Search for:
  • Home/
  • ରାଜ୍ୟ/
  • ପଞ୍ଚାୟତରେ ମହିଳା ଅଧିକାର ଆନ୍ଦୋଳନ

ପଞ୍ଚାୟତରେ ମହିଳା ଅଧିକାର ଆନ୍ଦୋଳନ

Spread the love

Loading

ଭୁବନେଶ୍ୱର:କର୍ମଜୀବି ମହିଳାଙ୍କ ଵିରୋଧରେ ରାଜ୍ଯ ସରକାରଙ୍କ ପ୍ରତିହିଂସା ପରାୟଣ ପଦକ୍ଷେପକୁ ପଲ୍ଲିରୁ ରାଜଧାନୀ ପର୍ଯ୍ଯନ୍ତ ପ୍ରତିଵାଦ ଶାଣିତ କରାଯିଵ: ୧୧ ଓ ୧୨ମାର୍ଚ୍ଚ ରାଜ୍ଯଵ୍ଯାପୀ ବ୍ଲକସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ, ୧୧ ମାର୍ଚ୍ଚ ସଂଧ୍ୟାରେ ପ୍ରତି ଗ୍ରାମ ପଞ୍ଚାୟତରେ ମହିଳା ଅଧିକାର ଆନ୍ଦୋଳନ ସଂକଳ୍ପର ପ୍ରଦୀପ ପ୍ରଜ୍ବଳନ କରାଯିବ, ୧୯ ମାର୍ଚ୍ଚ ସକାଳରୁ ବିଧାନସଭା ସମ୍ମୁଖରେ ଦାବି ପୂରଣ ପର୍ଯ୍ଯନ୍ତ ଦିଵା-ରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ: ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ରାଜ୍ୟସ୍ତରୀୟ କନଭେନଶନରେ ଗଣ ସଂକଳ୍ପ।

ଭୁଵନେଶ୍ଵର: ତା୯/୩/୨୦୨୫: ଭାରତ ସରକାରଙ୍କ ଏନ୍ଆରଏଲଏମ୍ ସ୍କିମ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏଵଂ ଓଡ଼ିଶା ମିଶନ ଶକ୍ତି ଜରିଆରେ କାର୍ଯ୍ୟରତ ପ୍ରମୁଖ ସ୍କିମ ଓ୍ଵାର୍କର କାର୍ଯ୍ଯନିର୍ଵାହୀ (ଇସି) ସଦସ୍ୟଙ୍କୁ ପୁନର୍ଗଠନ ନାମରେ ମହିଳା ଵିରୋଧୀ ପ୍ରତିହିଂସା ପରାୟଣ ଡଵଲ ଇଞ୍ଜିନ ସରକାର କରିଥିଵା ଵହିସ୍କାର ଆଦେଶ ପ୍ରତ୍ଯାହାର ଦାଵିରେ ଆଜି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ରାଜ୍ଯ ସ୍ତରୀୟ କନଭେନସନ ଭୁବନେଶ୍ଵର କସ୍ତୁରବା ନାରୀ ସେହି ସଦନ ପ୍ରାଙ୍ଗଣରେ ସଂଘ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଅସ୍ମିତା ଓ ସୁଭଦ୍ରାଙ୍କ ନାମ ନେଇ କେନ୍ଦ୍ରୀୟ ସ୍କିମ୍ ଏନ୍ଆଏଲ୍ଏମ୍ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଏଵଂ ଓଡ଼ିଶା ମିଶନ ଶକ୍ତି ସ୍କିମର ମୁଖ୍ଯ ଲକ୍ଷର ମୁଖ୍ୟ କାର୍ଯ୍ଯ ଯଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଞ୍ଚୟ ଜମା ବୃଦ୍ଧି ପାଇଁ ପ୍ରଵର୍ତ୍ତାଇବା, ଵ୍ଯକ୍ତିଗତ ସଞ୍ଚୟ ଜମା ବୃଦ୍ଧି ପାଇଁ ପ୍ରଵର୍ତ୍ତାଵା, ଜୀଵିକା ଅର୍ଜନ ପାଇଁ ଵିଭିନ୍ନ ଋଣ ସହାୟତାର ବ୍ୟାଙ୍କ ସଂଯୋଗ କରାଇବା, ବ୍ୟାଙ୍କ ଋଣ ନେଇ ହୀତାଧିକାରୀ ଚଳାଉଥିଵା ଵ୍ଯଵସାୟ, ଉତ୍ପାଦନ ଇତ୍ୟାଦିର ନିୟମିତ ତଦାରଖ ଓ ବ୍ୟାଙ୍କ ଋଣ ପରିଶୋଧ ପାଇଁ ପ୍ରଵର୍ତ୍ତାଇଵା ଏହି ସ୍କିମର ମୂଖ୍ୟ କାର୍ଯ୍ଯ କରୁଥିବା ସ୍କିମ ଓ୍ଵାର୍କର କାର୍ଯ୍ଯନିର୍ଵାହୀ (ଇସି) ସଦସ୍ଯ ଙ୍କୁ କମ୍ଯୁନିଟି ଵେସଡ୍ ଅର୍ଗାନାଇଜେସନ (ସିଵିଓ)ର ନେତା ନାମରେ ଚିତ୍ରିତ କରି ପୁନର୍ଗଠନ ଆଳରେ ବହିସ୍କାର ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର କିଏ ସଭାପତି ବା କିଏ ସମ୍ପାଦକ ହେବେ, ତାହା ସମ୍ପୃକ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ଯ ଵାଛିଵେ କି ରାଜ୍ଯ ସରକାର ତାଙ୍କ ଦଳୀୟ କର୍ମୀଙ୍କୁ ନେଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉପରେ ଲଦିଵେ ? ଏହି ପୁନର୍ଗଠନ ରେ ୬ଲକ୍ଷରୁ ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକଙ୍କୁ ମିଶାଇ ୧୨ଲକ୍ଷରୁ ଅଧିକ ମହିଳାଙ୍କୁ ବହିସ୍କାର ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେମାନେ ସଭାପତି ବା ସମ୍ପାଦକ ପଦବୀ ପାଇଁ ପ୍ରାର୍ଥୀ ମଧ୍ଯ ହୋଇ ପାରିବେ ନାହିଁ। ଏହା ମିଶନ ଶକ୍ତି ମହାଦୃମକୁ ଧ୍ଵଂସ କରିଵ ଓ ମହିଳାମାନଙ୍କୁ ସଶକ୍ତ କରାଇବା ପରିବର୍ତ୍ତେ ଆବଦ୍ଧ କରାଇବ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ବିରୋଧରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ବିଭିନ୍ନ ପର୍ଯ୍ଯାୟରେ ଆନ୍ଦୋଳନ ଚାଲିଅଛି। ଆସନ୍ତା ୧୧ ଓ ୧୨ମାର୍ଚ୍ଚ ରେ ଏହି ପୁନର୍ଗଠନ ଆଦେଶ ପ୍ରତ୍ୟାହାର ଦାବିରେ ରାଜ୍ଯଵ୍ଯାପୀ ଵ୍ଲକ ସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ କରାଯିବ, ୧୧ମାର୍ଚ୍ଚ ସଂଧ୍ୟାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଇସି ସଦସ୍ଯ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ପକ୍ଷରୁ ମିଳିତ ଭାଵେ ମହିଳା ଅଧିକାର ପାଇଁ ସଂଘର୍ଷର ସଂକଳ୍ପ ପ୍ରଦୀପ ପ୍ରଜ୍ବଳନ କରାଯିବ ଏଵଂ ୧୯ମାର୍ଚ୍ଚରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ଦାବି ପୂରଣ ପର୍ଯ୍ଯନ୍ତ ଦିଵା-ରାତ୍ର ଗଣଧାରଣା ଚାଲୁ ରହିଵ । ଏହି କନଭେନଶନରେ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନା, ସଂଘର ପୁଷ୍ପାଞ୍ଜଳୀ ଜେନା, ମୀରା ମହାନ୍ତି, ଶୈଳଵାଳା ରଥ, ପ୍ରଭାତୀ ସାହୁ, ପଦ୍ମିନୀ ରଣା, ତଷାରିକା ସାହୁ, ସାବିତ୍ରୀ ମାହାତୋ, ମମତା ବେହେରା, ବୈଦେହୀ ଵିହାରୀ, ଵକେ କମଳା କୁମାରୀ, ପ୍ରତିଭା ସାହୁ, ସସ୍ମିତା ସାମନ୍ତରାୟ, ଧନୀ ରାଣୀ ଵିଶୋୟୀ, ସରିତା ଦାସ, ମନୋରମା କମିଳା, କୁନି ପରିଡ଼ା, ସସ୍ମିତା ସାମନ୍ତରାୟ, ସରସ୍ଵତୀ ପାତ୍ର, ସ୍ନେହଲତା ବେହେରା, କାମିନୀ ନାୟକ, ଜ୍ୟୋତ୍ସ୍ନା ରଥଶର୍ମା, ମମତା ପ୍ରିୟଦର୍ଶନୀ ପ୍ରମୁଖ ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ।

Leave A Comment

All fields marked with an asterisk (*) are required