Search for:
  • Home/
  • ରାଜ୍ୟ/
  • ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ

ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ

Spread the love

Loading

କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ

ଭୁବନେଶ୍ୱର ତା. ୯.୩- ଆଜି ପ୍ରଦେଶ କଂଗ୍ରେସ ଏବଂ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମିଳିତ ଭାବେ ମାଷ୍ଟରକ୍ୟାଂଟିନ ଛକରେ ବିଶ୍ୱମହିଳା ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷତା କରିଥିଲେ । ମହିଳା କଂଗ୍ରେସର ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି ଅଭିନବ ଉପାୟରେ ବିଶ୍ୱମହିଳା ଦିବସ ପାଳନ କରିଥିଲେ । ଓଡ଼ିଶାରେ ମହିଳାମାନଙ୍କର ଦୟନୀୟ ପରିସ୍ଥିତି ଓ ଅସନ୍ତୋଷକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ମହିଳା ଉପେକ୍ଷିତ, ନିର୍ଯ୍ୟାତିତ ଓ ଲୁଣ୍ଡିତ । ମହିଳାମାନଙ୍କୁ ସୁରକ୍ଷା ଦେବା ଓ ସ୍ୱାବଲମ୍ବି କରିବାର ପ୍ରତିଶ୍ରୁତି ଦେଇ ବିଜେପି ଦଳ କ୍ଷମତାସୀନ ହେଲା ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କୁ ଏବେ ପ୍ରତାରିତ କରୁଛି । ଏଠି “ନରେନ୍ଦ୍ର-ମୋହନ” ସରକାରରେ ମହିଳା ଅତ୍ୟାଚାର ସୀମାଲଙ୍ଘନ କଲାଣି । ମାତ୍ର ସରକାର ନିଷ୍କ୍ରିୟ ଓ ନିଦକ ହୋଇ ବସିଛି । ପୂର୍ବ ସରକାର ସମୟରେ ବିଜେପି ଦଳ ପକ୍ଷରୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାଜରାସ୍ତାରେ ଚିତ୍କାର କରାଯାଉଥିଲା । କିନ୍ତୁ କ୍ଷମତାସୀନ ହେଲାପରେ ମହିଳାମାନଙ୍କର ନିର୍ଯ୍ୟାତନା ପ୍ରସଙ୍ଗକୁ ବିଜେପି ଅଣଦେଖା କରୁଛି କାହିଁକି ଶ୍ରୀ ଦାସ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତି, ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାଲକାନଗିରିର ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀର ଛାତ୍ରୀ ମା’ ହୋଇଛନ୍ତି । ଢ଼େଙ୍କାନାଳରେ ଜଣେ ମହିଳାଙ୍କୁ ୭ଜଣ ପୁରୁଷଙ୍କର ଦୀର୍ଘଦିନ ଧରି ଗଣଦୁଷ୍କର୍ମ, ଯାଜପୁରରେ ମାଟ୍ରିକ ପରିକ୍ଷାର୍ଥୀ କନ୍ୟାଶ୍ରମରେ ଗର୍ଭବତୀ, କଟକରେ ଇଟାଭାଟିରେ ନାବାଳିକାକୁ ଦୁଷ୍କର୍ମ, ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ, ବଲାଙ୍ଗିରୀରେ ମହିଳାଙ୍କୁ ଦୁଷ୍କର୍ମ ଏବଂ ମଳ ଖୁଆଇବା ଭଳି ଘଟଣା ପ୍ରତିଦିନ ଏ ରାଜ୍ୟରେ ଘଟୁଛି । ନିଳଗିରିରେ ଧର୍ମାନ୍ତରୀକରଣର ମିଥ୍ୟା ଅଭିଯୋଗରେ ଦୁଇଜଣ ନିରୀହ ଆଦିବାସୀ ମହିଳାଙ୍କୁ ଗୈରିକ ସଂଗଠନର ସଭ୍ୟମାନେ ଲଙ୍ଗଳାକରି ଗଛରେ ବାନ୍ଧି ଯୋତାରେ ପଟିଲେ ସେହିପରି ପାଲଲହଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, ଭଦ୍ରକରେ ମହିଳାଙ୍କୁ ଦୁଷ୍କର୍ମ ଓ ୭ବର୍ଷର ନାବାଳିକାକୁ ହତ୍ୟା । ପ୍ରତିଦିନ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି । ମୋହନ ସରକାରର ୮ ମାସ ଭିତରେ ୧୬ଶହ ମହିଳା ଅତ୍ୟାଚାରିତ ହୋଇଥିବାର କେସ ଦରଜ ହୋଇଥିବା ବେଳେ ହଜାର ହଜାର ମହିଳା ଅତ୍ୟାଚାର ଘଟଣା ଅନ୍ଧକାରରେ ଲୁଚିଯାଉଛି ।
ସ୍କୁଲ, କଲେଜ, ୟୁନିର୍ଭସିଟି ସବୁଠି ମହିଳା ଅସୁରକ୍ଷିତ । ଏପରିକି କ୍ୟାମ୍ପସ ଭିତରେ ଅକଥନୀୟ ମହିଳା ଅତ୍ୟାଚାର ଚାଲିଛି । ସେଥିପାଇଁ ଛାତ୍ରୀ ଆତ୍ମହତ୍ୟା ବୃଦ୍ଧି ପାଉଛି । ଜନନାୟକ ରାହୁଲ ଗାନ୍ଧୀଙ୍କ “ନାରୀ ନ୍ୟାୟ” କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ସ୍ଥାନୀତ ହୋଇଥିଲା । ରାହୁଲ ଗାନ୍ଧୀଙ୍କର ଆହ୍ୱାନକୁ ସଫଳ କରିବାପାଇଁ ଏବଂ ଓଡ଼ିଶାର ମହିଳାମାନଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ଏହି ଆନ୍ଦୋଳନରେ ଓଡ଼ିଶାର ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରରୁ ମହିଳାମାନେ ଅଂଶଗ୍ରହଣ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଆଗାମୀ ୧୦ ତାରିଖରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ହେଉଥିବା ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲିକାର୍ଜ୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ମହିୟସୀ ମହିଳା ଶ୍ରୀମତୀ ସୋନିଆ ଗାନ୍ଧୀ ଦେଶରେ ମହିଳାମାନଙ୍କ ଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି । ଶ୍ରୀ ଦାସ ଆଜି ଏହି ସମାବେଶରେ ମହିଳା ଜାଗରଣ ଏବଂ ମହିଳା ବିପ୍ଳବ ପାଇଁ ସ୍ଲୋଗାନ ଦେଇଥିଲେ । ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଥିଲେ ଯେ ପିସିସି ସଭାପତିଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିଟି ଅତ୍ୟାଚାରିତ ମହିଳାମାନଙ୍କ ପଛରେ କଂଗ୍ରେସ ଦୃଢ଼ ଭାବେ ଠିଆ ହେବ ଏବଂ ସେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନଙ୍କ ସଂଗ୍ରାମରେ ସାମିଲ ଦେବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନଗୋ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଣଜିତ ପାତ୍ର, ଉଦିତ ପ୍ରଧାନ, ସସ୍ମିତା ବେହେରା,ସିଦ୍ଧାର୍ଥ ସ୍ୱରୂପ ଦାଶ, ରାଜନ ଏକ୍କା, ସାଗର ଦାସ,ରତ୍ନମଣୀ ଉଲ୍ଲାକା, ନକୁଳ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ମନୋଜ ବିଶ୍ୱାଳ, ମହମ୍ମଦ ଇମଦାଦ, ଅମରେଶ ପରିଡ଼ା, ଅମୀୟ ପାଣ୍ଡବ, ସୁଧାଂଶୁ ଦେଓ, ଅଜୟ ସାହୁ,ସିପ୍ରା ମଲ୍ଲିକ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ନଳିନୀ ରଥ, ତୃପ୍ତିମୟୀ ପଟ୍ଟନାୟକ, ଶ୍ରୀୟା ମହାନ୍ତି, ପ୍ରାଚୀ ରାଉତରାୟ, କବିତା ପ୍ରିୟଦର୍ଶିନୀ ଦାସ, ସ୍ୱାଗତିକା ପଟ୍ଟନାୟକ, ନିରୁପମା ପାତ୍ର, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, କଳ୍ପନା ପଣ୍ଡା, ଜାନକୀ ମଲ୍ଲିକ, ଅମିତା ବଶ୍ୱାଳ, ମୌସୁମି ସାହୁ, ବିନ୍ଧାବିନୀ ସାହୁ,ଦିପ୍ତିମୟୀ ପ୍ରଧାନ, ଉର୍ବଶୀ ମିଶ୍ର, ସୁରଭି ବିଶୋଇ, ମହମ୍ମଦ ଗୁଲଫାମ, ବଟକୃଷ୍ଣ ରାଉତରାୟ, ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave A Comment

All fields marked with an asterisk (*) are required