ଆସନ୍ତା ୨୬ଓ୨୭ରେ ମାରୱାଡି ମହିଳା ସମିତିର ସାୱନ ମେଳା
ଆସନ୍ତା ୨୬ଓ୨୭ରେ ମାରୱାଡି ମହିଳା ସମିତିର ସାୱନ ମେଳା
ଭୁବନେଶ୍ୱର: ମାରୱାଡି ମହିଳା ସମିତି, ଭୁବନେଶ୍ୱର ଶାଖା ପକ୍ଷରୁ ଆସନ୍ତା ୨୬ ଓ ୨୭ ଜୁଲାଇରେ ସାୱନ ମେଳାର ଆୟୋଜନ ହେବାକୁ ଯାଉଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯେଉଁ ମହିଳା ଉଦ୍ୟୋଗୀମାନେ ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ
ଲୋକ ଲୋଚନକୁ ଆଣିବା ପାଇଁ ଏହି ସାୱନ ମେଳାର ଆୟୋଜନ କରାଯାଇଛି । ଚଳିତ ବର୍ଷ
ସାୱନ ମେଳାରେ ୫୦ ରୁ ଉର୍ଦ୍ଧ୍ୱ ଷ୍ଟଲ୍ ପ୍ରଦର୍ଶିତ ହେବ ଯେଉଁଥିରୁ ୪୫ଟି ଷ୍ଟଲ୍ରେ ରାକ୍ଷୀ, ସାଢୀ,
କୁର୍ତ୍ତୀ, ବ୍ୟାଗ୍, ପର୍ସ, ଚପଲ, ଗିଫ୍ଟ,ଖେଳନା ଏବଂ ଭଗବାନଙ୍କର ସୁନ୍ଦର ସୁନ୍ଦର କପଡା ପ୍ରଦର୍ଶିତ
ହେବ । ଏଠାରେ ୫ ଟି ଖାଇବା ଷ୍ଟଲ ମଧ୍ୟ ଲଗାଯିବ ଯେଉଁଠି ସ୍ୱାଦିଷ୍ଟ ବ୍ୟଞ୍ଜନ ମିଳିବ । ଓଡିଶାର
ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ ମାରୱାଡି ମହିଳା ସମିତି ତରଫରୁ ନିଃଶୁଳ୍କ ଷ୍ଟଲ୍ ଲଗା ଯାଇଛି
ଯେଉଁଥିରେ ହସ୍ତଶିଳ୍ପମାନ ପ୍ରଦର୍ଶିତ ହେବ । ଏହି ମେଳାରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଜଟଣୀ,
ଭଦ୍ରକ, କୋଲକାତା ଓ ବାଲେଶ୍ୱରର ମାରୱାଡି ମହିଳାମାନେ ଆସି ନିଜ ନିଜର ଷ୍ଟଲ ପ୍ରଦର୍ଶନ
କରିବେ । ଏହି ଅବସରରେ ପ୍ରେସିଡେଣ୍ଟ ଜୁହି ଅଗ୍ରୱାଲ, ସେକ୍ରେଟାରୀ ସିବାଙ୍ଗୀ ଗୋଏନˆାଙ୍କ ସମେତ
ସୁଧା ଖଣ୍ଡେଲୱାଲ, ବୀଣା ବିର୍ଲା, ପ୍ରବୀଣ ଭଣ୍ଡାରୀ, ନିଲମ ଅଗ୍ରୱାଲ ଓ ସ୍ନେହା ଗୁପ୍ତା ପ୍ରମୁଖ ଉପସ୍ଥିତ
ଥିଲେ ।