Search for:
  • Home/
  • ରାଜ୍ୟ/
  • ମହିଳାଙ୍କ ଠାରୁ ଛଡ଼ାଇନେଲେ ୪ ଲକ୍ଷ ଟଙ୍କା।

ମହିଳାଙ୍କ ଠାରୁ ଛଡ଼ାଇନେଲେ ୪ ଲକ୍ଷ ଟଙ୍କା।

Spread the love

Loading

 

ଭୁବନେଶ୍ୱର:ଡକାୟତଙ୍କ ଆତଙ୍କରାଜ। ବ୍ୟାଙ୍କ୍‌ ସାମ୍‌ନାରୁ ମହିଳାଙ୍କ ଠାରୁ ଛଡ଼ାଇନେଲେ ୪ ଲକ୍ଷ ଟଙ୍କା। ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ। ଗୁରୁବାର ଦିନ ୩ଟା ବେଳେ ୪ ଦୁର୍ବୃତ୍ତ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କ ଠାରୁ ଛଡ଼ାଇନେଇଛନ୍ତି ଏହି ଟଙ୍କା। ଜୟ ବଜରଙ୍ଗ ବଲି ସ୍ବୟଂ ସହାୟକ ଗୋଷ୍ଠୀର ଦୁଇ ମହିଳା ଗ୍ରୁପ ଲୋନ୍‌ ବାବଦକୁ ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ୬୯ ହଜାର ଟଙ୍କା ଉଠାଇଥିଲେ । ହେଲେ ଏହି ଟଙ୍କା ଉଠାଇ ଫେରୁଥିବା ସମୟରେ ବ୍ୟାଙ୍କ୍‌ ସାମ୍‌ନାରେ ହିଁ ଏକ ପଲସର ବାଇକରେ ଆସି ଦୁଇ ଜଣ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

Leave A Comment

All fields marked with an asterisk (*) are required