Search for:
  • Home/
  • ରାଜ୍ୟ/
  • ଜାନକୀ ମୁଣ୍ଡା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ

ଜାନକୀ ମୁଣ୍ଡା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ

Spread the love

Loading

ଭୁବନେଶ୍ୱର:ଜାନକୀ ମୁଣ୍ଡା (ବୟସ ୨୦ ବର୍ଷ), ଏକ ବଞ୍ଚିତ ବର୍ଗ ର ଝିଅ, ଛୋଟ ବେଳୁ ପଲ୍ଲୀ ଉନ୍ନୟନ ସେବା ସମିତି, ନହରକଣ୍ଟା ରେ ରହି ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିଲେ l ଚାରିମାସ ତଳେ ଓଡିଶାରୁ ଯାଇ ବାଙ୍ଗାଲୋରରେ ଏକ ଘରେଇ କମ୍ପାନୀ ରେ ଚାକିରି କରୁଥିଲେ l ଦୁଇ ଦିନ ତଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ବୋଲି ତାଙ୍କ ଜଣେ ବନ୍ଧୁ ଲିଭିଂ ହ୍ୟୁମାନିଟି କୁ ଜଣେଇଲେ l
ଖବର ପାଇ ଲିଭିଂ ହ୍ୟୁମାନୀଟି ସଦସ୍ୟ ମାନଂକୁ ଜଣେଇଲେ ଏବଂ ତୁରନ୍ତ କଣ ବ୍ୟବସ୍ଥା ହୋଇପାରିବ, ସେ ବିଷୟରେ ଆଲୋଚନା ପରେ ଲିଭିଂ ହ୍ୟୁମାନୀଟି ର ସଦସ୍ୟ ହିସାବରେ ଏବଂ PUSS ର ସେକ୍ରେଟାରୀ ହିସାବରେ ସ୍ଵାତି ଶୁଚିସ୍ମିତା ପାତ୍ର ବିମାନ ଯୋଗେ ଯାଇ ସେଠାରେ ପହଁଚିଲେ l ସେଠି ଯାହା ସବୁ ବ୍ୟବସ୍ଥା ପରେ, ସେ ଝିଅ ଙ୍କ ବାପା ଙ୍କ ଉପସ୍ଥିତି ରେ ଆଜି ସକାଳେ ବିମାନ ଯୋଗେ ମର ଶରୀର ଭୁବନେଶ୍ୱର ଆସି ପହଁଞ୍ଚିଛି, ଶେଷ କୃତ୍ୟ ପାଇଁ ଏଠୁ କେନ୍ଦୁଝର ଜନ୍ମସ୍ଥାନ କୁ ଆମ୍ବୁଲାନ୍ସ ଯୋଗେ ଯିବ l

ଲିଭିଂ ହ୍ୟୁମାନୀଟି ତରଫରୁ ଶେଷ ଦର୍ଶନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ ଭୁବନେଶ୍ୱର ବିମାନ ବନ୍ଦରରେ କରାଯାଇଥିଲା

ବହୁତ କିଛି ନୂଆ ନହେଲେ ମଧ୍ୟ ଗୋଟେ ମଣିଷ ପଣିଆର ବାର୍ତ୍ତା ଏଇଟା ଏବଂ ଅନେକ ସଦସ୍ୟ ଙ୍କ ନିରସ୍ଵାର୍ଥପର ସହାଭାଗୀତା ରେ ଏହା ସମ୍ଭବ ହୋଇପାରିଲା, ଯାହା ଆଜି ଲିଭିଂ ହ୍ୟୁମାନୀଟି କରିଛି l ଯେଉଁ ସଦସ୍ୟ ମାନେ ମଣିଷ ର କର୍ତ୍ତବ୍ୟ କରୁଥିଲେ, ଭୁବନେଶ୍ୱର ରେ ରହି, ବେଙ୍ଗାଲୁରୁ ରେ ରହି, ସବୁ ଅସୁବିଧା କୁ ପାର କରି ଶେଷ ଦର୍ଶନ ପାଇଁ ମର ଶରୀର ଆଣିଲେ ତାଙ୍କ ପରିବାର ବର୍ଗ ଙ୍କ ଶେଷ ଦର୍ଶନ ପାଇଁ, ସମସ୍ତଙ୍କ ନିସ୍ଵାର୍ଥପର ଅଂଶୀଦାର ମିଳିତ ଭାବରେ ଏଇ ଘଟଣା କୁ ରୂପ ଦେଲା କାରଣ କେହି ଜଣେ ବି ସେ ଝିଅ ସହିତ ବ୍ୟକ୍ତି ଗତ ସ୍ତରରେ ଜଡିତ ନଥିଲେ, କିନ୍ତୁ ନିଜ ମଣିଷ ଧର୍ମ ବିନା କୌଣସି ସ୍ୱାର୍ଥରେ ନିଭାଉଥିଲେ l ଯଦି ଲିଭିଂ ହ୍ୟୁମାନୀଟି ର ସଦସ୍ୟ ମାନଂକର ସକ୍ରିୟ ସମ୍ପୂର୍ଣ ଅଂଶଦାନ ନଥାନ୍ତା, ହୁଏତ ସେ ଝିଅ କୁ ତା ବାପା ମାଆ, ପରିବାର ଲୋକ ଶେଷ ଦର୍ଶନ କରିପାରିନଥାନ୍ତେ l ଏତେ ବଡ଼ ମହାନ କାର୍ଯ୍ୟ କେବେଳ ହୋଇ ପାରିଛି ମିଳିତ ଅଂଶଦାନ ପାଇଁ l ସମସ୍ତଙ୍କୁ ଲିଭିଂ ହ୍ୟୁମାନୀଟି ତରଫରୁ ଅନେକ ଅନେକ ଧନ୍ୟବାଦ l ଧନ୍ୟବାଦ ସୁବ୍ରତ ଲେଙ୍କା ଭାଇ ଙ୍କୁ ତାଙ୍କ contact ବ୍ୟବହାର କରି ସେଠି ଥିବା ଲୋକଙ୍କୁ ଯୋଗାଯୋଗ କରି ସବୁ ବ୍ୟବସ୍ଥା କରିଥିବାରୁ l ଅନେକ ଧନ୍ୟବାଦ ରାକେଶ କୁମାର ରାଉଳ ଭାଇ ଙ୍କୁ, ଦୁର୍ଘଟଣା ହେବା ଖବର ଠୁ ଆରମ୍ଭ କରି ଏଇ ପର୍ଯ୍ୟନ୍ତ ସବୁ ପରିସ୍ଥିତି ରେ ଚବିଶ ଘଣ୍ଟା ସମସ୍ତଙ୍କ ସହ ଯୋଗାଯୋଗ କରୁଥିଲେ l ସବୁ ସୁବିଧା ଅସୁବିଧା ର ବାଟ ବାହାର କରୁଥିଲେ l ଧର୍ଯ୍ୟ ର ସହ ଶହ ଶହ କଲ ରେ ରହି ସମସ୍ତ ଯୋଗାଯୋଗ କରୁଥିଲେ ଏବଂ ଶେଷ ଯାଏ ସବୁ କିଛି ସୁରୁଖୁରୁରେ ହେଉ ବୋଲି ସମ୍ପୂର୍ଣ ଆନ୍ତରିକତା ସହ ସବୁ ବ୍ୟବସ୍ଥା କରିଥିବାରୁ l ବିଶେଷ କୃତଜ୍ଞତା ସ୍ୱାତୀ ଶୁଚିସ୍ମିତା ପାତ୍ର ଙ୍କୁ, ଏକୁଟିଆ ଏଭଳି ପରିସ୍ଥିତି ରେ ପୁଣି ଏକ ଅଜଣା ଜାଗାରେ ଯାଇ ଧର୍ଯ୍ୟ ଏବଂ ସାହସ ର ସହ ସବୁ ସମସ୍ୟା ର ସମାଧାନ କରି, ହସ୍ପିଟାଲ, ଥାନା , କମ୍ପାନୀ ର ସବୁ ଆବଶ୍ୟକ ତଥ୍ୟ ଯୋଗେଇ, ଦୀର୍ଘ ବର୍ଷ ଧରି କୌଣସି ଯୋଗାଯୋଗ ନଥିବା ବାପା ମା ଭାଇ ଙ୍କୁ ଖୋଜି, ସେମାନଙ୍କ ପାଇଁ ଆର୍ଥିକ ସାହାଯ୍ୟ ର ବ୍ୟବସ୍ଥା କରି, ନିଜର କିଏ ଜଣେ ଅଂଶ ଭଳି ସେ ଝିଅ ର ମର ଶରୀର କୁ ନିଜ ପରିବାର ବର୍ଗ ଙ୍କ ଶେଷ ଦର୍ଶନ ପାଇଁ ଆଣିବାକୁ ସାମର୍ଥ୍ୟ ହୋଇଥିବାରୁ l

Leave A Comment

All fields marked with an asterisk (*) are required