ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା
ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା
ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା
ଭୁବନେଶ୍ୱର, ୧.୯ : କୋଲକତାର ଆର.ଜି. କର ହସ୍ପିଟାଲର ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ପାଇଁ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ଭୁବନେଶ୍ୱର ମାଷ୍ଟରକ୍ୟାିନ ଛକଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ କ୍ଲବର ସଭାପତି ଲାୟନ ଡଃ ବିପିନ ବିହାରୀ ମିଶ୍ର, ଏମ୍.ଜେ.ଏଫ୍, ସମ୍ପାଦକ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି, ଏମ୍.ଜେ.ଏଫ୍, କୋଷାଧ୍ୟକ୍ଷ ଲାୟନ ବିିପିନ ବିଶ୍ୱାଳ, କ୍ଷତ୍ରୀୟ ସାଳକ ଲାୟନ ତପନ ହରିଚନ୍ଦନ, ଏମ୍.ଜେ.ଏଫ୍ ଏବଂ ବହୁ ସଦସ୍ୟ ହାତରେ କଳାପଟି ଏବଂ କ୍ୟାଣ୍ଡେଲ ଧରି ସ୍ୱର୍ଗତା ମହିଳା ଡାକ୍ତରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ମାଷ୍ଟର କ୍ୟାିନ ଛକ ଏକ ବ୍ୟସ୍ତବହୁଳ ସ୍ଥାନ ହୋଇଥିବାରୁ ପଦଯାତ୍ରୀ, ବାଇକ ଚାଳକ ଏବଂ ବହୁ ସାଧାରଣ ଜନତା କ୍ଲବର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।