Search for:
  • Home/
  • ରାଜ୍ୟ/
  • ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ତମ କାରଗିଲ ବିଜୟ ଉତ୍ସବ ପାଳନ ଅବସରରେ ପୁସ୍ତକ ପ୍ରଦର୍ଶନୀ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ତମ କାରଗିଲ ବିଜୟ ଉତ୍ସବ ପାଳନ ଅବସରରେ ପୁସ୍ତକ ପ୍ରଦର୍ଶନୀ

Spread the love

Loading

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ତମ କାରଗିଲ ବିଜୟ ଉତ୍ସବ ପାଳନ ଅବସରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର ୨୬.୦୭.୨୦୨୪ : ଆଜି ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ୨୫ ତମ କାରଗିଲ ବିଜୟ ଉତ୍ସବ ପାଳନ ହେବା ସହ ଏହି ଅବସରରେ କାରଗିଲ ବିଜୟ ଉପରେ ପାଠାଗାରରେ ଉପଲବ୍ଧ ପୁସ୍ତକ ଗୁଡିକର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି l ଏହି ଉତ୍ସବରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରି ଭାରତୀୟ ସୈନିକ ମାନଙ୍କର ଅସୀମ ତ୍ୟାଗ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ l ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନର ମହା-ନିର୍ଦ୍ଦେଶକ ପ୍ରଫେସର ବି. ଡି. ଶର୍ମା ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୈନିକମାନଙ୍କର ତ୍ୟାଗ ଓ ବଳିଦାନକୁ ଶବ୍ଦମାଧ୍ୟମରେ ବର୍ଣ୍ଣନା କରିବା କଷ୍ଟକର ସେମାନଙ୍କ ଉଦ୍ଦେଶ୍ୟରେ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପ୍ରୟାସ l ଉତ୍ସବ ପ୍ରାରମ୍ଭରେ ଶହୀଦ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା l ରାଜ୍ୟ ଗ୍ରନ୍ଥାଗାରର କର୍ମଚାରୀ ଏବଂ ପାଠକପାଠିକା ମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ l

Leave A Comment

All fields marked with an asterisk (*) are required