Search for:
  • Home/
  • ରାଜ୍ୟ/
  • ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

Spread the love

Loading

ଲାୟନ୍ସ କ୍ଲବ ଭୁବନେଶ୍ୱର
ଓଡ଼ିଶାର ଅଧିଷ୍ଠାନ ଦିବସ
ଭୁବନେଶ୍ୱର, ୧.୭ : ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ୨୦୨୪-୨୫ ବର୍ଷ ପାଇଁ ଅଧିଷ୍ଠାନ ଦିବସ ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଲାୟନ୍ସ କ୍ଲବ ୩୨୨-ସି-୪ର ଗଭର୍ଣ୍ଣର ଲାୟନ୍ସ ଇଂ ଦିଲିପ କୁମାର ଦାସ ଯୋଗଦେଇ ୨୦୨୪-୨୫ ବର୍ଷର ନୂତନ କର୍ମର୍କା ଭାବେ ବିଶିଷ୍ଟ ସମାଜସେବୀ ଲାୟନ ଡଃ ବିପିନ ବିହାରୀ ମିଶ୍ରଙ୍କୁ ସଭାପତି, ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତିଙ୍କୁ ସମ୍ପାଦକ, ଲାୟନ ବିପିନ ବିଶ୍ୱାଳଙ୍କୁ କୋଷାଧ୍ୟକ୍ଷ ଓ ଅନ୍ୟ କର୍ମର୍କାମାନଙ୍କୁ ଶପଥପାଠ କରରାଇଥିଲେ । ଲାୟନ ଦାସ କ୍ଲବର ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ସମାଜର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ଅନ୍ୟ କ୍ଲବମାନଙ୍କୁ ଏହିପରି ସମାଜସେବା କାର୍ଯ୍ୟକୁ ଆହୁରି ତୀବ୍ର କରିବା ପାଇଁ ଅନୁରୋଧ କରିଥିଲେ ।
ଦ୍ୱିତୀୟ ଗଭର୍ଣ୍ଣର ଲାୟନ ଡଃ ହେମନ୍ତ ଖୁିଆ, ଆଳିକ ଅଧ୍ୟକ୍ଷ ଲାୟନ ଧୀରେନ ଧଳ, ଲାୟନ ଅଶୋଗ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି କ୍ଲବର ସାଧୁ କାର୍ଯ୍ୟକଳାପକୁ ସେମାନଙ୍କ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ଲାୟନ୍ସ ଜିଲ୍ଲା ୩୨୨-ସି-୪ର ପୂର୍ବତନ ଗଭର୍ଣ୍ଣରମାନେ ଯୋଗଦାନ କରି ନୂତନ କର୍ମର୍କାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଲାୟନ ତପନ ହରିଚନ୍ଦନ, ଲାୟନ ଡଃ ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଲାୟନ ଡଃ ମିଶ୍ର ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଉନ୍ନତି ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।
ଏହି ସଭାକୁ ଲାୟନ ରାମ ପ୍ରସାଦ ପାତ୍ର ପରିଚାଳନା କରିଥିଲେ ଏବଂ ଶେଷରେ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required