ପ୍ରଚାର ଛାଡି ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷାଦାନକୁ ଫୋକସ
ପ୍ରଚାର ଛାଡି ରାଜ୍ୟ ସରକାରଙ୍କ ଗୁଣାତ୍ମକ ଶିକ୍ଷାଦାନକୁ ଫୋକସ ଓ ମିଳିତ କମିଟି ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ ପରାମର୍ଶ ସହ ଜୋରଦାର ଉଦ୍ୟମ ପାଇଁ ନିଷ୍ପତି ଶିକ୍ଷା ସୂଚକlଙ୍କରେ ଓଡିଶାର ୨୪ ତମ ସ୍ଥାନକୁ ନେଇ ଓଡିଶା ଅଭିଭାବକ ମହାସଂଘର ସର୍ବଦଳୀୟ ବୈଠକ
ଭୁବନେଶ୍ୱର;୧୦.୦୭ ସାରା ଦେଶରେ ଶିକ୍ଷା ସୂଚକlଙ୍କ କ୍ଷେତ୍ରରେ ( ପିଜି ଆଇ )ଓଡିଶା 24 ତମ ସ୍ଥାନରେ ରହିଛି l ପୂର୍ବରୁ 10ମ ସ୍ଥାନରେ ଥିଲା l ରାଜ୍ୟରେ ଏହି ନୈରାଶ୍ୟ ଜନକ ପ୍ରଦର୍ଶନ ଉପରେ ସବିଶେଷ ଆଲୋଚନା ବା ବିତର୍କ ପାଇଁ ବୁଦ୍ଧ ମନ୍ଦିର ଠାରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟଙ୍କ ସଭାପତିତ୍ବରେ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇଥିଲl lକେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପ୍ରଦର୍ଶନ ସୂଚକlଙ୍କ ରେ ଓଡିଶା ଏଥର 24 ତମ ସ୍ଥାନରେ ରହିଛି l ଏଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦାୟୀ l ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି l ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ଏବର୍ଷ ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ବୈଠକରେ ଉପସ୍ଥିତ ରହି ଶାସକ ବିଜେଡି କୁ ଛାଡି ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ଶିକ୍ଷା ବିଶେଷଜ୍ଞ, ସାମାଜିକ ସଂଗଠନ ଓ ଶିକ୍ଷାବିତ୍ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି lଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବl ବେଳେ ଓଡିଶା ଅଭିଭାବକ ମହାସଂଘର ପ୍ରୟାସକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ l ଶିକ୍ଷା ଏକ ରାଜନୈତିକ ସ୍ଲୋଗାନ ହେବା ସହିତ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସପାତ୍ର ମତ ଦେଇଥିଲେ l 5-ଟି ଦ୍ୱାରା ସ୍କୁଲ ରୂପାନ୍ତୀକରଣ ଏକ ପ୍ରହସନ କେବଳ କାନ୍ଥ କଲର ଓ କଣ୍ଟ୍ରାକ୍ଟି ପାଇଁ ଏହା ଉଦ୍ଧିଷ୍ଟ l ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଶିକ୍ଷକ ଅଭାବ ସହ ଅନ୍ୟାନ୍ୟ ଭିତିଭୂମି ପୂରଣ କରନ୍ତୁ l ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବାରେ ବିଫଳତାକୁ ସରକାର ମାନନ୍ତୁ l ପୂର୍ବରୁ 70 ଟି ବିଭାଗରେ ଶିକ୍ଷା ସୂଚକlଙ୍କ ସ୍ଥିତି ବିଚାର କୁ ନିଆଯାଉଥିଲା ଏବର୍ଷ ଗୁଣାତ୍ମକ ଶିକ୍ଷା, ଶିକ୍ଷକ ତାଲିମ, ଉନ୍ନତ ପଦ୍ଧତି ଆଦି ମିଶି 73 ଟି ବିଭାଗ ବିଚାର କୁ ନେଇ ରିପୋର୍ଟ ପ୍ରକାଶ ପାଇଛି l ତେଣୁ ସେ ବିଷୟରେ ମଧ୍ୟ ବିତର୍କ ହେବା ଦରକାର ବୋଲି ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି l ଶିକ୍ଷାପ୍ରତି ରାଜ୍ୟ ସରକାର ଙ୍କ ଫୋକସ ନାହିଁ l ପ୍ରଚାର ଛାଡି ଏକ ଟାସ୍କ ଫୋର୍ସ ଗଠନ କରି ତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାକୁ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି l ଆମ ଆଦମୀ ପାର୍ଟିର ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ କହିଛନ୍ତି ଶିକ୍ଷା ଏକ ରାଜନୈତିକ ମୁଦା ହେବା ଦରକାର l ଏକ ବର୍ଷ ଭିତରେ ସ୍ଥିତି ଏତେ ବିଗିଡିବା ରିପୋର୍ଟ ଯୋଗୁଁ ଆଲୋଚନା ହେଉଛି l ସବୁ ରାଜ୍ୟର ଭୌଗଳିକ ସ୍ଥିତି ଅଲଗା l ଦିଲ୍ଲୀ ଭଳି ଆମ ରାଜ୍ୟ ଶିକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର l ସିପି ଆଇ ଏମ ର ସୁରେଶ ପାଣିଗ୍ରାହୀ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାର ଙ୍କ ଉତ୍ତର ଦାୟିତ୍ୱ l ଘରୋଇ କରଣ ଓ ବ୍ୟବସାୟୀ କରଣ କରି ଶିକ୍ଷା ବ୍ୟବସ୍ଥାକୁ ଧ୍ବଂସ କରିଦେଲେଣି l ଶିକ୍ଷା କ୍ଷେତ୍ର ରେ ଉତ୍ତମ ପ୍ରଦର୍ଶନ କରିଥିବା କେରଳ, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟକୁ ଏକ ଟିମ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସରକାର ଙ୍କୁ ପ୍ରସ୍ତାବ ଏବଂ ସୁପାରିଶ ହେବା ଦରକାର l ସମାଜବାଦୀ ପାର୍ଟି ସମ୍ପାଦକ ସୁଦର୍ଶନ ପ୍ରଧାନ ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇ କରଣ କୁ ବିରୋଧ କରିବା ସହିତ ସ୍କୁଲ ପରିଚାଳନା କମିଟି କେବଳ ଠିକା କlମ ଅର୍ଥଜନିତ ବ୍ୟାପାର ରେ ଲିପ୍ତ ରହୁଛନ୍ତି l ସମସ୍ତେ ସଂଗଠିତ ହୋଇ ଜୋରଦାର ଲଢେଇ କରିବା ଦରକାର l ସିପି ଆଇ ଏମ ଏଲ ର ଯୁଧିଷ୍ଠିର ମହାପାତ୍ର ସାଧାରଣ ଲୋକଙ୍କ ପିଲାଙ୍କ ପାଇଁ ଶିକ୍ଷାର ଭବିଷ୍ୟତ ଅନ୍ଧାର l ତେଣୁ ମୂର୍ଖ ହୋଇ ସମାଜକୁ ଧ୍ବଂସ କରି ବାକୁ ସରକାରଙ୍କୁ ଆମକୁ ବlରଣ କରି ସମ୍ମିଳିତ ଲଢେଇ ପାଇଁ ପରାମର୍ଶ ଦେଇଥିଲେ l କଳିଙ୍ଗ ସେନାର ହେମନ୍ତ ରଥ ବେଦ ବାବଦରେ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରିବାକୁ କହିଥିଲେ l ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା କହିଥିଲେ ବାସ୍ତବ ସ୍ଥିତି କଣ ରାଜ୍ୟ ସରକାର ଜାଣିଛନ୍ତି ତେଣୁ ରାଜନୈତିକ ବୟନବାଜି ଛାଡି ତୁରନ୍ତ ପଦକ୍ଷେପ ନିଅନ୍ତୁ l ସମସ୍ତ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ସମ୍ମିଳିତ ଉଦ୍ୟମ କରନ୍ତୁ l କେବଳ ରାଜନୀତି କଲେ ରାଜ୍ୟ ଓ ଦେଶ ଆହୁରି ତଳକୁ ତଳକୁ ଯିବ l ନାଗରିକ ସମାଜ ସଭାପତି ଇଁ ଲଳିତ ମୋହନ ପଟନାୟକ କହିଥିଲେ ବିକଶିତ ରାଷ୍ଟ୍ରରେ ଶିକ୍ଷା ସମସ୍ତଙ୍କ ପାଇଁ ମାଗଣା ଓ ବାଧ୍ୟତା ମୂଳକ ରହିଛି ଏହା ସରକାରଙ୍କ ଦାୟିତ୍ୱ ତେଣୁ ଶିକ୍ଷା କୁ ଗୁରୁତ୍ୱ ନଦେଲେ ଆମର ବିକାଶ କେବଳ ସ୍ବପ୍ନ ରେ ରହିଯିବ l ଶିକ୍ଷାବିତ ପ୍ରତାପ ଜେନା କହିଥିଲେ କି ସରକାରୀ ସ୍କୁଲ ରେ ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆଗ୍ରହ ବଢୁଛି l ଶିକ୍ଷା ବିଭାଗର ଦାୟିତ୍ୱ ରେ ଥିବା ଅଧିକାରୀ ଓ ଶିକ୍ଷକ ମାନଙ୍କ ଡ୍ରୟୀତ୍ୱ ବୋଧ ନିର୍ଧାରଣ ହେବା ଦରକାର l ପ୍ରାଥମିକ ଶିକ୍ଷା ମାନବ ସମ୍ବଳ ଗଠନର ମୂଳଦୁଆ l ଶିକ୍ଷା ବିଶେଷଜ୍ଞ ଅନିଲ ପ୍ରଧାନ କହିଥିଲେ କି ଆଞ୍ଚଳିକ ଭିତ୍ତିରେ ଓ କଥିତ ଓ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ଦେବା ସହିତ ଉପର ଠାଉରିଆ ନହୋଇ ବାସ୍ତବିକ ସ୍ଥିତି ଅନୁଯାଇ ସରକାର ପଦକ୍ଷେପ ନେବା ଦରକାର l ଶିକ୍ଷାବିତ ଅମୀୟ ମହାନ୍ତି କହିଥିଲେକି ରାଜ୍ୟ ସରକାରନିଜ ପାଇଁ ସ୍ୱତନ୍ତ୍ର ଶିକ୍ଷା ନୀତି ଆପଣlନ୍ତୁ l ଉପଯୁକ୍ତ ଭିତିଭୂମି, ତାଲିମପ୍ରାପ୍ତ ଶିକ୍ଷକ, ନିୟମିତ ଶିକ୍ଷକ ଓ ଶିକ୍ଷା ସମ୍ବନ୍ଧୀୟ କର୍ମଚାରୀ ନିଯୁକ୍ତି କରନ୍ତୁ l ବିକ୍ଷିପ୍ତ ନହୋଇ ସମସ୍ତେ ମିଳିତ ଭାବରେ ସରକାରଙ୍କୁ ଚାପ ପ୍ରୟୋଗ କରନ୍ତୁ l ଅଲ ଇଣ୍ଡିଆ ପlରେଣ୍ଟ ଫିଡ଼ରେସନ ର ପ୍ରଦୀପ୍ତ ନାୟକ ଶିକ୍ଷା ଅବ୍ୟବସ୍ଥା କଥା ସରକାର ଜାଣି ଶୁଣି ଚୁପ ରହୁଛନ୍ତି l ପ୍ରାଇଭେଟ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ସରକାର ଏପରି କରୁଛନ୍ତି l ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ଲଢେଇ ପାଇଁ ମତ ଦେଇଥିଲେ l ଯଦି ବାସ୍ତବ ସ୍ଥିତ କଥା ବିଚାର କରାଯାଏ ବିଶେଷ ଭାବେ କୋଭିଡ ପରେ ଏପରି ସ୍ଥିତି ସ୍ତୃଷ୍ଟି ହୋଇଛି l ସରକାର ପିଲାଙ୍କୁ ପାଠରେ ମନ ଲଗେଇବା ପାଇଁ କିଛି ନୂଆ ଚିନ୍ତା କଲେନାହିଁ l ରାଜ୍ୟ ସରକାରଙ୍କର ଶିକ୍ଷାଗୁ ଗୁରୁତ୍ୱ ପ୍ରଦାନ କଲେନି ତାର ଫଳ ଆଜି ଆମକୁ ଭୋଗିବାକୁ ପଡୁଛି ସରକାର ଙ୍କର ମାନସିକତାର ଅଭାବ ରହିଛି l ଏବେ ବି ସମୟ ଅଛି, ସତକୁ ମାନି ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି, ଏହାର ତର୍ଜମା କରିବା ବିହିତ ପଦକ୍ଷେପ ନିଅନ୍ତୁ l ନଚେତ ଇତିହାସ କେବେ 23 ବର୍ଷର ସରକାରଙ୍କୁ କ୍ଷମା ଦେବ ନାହିଁ l କେବଳ ରାଜ୍ୟ ସରକାର ନୁହେଁ ଏଥିପାଇଁ ବିରୋଧୀ ଦଳ ସମେତ ସମସ୍ତ ରାଜନୈତିକ ଦଳ, ଗଣସଂଗଠନ, ଶିକ୍ଷାବିତ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ସମସ୍ତଙ୍କର ଦାୟିତ୍ୱ ରହିଛି l ତେଣୁ ଆଜିର ସର୍ବ ସମ୍ମତ ନିଷ୍ପତି ଅନୁଯାଇ ଓଡିଶା ଅଭିଭାବକ ମହାସଂଘ ଏକ ସର୍ବଦଳୀୟ କମିଟି ଗଠନ କରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ରାଜ୍ୟ ଗସ୍ତ କରିବା ସହିତ ତଥ୍ୟ ସମ୍ବଳିତ ରିପୋର୍ଟ ଓ ଦାବୀ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରାଯିବାକୁ ନିଷ୍ପତି ନିଆଗଲା l ଆଜିର ବୈଠକରେ ସାମାଜିକ କର୍ମୀ ମିର ଅହମଦ ଅଲ୍ଲୀ, ଓଡିଶା ଅଭିଭାବକ ମହାସଂଘ ସମ୍ପାଦକ ପ୍ରଦୀପ୍ତ ମିଶ୍ର, କାର୍ତିକ ସାହୁ, ଅଶୋକ ପଟନାୟକ ଉପଦେଷ୍ଟା ନିରୋଦ ଖୁଣ୍ଟିଆ, ସହ ଅଧକ୍ଷ ଭୁମୋହନ ପଟନାୟକ ଯୋଗ ଦେଇଥିଲେ l ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ l
ପ୍ରସନ୍ନ ବିଷୋୟୀ
ସହ ଅଧକ୍ଷ 10/07/2023:- ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପ୍ରଦର୍ଶନ ସୂଚକାଙ୍କ ତାଲିକାରେ 24ତମ ସ୍ଥାନରେ ରହି ନୈରାଶ୍ୟ ଜଣକ ପ୍ରଦର୍ଶନ ଉପରେ ଏକ ରିପୋର୍ଟ ପ୍ରକାଶ କରାଯାଉ | ସତ୍ୟକୁ ସ୍ୱୀକାର କରି ସହିତ ତ୍ୱରିତ ପଦକ୍ଷେପ ନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦ୍ୱାରା ଆୟୋଜିତ ସର୍ବଦଳୀୟ ବୈଠକରେ ସର୍ବ ସନ୍ନତି କ୍ରମେ ନିଷ୍ପତି ନିଆଯାଇଥିଲା | ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକ ଭୁବନେଶ୍ୱରର ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା | ସଦ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ପ୍ରଦର୍ଶନ ସୁଚକାଙ୍କରେ ଓଡିଶା 24ତମ ସ୍ଥାନରେ ରହିଛି | ଏଥିପାଇଁ ସର୍ବଦଳୀୟ ବୈଠକ ରାଜ୍ୟ ସରକାରଙ୍କର ଶିକ୍ଷା ବିଭାଗକୁ ଦାୟୀ କରିଛି | ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମକୁ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡିଶା 24 ତମ ସ୍ଥାନରେ ରହିଛି | ବର୍ଷକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଏପରି ନୈରାଶ୍ୟ ଜନକ ପ୍ରଦର୍ଶନକୁ ଓଡ଼ିଶାର ଶିକ୍ଷାବିତ୍ତ ତଥା ଅଭିଭାବକ ମାନେ ଗଭୀର ଉଦବେଗ ପ୍ରକାଶ କରୁଛନ୍ତି | ଦେଶର 36 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡିଶା 24ତମ ସ୍ଥାନରେ ରହିଥିବାବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼ | ଗତ ବର୍ଷ ଓଡିଶା 10 ନମ୍ବର ସ୍ଥାନରେ ଥିଲା l ଓଡ଼ିଶାର ଜଗତସିଂହପୁର, ଭଦ୍ରକ , କଟକ, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଗ୍ରେଡ଼ ଅତିଉତ୍ତମ ରହିଛି | ରାୟଗଡା ଓ କୋରାପୁଟର ଗ୍ରେଡ଼ ରାଜ୍ୟରେ ସବୁଠାରୁ ତଳେ ରହିଛି | 5ଟି ଦ୍ୱାରା ସ୍କୁଲ ରୂପାନ୍ତରୀକରଣ କରାଗଲା | ମାତ୍ର ଶିକ୍ଷାର ଗୁଣାତ୍ମକ ଓ ଶିକ୍ଷକ ଅଭାବରୁ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବାରେ ବିଫଳ ହେଲା ଶିକ୍ଷା ବିଭାଗ | ବିଶେଷଭାବେ କୋଭିଡ ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି | ସରକାର ପିଲାଙ୍କୁ ପାଠରେ ମନ ଲଗେଇବା ପାଇଁ କିଛି ନୂଆ ଚିନ୍ତା କଲେ ନାହିଁ | ରାଜ୍ୟ ସରକାରଙ୍କ ଶିକ୍ଷାରୁ ଗୁରୁତ୍ୱ ପ୍ରଦାନ କରିବାର ମାନସିକତାର ଅଭାବ ରହିଛି | ଏବେ ବି ସମୟ ଆସିଛି ସତକୁ ମାନି ରାଜ୍ୟ ସରକାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ଗଠନ କରି ଏହାର ତର୍ଜମା କରିବା ବିହିତ ପଦକ୍ଷେପ ନିଅନ୍ତୁ ନଚେତ ଇତିହାସ କାହାକୁ କ୍ଷମା ଦେବ ନାହିଁ | ସଦ୍ୟ ସୁଚକାଙ୍କ ରିପୋର୍ଟ ଅନୁସାରେ ସର୍ବମୋଟ 517 ମାର୍କ ରଖି ଓଡିଶା 24ତମ ସ୍ଥାନରେ ଅଛି | ସମୁଦାୟ 73 ଟି ପାରାମିଟର ଅନୁସାରେ କରାଯାଇଥିବା ଏହି ସର୍ଭେରେ ଓଡିଶା ସବୁ କ୍ଷେତ୍ରରେ ବିଫଳ ହୋଇଛି | କମ୍ପୁଟର ସୁବିଧା ହେଉ କିମ୍ବା ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ଶିକ୍ଷକ ତାଲିମ ଶିକ୍ଷାମାନ ନିର୍ଦ୍ଧାରଣ, ଆକ୍ସେସ, ଭିତ୍ତିଭୂମି, ITC ଲ୍ୟାବ, ସରକାରୀ ସାହାଯ୍ୟ, ସ୍ମାର୍ଟ ଶ୍ରେଣୀ କକ୍ଷ, ସ୍କୁଲ, ଲାବୋରେଟାରୀ, ସ୍ୱତନ୍ତ୍ର ବିଜ୍ଞାନଲ୍ୟାବ, ଧନ୍ଦାମୂଳକ ଶିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱତନ୍ତ୍ର ପୁଅ ଓ ଝିଅଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା, ଏକ ମାସ ଭିତରେ ବହି ପ୍ରଦାନ ସ୍କୁଲ ମଧ୍ୟରେ ଅଙ୍ଗନବାଡି, ସ୍କୁଲ୍ କିଚେନଗାର୍ଡନ, ପାଣି ବଂଚେଇବା ପାଇଁ ବର୍ଷା ଜଳ ହରବେଷ୍ଟିଙ୍ଗ ସୁବିଧା, ସୋଲାର ପ୍ୟାନେଲ, ଭିନ୍ନକ୍ଷମ ପାଇଁ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ଏବଂ ତାଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା, ସାଇବର ସୁରକ୍ଷା ତାଲିମ, ଶିକ୍ଷା ଅଧିକାର ଅନୁସାରେ ସ୍କୁଲରେ ସମ୍ପୂର୍ଣ୍ଣ ଶିକ୍ଷା ଅଧିକାର ଶିକ୍ଷା ଆଇନକୁ ମାନିବା | ଅନଲାଇନରେ ପିଲାମାନଙ୍କୁ ଟ୍ରେନିଂ କରିବା, ଶିକ୍ଷକଙ୍କ ଉପସ୍ଥାନଙ୍କୁ ଡ଼ିଜିଟାଲି କରିବା, କେତେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସ୍ଥାନ ପୂରଣ ହେବା, ଶିକ୍ଷକ ନିଯୁକ୍ତି ସ୍ୱଚ୍ଛ ଭାବେ ହେବା, ପରି ସମୁଦାୟ 73ଟି ବିନ୍ଦୁରେ ଏହି ସର୍ଭେ କରି ତଥ୍ୟ ସଂଗ୍ରହ କରାଯାଇଥିଲା | ଓଡ଼ିଶାରେ ପ୍ରାୟ 11710 ସ୍କୁଲରେ ବିଦ୍ୟୁତ ଯୋଗାଣ ନାହିଁ, 21065 ସ୍କୁଲରେ ଖେଳ ପଡିଆ ନାହିଁ, 41996 ସ୍କୁଲରେ କମ୍ପୁଟର ନାହିଁ, 6781 ସ୍କୁଲରେ ଠିକ ଭାବେ ପିଲାଙ୍କ ପଢିବା ପାଇଁ ଶ୍ରେଣୀ କକ୍ଷ ନାହିଁ, 15000 ସ୍କୁଲରେ ଜଣେ ଶିକ୍ଷକ ଅଛନ୍ତି, 1800 ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି ଏପରି ପରିସ୍ଥିତିରେ ଓଡିଶା ଶିକ୍ଷା ବିଭାଗ ଠାରୁ ଗୁଣାତ୍ମକ ଶିକ୍ଷା କିପରି ଆଶା କରାଯିବ | 2020 ପୂର୍ବରୁ ରାଜ୍ୟରେ 35928ଟି ପ୍ରାଥମିକ ବିଦ୍ୟାଳୟ ଓ 20427ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିଲା ସମୁଦାୟ 56355ଟି ବିଦ୍ୟାଳୟ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଚାଲୁଥିଲା | 2020 ମସିହାରେ ଆମ୍ଭର ବିରୋଧ ସତ୍ୱେ 8000 ସରକାର ଅଗଣାନ୍ତାନ୍ତିକ ଭାବେ ବିଦ୍ୟାଳୟ ବନ୍ଦ କଲେ l ଏହା ବନ୍ଦ ହେବା ପରେ ବର୍ତ୍ତମାନ ରାଜ୍ୟରେ ପ୍ରାୟ 48500 ବିଦ୍ୟାଳୟ ଅଛି | ସେଥି ମଧ୍ୟରୁ 70 ଭାଗ ବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ନିମ୍ନମାନର, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆ ନଗଲେ 24ରୁ -30 ହେବା ପାଇଁ ଆଉ ଅଳ୍ପ ସମୟ ଲାଗିବ | ଏଥିରେ ଭାରତୀୟ ଜନତା ପାର୍ଟିର ଉପସଭାପତି ଭୃଗୁ ବକ୍ସିପାତ୍ର ଯୋଗ ଦେଇ ଓଡିଶା ଅଭିଭାବକ ମହାସଂଘ ସ୍ୱତନ୍ତ୍ର ଭାବେ ଏହାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେବା ଉଚିତ | କେନ୍ଦ୍ର ଶିକ୍ଷା ମନ୍ତ୍ରୀକୁ ଭେଟି ଆନ୍ଦୋଳନ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ ମହାସଂଘ ସମ୍ପୂର୍ଣ୍ଣ ଦାୟିତ୍ୱ ନେବାପାଇଁ ପରାମର୍ଶ ଦେଇଥିଲେ | ମୁଖ୍ୟମନ୍ତ୍ରୀ ବିଭାଗ ତର୍ଜମା କରିବାପରେ ଗଣଶିକ୍ଷା ଓ ଉଚ୍ଚାଶିକ୍ଷା ମନ୍ତ୍ରୀଙ୍କୁ ବିଦା କରିବା, ଉଭୟ ବିଭାଗର ବିଫଳତା ଏଥିପାଇଁ ଦାୟୀ l ଭାରତୀୟ ଜନତା ପାର୍ଟିର ମୁଖପାତ୍ର ତେଜସ୍ୱି ପରିଡା ସୁଚକାଙ୍କ ସର୍ଭେର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଏଭଳି ଏକ ସମୟ ଓଡ଼ିଶାରେ ସୃଷ୍ଟି ହେଇଛି, ଶ୍ରୀ ପରିଡ଼ା ଏହି ସର୍ଭେକୁ ଠିକ ବୋଲି କହି ରାଜ୍ୟ ସରକାର ଏହାକୁ କେଉଁ ଆଧାରରେ ହୋଇଛି ପଚାରିବା ବଦଳରେ ତୁରନ୍ତ ବିହିତ ପଦକ୍ଷେପ ନେଇ କାମ କରିବା ପାଇଁ ମତ ଦେଇଥିଲେ । ଶିକ୍ଷା ଅଧିକାର ପାଇଁ କାମ କରୁଥିବା ଶିକ୍ଷା ସନ୍ଧାନର ମୁଖ୍ୟ ଅନିଲ ପ୍ରଧାନ ମତ ପ୍ରକାଶ କଲେ ଶିକ୍ଷା ଅଧିକାର ଉପଦେଷ୍ଟା ମଣ୍ଡଳୀ ପ୍ରାୟ ୧୪ବର୍ଷ ହେଲା ହୋଇନାହିଁ । ଶିକ୍ଷା ନୀତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । ବିଭାଗର ସଚିବଙ୍କ ଇଚ୍ଛା ଅନୁସାରେ ସବୁ ଚାଲିବା ଫଳରେ ଏଭଳି ଏକ ସ୍ଥିତି ଉପୁଜିଛି l ଏହାର ସମାଧାନ ନହେଲେ ଓଡ଼ିଶାର ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଶିକ୍ଷାବିତ ପ୍ରତାପ ଜେନା, ଓଡ଼ିଶାରେ ନାଗରିକ ସମାଜର ସଭାପତି ଲଳିତ ପଟ୍ଟନାୟକ, ସର୍ବଭାରତ ଅଭିଭାବକ ସଂଘ ଓଡ଼ିଶା ସଭାପତି ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଶିକ୍ଷାକୁ ରାଜ୍ୟ ସରକାର ସୁଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ମନ୍ଦିର ଓ ଅନ୍ୟାନ୍ୟ ଖର୍ଚ୍ଚ ବଦଳରେ ପ୍ରାଥମିକ ସ୍କୁଲ ଯଦି ସୃଦୃଦ ହୋଇପାରିବ ତା ହେଲେ ଓଡ଼ିଶାରେ ପିଲା ମାନେ ଆଗକୁ ବଢ଼ି ଓଡ଼ିଶାକୁ ସୃଦୃଢ଼ କରିପାରିବେ । ବେସରକାରୀ ବିଦ୍ୟାଳୟକୁ ସରକାର ନିୟନ୍ତ୍ରଣ କରିବା ସହିତ ସବୁ ବିଷୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଆରମ୍ଭ କରୁଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ଭ୍ରମଣ କରିବା ସହିତ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ଆମ ଆଦମୀ ପାର୍ଟିର ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ, CPIML ନେତା ଯୁଧିଷ୍ଟିର ମହାପାତ୍ର CPIM ବରିଷ୍ଟ ନେତା ସୁରେଶ ପାଣିଗ୍ରାହୀ, କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ ଯୋଗଦେଇ ଏକ Tax force ଗଠନ କରିବା, ଗୋଟାଏ ଦେଶ ଗୋଟିଏ ଶିକ୍ଷା ଓ ଶିକ୍ଷାକୁ ଆସନ୍ତା ନିର୍ବାଚନରେ ମୁଦ୍ଦା କରିବା ସହିତ ଇସ୍ତାହାରରେ ସ୍ଥାନିତ କରିବା ପାଇଁ ଦାବି କରିଥିଲେ । କେରଳ ପରି ଓଡ଼ିଶାରେ ଏକ ଶିକ୍ଷା ମଡେଲ କରିବା ପାଇଁ ସହ ଶିକ୍ଷା ବଜେଟକୁ ୬% କୁ ବୃଦ୍ଧି ଓ ରାଜ୍ୟରେ ୧୫% କୁ ବୃଦ୍ଧି କରିବା, SMC (School Management Committee) ସ୍କୁଲ ପରିଚାଳନା କମିଟିକୁ ସୃଦୁଢ଼ କରିବା ପରି ବହୁତ୍ ପ୍ରସ୍ତାବ ଉପରେ ପୁଙ୍ଖାନ ପୁଙ୍ଖ ଭାବେ ଆଲୋଚନା କରଯାଇଥିଲା। ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୂର୍ଦଶନ ପ୍ରଧାନ, ଶିକ୍ଷକ ନେତା ଅମିୟ ମହାନ୍ତି, ଆମ ଜନତା ଅଧିକାର ଆବାହକ ମୋନାଜ ଜେନା, ଶିକ୍ଷାବିତ ନିରୋଦ ବରୁଣ ଖୁନ୍ତିଆ ଯୋଗଦେଇ ଶିକ୍ଷାକୁ ସୃଦ୍ରୁଡ କରିବା ପାଇଁ ସମସ୍ତେ ଏକାଠି ହୋଇ ଏକ ଜନ ଆନ୍ଦୋଳନ ସୃଷ୍ଟି କରିବା ସହ ଏହାକୁ ସମାଧାନ କରିବା ପ୍ରଯ୍ୟାନ୍ତ ଲଢେଇ ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅଭିଭାବକ ମହାସଂଘର ସହ ଅଧକ୍ଷ ପ୍ରସନ ବିଷୋୟୀ ଧନ୍ୟବାଦ ଦେଇଥିବା ବେଳେ ଭୁମୋହନ ପଟନାୟକ, କାର୍ତିକ ସାହୁ, ପ୍ରଦୀପ୍ତ ମିଶ୍ର ଓ ଅଶୋକ ପଟନାୟକ ଆଜିର କାଯ୍ୟକ୍ରମକୁ ପରିଚାଳନା କରିଥିଲେ l