ, ସାଢୀ, କୁର୍ତ୍ତୀ, ବ୍ୟାଗ୍, ପର୍ସ,
ଚପଲ, ଗିଫ୍, ଖେଳନା ଓ ଭଗବାନଙ୍କର ସୁନ୍ଦର ପୋଷାକମାନ ପ୍ରଦର୍ଶିତ ହୋଇଥିବା ସହ ୫ ଟି
ଷ୍ଟଲରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ମିଳୁଅଛି। ଓଡିଶାର ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ
ମାରୱାଡି ମହିଳା ସମିତି ତରଫରୁ ନିଃଶୁଳ୍କ ଷ୍ଟଲ୍ ଲଗା ଯାଇଛି ଯେଉଁଥିରେ ହସ୍ତଶିଳ୍ପମାନ ପ୍ରଦର୍ଶିତ
ହୋଇଛି। ଏହି ମେଳାରେ ଭୁବନେଶ୍ଵର, କଟକ, ଖୋର୍ଦ୍ଧା, ଜଟଣୀ, ଭଦ୍ରକ, କୋଲକାତା ଓ
ବାଲେଶ୍ଵରର ମାରୱାଡି ମହିଳାମାନେ ଆସି ନିଜ ନିଜର ଷ୍ଟଲ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ
ପ୍ରେସିଡେଣ୍ଟ ଜୁହି ଅଗ୍ରୱାଲ, ସେକ୍ରେଟାରୀ ସିବାଙ୍ଗୀ ଗୋଏନ୍ହାଙ୍କ ସମେତ ସୁଧା ଖଣ୍ଡେଲୱଲ, ବୀଣା
ବିର୍ଲା, ପ୍ରବୀଣ ଭଣ୍ଡାରୀ, ନିଲମ ଅଗ୍ରୱାଲ ଓ ସ୍ନେହା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।