Search for:
  • Home/
  • ରାଜ୍ୟ/
  • ଲିଙ୍ଗରାଜ ଭଜନ ମଣ୍ଡପ ପୁନଃରୁଦ୍ଧାର ପାଇଁ ଶୁଭଦେଲେ ମୁଖ୍ୟମନ୍ତ୍ରୀ

ଲିଙ୍ଗରାଜ ଭଜନ ମଣ୍ଡପ ପୁନଃରୁଦ୍ଧାର ପାଇଁ ଶୁଭଦେଲେ ମୁଖ୍ୟମନ୍ତ୍ରୀ

Spread the love

Loading

ଲିଙ୍ଗରାଜ ଭଜନ ମଣ୍ଡପ ପୁନଃରୁଦ୍ଧାର ପାଇଁ ଶୁଭଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୭/୨: ପବିତ୍ର ଶିବରାତ୍ରୀରେ ଏକାମ୍ର
ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ମାଝୀ ଲିଙ୍ଗରାଜ ଭଜନ ମଣ୍ଡପ ପୁନଃରୁଦ୍ଧାର ପାଇଁ ନଡ଼ିଆ ବାଡେଇ ଶୁଭ ଦେଇଥିଲେ। ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ବିଜେପି ନେତା ସମୀର ମହାନ୍ତି, ଶିବାନନ୍ଦ ରାୟ, ଜଗନ୍ନାଥ ପ୍ରଧାନ, ରଶ୍ମୀ ମହାପାତ୍ର, ମନ୍ମଥ ରାଉତରାୟ, ବିରଞ୍ଚି ନାରାୟଣ ମହାସୁଆର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ମୁମ୍ୱାଇର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡ଼ୱାଲ, ଅଭିଜିତ୍‌ ଘୋଷାଲ, କୁମାର ସଞ୍ଜୟ, ପ୍ରତୋଷ ଶର୍ମା, ମଧୁମିତା ପାଉଲ ସମେତ ଓଡ଼ିଶାର ୨୫ରୁ ଉର୍ଦ୍ଧ୍ବ ଖ୍ୟାତନାମା କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ମୁମ୍ବାଇର ଅନୁରାଧା ପଡ଼ୱାଲ, ଅଭିଜିତ ଘୋଷଳ, ଉଷା ଉଥୁପ, ମଧୁମିତା ପାଉଲ, ୟୁପିର ପ୍ରତୋଷ ଶର୍ମା, କୋଲକତାର କୁମାର ସଞ୍ଜୟ, ପାଣିପାଗ ବିଶେଷଜ୍ଞ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର, ସଂସ୍କୃତି ବିଶ୍ବବିଦ୍ୟାଳୟ ଭିସି ପ୍ରସନ୍ନ କୁମାର ସ୍ବାଇଁ, ପ୍ରବଚକ ଜିତୁ ଦାସ, ପଙ୍କଜ ଲୋଚନ ମହାନ୍ତି, ବଇଆ କୋରାଖଈ ଭାଗବତ ସାହୁ, ସଂଘଠକ ଡ଼ ଚିନ୍ମୟନନ୍ଦ ବଡ଼ଜେନା, ପରିବେଶବିତ୍‌ ଡ଼ କେ. ମୁରୁଗାସାନ, ବରିଷ୍ଠ ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ, ସଂଗୀତ ନିର୍ଦେଶକ ପ୍ରେମାନନ୍ଦ, ଶିକ୍ଷାବିତ୍‌ ଡ଼ ବଦ୍ରିନାଥ ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଦୀପକ ଦାଶ, ଆଇନଜୀବୀ ସତ୍ୟ ରଞ୍ଜନ ସେନାପତି, ବରିଷ୍ଠ ଡାକ୍ତର ଶଙ୍କର ଆଚାର୍ଯ୍ୟ, ମାଧବ ନନ୍ଦ ବେହୁରା, ତିରୁପତି ଶ୍ରୀବତ୍ସ ପତି, ଇପ୍‌ସିତା ଦାସ ଆଦିଙ୍କୁ ଏକାମ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିର୍ବଷ ପରି ଚଳିତ ର୍ବଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାସ୍କୃତିକ ପ୍ରକାଶନୀ ପକ୍ଷରୁ ୨୪ଘଣ୍ଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବଷେଣ ହୋଇଥିଲା । ହଜାର ହଜାର ଶ୍ରୋତା ମଧ୍ୟ ବସି ଉପୋଭୋଗ କରିଥିଲେ। ଭୋର ୪ଘଟିକାରୁ କ୍ରମ ଅନୁଯାୟୀ ଶଙ୍ଖଧ୍ୱନି, ବଦେ ପାଠ, ଶିବ ସହସ୍ରନାମ, ଭାଗବତ ଗିତାପାଠ, ଶିବ ଚତେନା, ହରିହର ଭଜନ, ରାମଚରିତ ମାନସ ପରାୟଣ ଓ ପ୍ରବଚନ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାକୁ କୋଷାଧକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଓଡ଼ିଆ କଣ୍ଠଶିଳ୍ପୀ, ସୌରଭ ନାୟକ, ରବୀନ୍ଦ୍ର ମହାପାତ୍ର, ଦିପ୍ତୀରେଖା ପାଢୀ, ଅଞ୍ଜଳି ମିଶ୍ର, ମାନସୀ ପାତ୍ର, ଆଲୋକ କୁଣ୍ଡୁ, ସୁଧାକର ମିଶ୍ର, ପିନାକୀ ନାୟକ, କ୍ରିଷ୍ଣା ମିଶ୍ର, ଦିବ୍ୟାପ୍ରୟଦର୍ଶନୀ, ବିଷ୍ଟ୍ନୁପ୍ରିୟା, ଅରୂପା ଦାସ, କୃଷ୍ଣ ଚନ୍ଦ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ।

ନୂତନ ମଣ୍ଡପ ପାଇଁ ମୁଖମନ୍ତ୍ରୀ ନଡ଼ିଆ ବାଡେଇ ଶୁଭ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, , ଶରତ ରାଉତ, ସୁବ୍ରତ ମହାନ୍ତି, ମଦନ ମୋହନ ପ୍ରଧାନ, କୃଷ୍ଣଚନ୍ଦ୍ର ବଡୁ,
ଅନୁରାଧା ଗାଇଲେ – ମନମେରୀ ମନ୍ଦିର ଶିବ ମେରୀ ପୂଜା……. ପରେ ଗାଇଲେ
ଓଁ ନମଃ ଶିବାୟ,ଓଁ ନମଃ ଶିବାୟ, ପରେ ପରେ

Leave A Comment

All fields marked with an asterisk (*) are required