ମଣିପୁର ଲୋକହର୍ଷଣକାରୀ ଅମାନବୀୟ ଗଣଧର୍ଷଣ ଘଟଣାକୁ ଓଡ଼ିଶା ମହିଳା କଂଗ୍ରେସର ପ୍ରତିବାଦ
ମଣିପୁର ଲୋକହର୍ଷଣକାରୀ ଅମାନବୀୟ ଗଣଧର୍ଷଣ ଘଟଣାକୁ
ଓଡ଼ିଶା ମହିଳା କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର, ତା. ୨୭/୦୭ ରିଖ : ସାରା ଭାରତ ବର୍ଷରେ ବିଶ୍ୱରେ ମଣିପୁରର ଘଟଣାକୁ ନେଇ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି । ଗତ ମଇ ୩ ତାରିଖ ଦିନ ମଣିପୁର ୩ ଜଣ କୁକୀ ସଂପ୍ରଦାୟ ଆଦିବାସୀ ମହିଳାଙ୍କୁ ମୈତେଇ ସଂପ୍ରଦାୟର
ଲୋକମାନେ ପୁଲିସ ହେପାଜତରୁ ଛଡ଼ାଇ ନେଇ ତାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ହଜାର ହଜାର ଲୋକଙ୍କ ସମ୍ମୁଖରେ ଚଲାଇ ଚଲାଇ ନେଲେ ଏବଂ ତାଙ୍କ ପରିବାରବର୍ଗ ପ୍ରତିବାଦ କରିବାକୁ ତାଙ୍କୁ ଜୀବନ୍ତ ମାରିଦେବା ସହିତ ଏହି ୩ ଜଣଙ୍କୁ ମଧ୍ୟ
ଗଣଦୁର୍ଷ୍କମ କଲାଗଲା । ଏହି ଘଟଣାକୁ ନେଇ ପୁଲିସ ଷ୍ଟେସନରେ କେସ୍ କଂପ୍ଲେନ୍ ରେଜିଷ୍ଟ୍ରେସନ କରଗଲା କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବିଡ଼ମ୍ବନା କଥା ଏହି ଘଟଣାକୁ
ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜାଣିଶୁଣି ଚାପି ରଖିଥିଲେ । ପ୍ରଧାନମନ୍ତ୍ରୀ ଦୀର୍ଘ ୮୩ ଦିନ ପର୍ଯ୍ୟନ୍ତ ଏ ଘଟଣା ବାବଦରେ ପଦୁଟିଏ ବି ମୁହଁ ଖୋଲୁ ନାହାନ୍ତି ଏପରିକି ବି ୫ ଦିନ ସଂସଦ ଚାଲିଲେ ମଧ୍ୟ ଏବଂ
ସମସ୍ତ ବିରୋଧି ଦଳଙ୍କ ଦାବି ସତ୍ୱେ ପ୍ରଧାନମନ୍ତ୍ରୀ ସଂସଦକୁ ଆସୁନାହାନ୍ତି କି ଉତର ରଖୁନାହାନ୍ତି । ଏ ଶତାଦ୍ଦିର ସବୁଠାରୁ କଳଙ୍କିତ, ଅମାନବୀୟ ଓ ଲୋମହର୍ଷଣକାରୀ ଘଟଣାକୁ ପ୍ରତିବାଦ କରି ଆଜି ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ
ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଶହ ଶହ ମହିଳା କଂଗ୍ରେସ କର୍ମୀ କେନ୍ଦ୍ର ସରକାର ଏବଂ ମଣିପୁର ସରକାର ବିରୋଧରେ ଖୁବ୍ ବର୍ଷିଥିଲେ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନଜାରି
ହେଉ ବୋଲି ଦାବି କରିଥିଲେ । କିଏ କାହିଁକି ଓ କେଉଁମାନେ ଏ ଘଟଣାକୁ ଚାପି ରଖିଥିଲେ । ଏ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ନରେନ୍ଦ୍ର ମୋଦୀ ସରକାର ବେଟି ପଢ଼ାଓ ଓ ବେଟୀ ବଚାଓ ନାରା ଦେଉଥିଲାବେଳେ ତାଙ୍କ
ଦଳର ଅଧିକାଂଶ ମନ୍ତ୍ରୀ, ନେତା ଓ ମହିଳା ଦୁର୍ଷମରେ ଅଭିଯୁକ୍ତ । ଏପରିକି ଏ ଅଳ୍ପ କିଛିଦିନ ତଳେ ମହିଳା କୁସ୍ତି ଯୋଦ୍ଧାଙ୍କ ଘଟଣାରେ ସଂପୃକ୍ତ ସାଂସଦ ବ୍ରିଜଭୂଷଣଙ୍କୁ ମଧ୍ୟ ମୋଦୀ ସରକାର ସୁରକ୍ଷା ଦେଇଥିଲେ । ଆଜି ସାରା ଭାରତ ବର୍ଷରେ ମହିଳା ମୋଦୀ ସରକାର ସମୟରେ ସଂପୂର୍ଣ୍ଣ ଅସୁରକ୍ଷିତ । ରାଜ୍ୟରେ ବିଜୁ ଜନତା ଦଳ ସରକାର ଦିନରାତି ମହିଳା ସଶକ୍ତିକରଣ କହୁଥିଲାବେଳେ ମଣିପୁର ଘଟଣାରେ ସଂପୂର୍ଣ୍ଣ
ଚୁପ୍ ବୋଲି ସଭାନେତ୍ରୀ ଶ୍ରୀମତୀ ପରିଡ଼ା ପ୍ରଶ୍ନ କରିଛନ୍ତି ।
ଗାଈକୁ ଗୋମାତା କହୁଥିଲାବେଳେ ପ୍ରକୃତ ମା ମାନଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଲାଇବା ବିଜେପି ଏବଂ ଆରଏସ୍ଏସ୍ର ଧର୍ମ କି ବୋଲି ସେ ପ୍ରଶ୍ନ କରିଥିଲେ?ଏହି ଅବସରରେ ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ
ଅମୀତ ଶାହା, କେନ୍ଦ୍ର ମନ୍ତ୍ରୀ ସ୍ମୃତିଇରାନୀ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ
କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ଅନନ୍ତ ପ୍ରସାଦ ସେଠୀ, ବିଶ୍ୱଜିତ୍ ଦାସ, ୟାସିର ନୱାଜ ସମେତ ପ୍ରତିମା ମଲ୍ଲିକ,ରଶ୍ମି ମହାପାତ୍ର, ମଧୁସ୍ମିତା ସେଠୀ, ଅର୍ଚ୍ଚନା ନନ୍ଦି, ମଧୁସ୍ମିତା ଆଚାର୍ଯ୍ୟ,
ଅମିତା ବିଶ୍ୱାଳ, ରୁପାଦିପ୍ତା ମହାପାତ୍ର, ପୁଷ୍ପିତା ଦାସ, ରଞ୍ଜିତା ହେମ୍ବ୍ରମ,ଶ୍ରୀୟା ମହାନ୍ତି, ନିରୁପମା ପାତ୍ର, ନିରୁପମା ଦାସ, ଜୟଶ୍ରୀ ପାତ୍ର, ପ୍ରଭାବତିପଟ୍ଟନାୟକ, ଗୀତାଞ୍ଜଳି ମହାନ୍ତି, ମମତା ମଞ୍ଜରୀ ଦେବୀ, ଚୈତାଳୀ ପଟ୍ଟନାୟକ,ଜାନକୀ ମଲ୍ଲିକ, ଆରତୀ ଦେଓ, ବିଶ୍ୱକଲ୍ୟାଣି କର, ସିଲି ସେଠୀ, ଶିଳ୍ପି ହରିଚନ୍ଦନ,
ସୁତେପା ମିତ୍ର, ପ୍ରତିମା ଜେନା, ସବିତା ଚାନ୍ଦ, ସ୍ମିତାରାଣୀ ସାମଲ, ସମସିଦାତାଏବ, କଳ୍ପନା ପଣ୍ଡା, ସରୋଜିନୀ ବାକ୍ରା, ବନଜା ପଣ୍ଡା ଓ ଉଲ୍ଲାସ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।