ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି
ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଅଧିଵେଶନ ଅନୁଷ୍ଠିତ:
ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି
ଭୁବନେଶ୍ଵର: ତା୭/୧୨/୨୦୨୪ରିଖ: ଭଗଵତୀ ଭଵନ ଠାରେ ଗତ ତିନିଦିନ ଧରି ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଵୈଠକ ଅନୁଷ୍ଠିତ ହୋଇ ଵିଜେପି ଦେଶରେ କ୍ଷମତା ହାତେଇଵା ଠାରୁ ଅସାଧୁ ମାର୍ଗରେ କ୍ଷମତା ଜାଵୁଡି ଧରିଵା ପାଇଁ ରାହୁ ପୁଞ୍ଜିପତିଙ୍କ ପାଦତଳେ ରାଷ୍ଟ୍ରର ସମ୍ପଦ ସମର୍ପଣ କରି ସେମାନଙ୍କ ଠାରୁ ଵିଜେପି ନିର୍ଵାଚନୀ ଚାନ୍ଦା ନେଇ ନିର୍ଵାଚନର ନୀରପେକ୍ଷତାକୁ ଖତମ କରି ଗଣମାଧ୍ଯମ, ଵାହୁଵଳ ଓ ସାମ୍ଵିଧାନିକ ସଂସ୍ଥା ଶାସନ କଳକୁ ଦଳୀୟ ହାତଵାରିଷ ଵନାଇଵା, ସଂଖ୍ଯାଲଘୁଙ୍କୁ ଦେଶର ଶତୃଭାଵେ ଚିତ୍ରିତ କରି ସାମ୍ପ୍ରଦାୟିକ ଉତ୍ତେଜନା ଵୃଦ୍ଧି କରି ସମାଜକୁ ସଂଖ୍ଯାଗରିଷ୍ଠ ଓ ସଂଖ୍ଯା ଲଘୁ ଧର୍ମ ଭିତ୍ତିରେ ଵିଭାଜିତ ନିର୍ଵାଚନୀ ଫାଇଦା ନେଵା ଘଟଣା ଘଟାଇ ଚାଲିଛନ୍ତି। କାରିଗରୀ ଜ୍ଞାନ କୈ।ଶଳର ରାହୁ ଏଲ ମସ୍କ ଇଭିଏମର କୁଶଳତା ଉପରେ ପ୍ରଶ୍ନ ଉଠାଇ ଏହା ହ୍ଯାକ ହୋଇ ପାରିଵ କହିଵା ପରେ ଭାରତୀୟ ନିର୍ଵାଚନ କମିଶନ ଇଭିଏମ ମାଧ୍ଯମରେ ଵିଜେପିକୁ ଅସାଧୁ ମାର୍ଗରେ ଶାସନ ଗାଦି ଦେଵା ଘଟଣା ସ୍ପଷ୍ଟ ହୋଇଅଛି ଵୋଲି କ୍ଷୋଭ ପ୍ରକାଶ କରାଯାଇଛି।ଅସାଧୁ ଉପାୟରେ ଆଦାନୀ କମ୍ପାନୀ ଶାସକ ଵର୍ଗଙ୍କୁ ହତିଆର ଵନାଇ ଦେଶର ସମସ୍ତ ସମ୍ଵଳ ଉପରେ ମାଲିକାନା ନେଉଛି। ହିଣ୍ଡେନ ଵର୍ଗଙ୍କ ରିପୋର୍ଟ ଅନୁସାରେ ଆଦାନୀ ଗୃପର ଏକ କମ୍ପାନୀର ଅଧିକାରୀ ଥାଇ ସେଵୀର ଅଧ୍ଯକ୍ଷ ରହି ଆଦାନୀ ଗୃପକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଵା ଘଟଣାରେ ଅଵିଳମ୍ଵେ ମାଧଵୀ ଵୁଚଙ୍କୁ ସେଵୀ ଅଧ୍ଯକ୍ଷ ପଦରୁ ହଟାଇ ଏହା ଉପରେ ପ୍ରଵର୍ତ୍ତନ ନିର୍ଦ୍ଦେଶାଳୟ ସ୍ଵତନ୍ତ୍ର ତଦନ୍ତ କରି ଦେଶର ଆର୍ଥିକ ଅନିୟମିତତା ଵନ୍ଦ କରାଯାଉ।ସେହିଭଳି ଅହେତୁକ ଅନୁକମ୍ପା ନେଇ ଆଦାନୀ ଦେଶର ସମ୍ଵଳକୁ ଯେଭଳି ହାତେଇଛି, ତାହା ପୁନରୁଦ୍ଧାର ପାଇଁ ଆଦାନୀ ଗୃପ ମାଲିକ ଗୈ।ତମ ଆଦାନୀକୁ ଗିରଫ କରାଯାଉ। ଵିଜେପି କ୍ଷମତାରେ ଥାଇ ସମସ୍ତ ଅତ୍ଯଵଶ୍ଯକୀୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ଯ ଵୃଦ୍ଧି ସାଧାରଣ ମଣିଷର ଜୀଵନ ଧାରଣ ଦୁର୍ଵିସହ କରାଇଛନ୍ତି। ଏହି ଦୁଇ ସମସ୍ଯା ନେଇ ୧୦ ଡିସେମ୍ଵର ଦେଶଵ୍ଯାପୀ ପ୍ରତିଵାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡିଶାରେ ଵ୍ଲକ ଓ ଜିଲ୍ଲା ସ୍ରରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି କରାଯାଇଛି। ସେହିଭଳି କଳାହାଣ୍ଡିର ଖଣ୍ଡୁଆଳମାଳୀ, ତିଜମାଳୀ, ନିୟମଗିରି, ଵଲାଙ୍ଗିର ଓ ଵରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ, ସୁନ୍ଦରଗଡର ହେମଗିରି, ଲେଫ୍ରିପଡା, ଅନୁଗୁଳର ଛେଣ୍ଡିପଦା, କୋରାପୁଟର ଦେଓମାଳୀ ପର୍ଵତ ସମେତ ରାୟଗଡାର ଵିଭିନ୍ନ ଅଞ୍ଚଳରେ ଖଣି ଖନନ ନାମରେ ଵାଲେଶ୍ଵର ଜିଲ୍ଲାର ଵାଲିଆପାଳରେ ଵନ୍ଦର ଓ ଶିଳ୍ପ କରିଡର, କେନ୍ଦ୍ରାପଡାର ମହାକାଳପଡାରେ ମିତ୍ତଲ ଷ୍ଟିଲ ନାମରେ ଵିସ୍ଥାପନ ଷଡଯନ୍ତ୍ରକୁ ପାର୍ଟିର ରାଜ୍ଯ ପରିଷଦ ଦୃଡ ନିନ୍ଦା କରିଵା ସହ ଏହି ଆନ୍ଦୋଳନରେ ସିପିଆଇ ସକ୍ରୀୟ ଭୁମିକା ନେଵ ଵୋଲି ସର୍ଵସମ୍ମତ ନିଷ୍ପତ୍ତି ହେଲା। ଡାକ୍ତର ପ୍ରଶାନ୍ତ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଵୈଠକରେ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଆଶିଷ କାନୁନଗୋ ଜାତୀୟ ପରିଷଦ ଵୈଠକର ଵିଵରଣୀ ଉପସ୍ଥାପନ କରି ସିପିଆଇର ଶତଵାର୍ଷିକୀ ପରିପ୍ରେକ୍ଷୀରେ ୨୬ ଡିସେମ୍ଵର ସକାଳେ ପ୍ରତ୍ଯେକ ଵ୍ରାଞ୍ଚରେ ପାର୍ଟିର ପତାକା ଉତ୍ତୋଳନ ସହ ଶହେ ଵର୍ଷର ସିପିଆଇ ଇତିହାସ ଚର୍ଚ୍ଚା ସହ ଭାରତରେ ସମାଜଵାଦୀ ସମାଜ ଵ୍ଯଵସ୍ଥା ପ୍ରତିଷ୍ଠା ପାଇଁ ଜୀଵନ, ଜୀଵିକା, ଶିକ୍ଷା, ସ୍ଵାସ୍ଥ୍ଯ, ଵାସଗୃହ, କୃଷି, କୁଟୀର ଶିଳ୍ପ, ଵିଜ୍ଞାନ ସମ୍ମତ ସାର୍ଵଜନୀନ ଶିକ୍ଷା, କର୍ମନିଯୁକ୍ତି, ଶୋଷଣ ମୁକ୍ତି ପାଇଁ ଵର୍ଷଵ୍ଯାପୀ ପର୍ଯ୍ଯାୟକ୍ରମରେ ସଂଘର୍ଷ ଚାଲୁ ରହିଵ। ୨୬ ଡିସେମ୍ଵର ୨୦୨୪ରେ କଟକ କଳା ଵିକାଶ କେନ୍ଦ୍ରରେ ଶତଵାର୍ଷିକୀ ଉଦଘାଟନ ହେଵା ସହ ରାଜ୍ଯର ସମସ୍ତ ମୁକ୍ତି ଆନ୍ଦୋଳନର ପୀଠ, କମ୍ଯୁନିଷ୍ଟ ଆନ୍ଦୋଳନ ଓ ଜନ ଆନ୍ଦୋଳନର ପୀଠରେ ଏହି ଵର୍ଷ ମଧ୍ଯରେ ଉତ୍ସଵ ପାଳନ ସହ ଏହି ସମସ୍ତ ଆନ୍ଦୋଳନର ସାମ୍ପ୍ରତିକ ପିଢୀଙ୍କୁ ସାମିଲ କରାଯିଵ, ସମ୍ମାନିତ କରାଯିବ ଓ କମ୍ଯୁନିଷ୍ଟ ଆନ୍ଦୋଳନ ତଥା ଜନ ଆନ୍ଦୋଳନକୁ ଚଳଚଞ୍ଚଳ କରାଇ ୨୬ଡିସେମ୍ଵର ୨୦୨୫ରେ ରାଜ୍ଯସ୍ତରୀୟ ସମାଵର୍ତ୍ତନ ଉତ୍ସଵ ପାଳିତ ହେଵ। ଏହି ସମୟ ମଧ୍ଯରେ ଵ୍ରାଞ୍ଚ ସମ୍ମିଳନୀ ଏଵେ ଠାରୁ ଫେଵୃଆରୀ ମଧ୍ଯରେ, ଅଞ୍ଚଳ ସମ୍ମିଳନୀ ମାର୍ଚ୍ଚ ଓ ଏପ୍ରିଲ ମଧ୍ଯରେ, ଜିଲ୍ଲା ସମ୍ମିଳନୀ ସେପ୍ଟେମ୍ଵର ପ୍ରଥମ ସପ୍ତାହରେ ସଂଗଠିତ ହେଵ ଵୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇଅଛି।ଏହି ଅଧିଵେଶନରେ ଉପସ୍ଥିତ ରାଜ୍ଯ ସହ ସମ୍ପାଦକ କ୍ଷୀରୋଦ ସିଂଦେଓ, ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ, ଏନ୍ ନାରାୟଣ ରେଡୀ, ଵିଜୟ ଜେନା, ଦାମୋଦର ଵେହେରା, ରମଣୀ ରଞ୍ଜନ ରାଉତରାୟ, କଣ୍ଟ୍ରୋଲ କମିଶନ ଅଧ୍ଯକ୍ଷ ଵସନ୍ତ ପାଇକରାଏ, କାର୍ଯ୍ଯକାରୀ କମିଟିର ଶ୍ରୀହର୍ଷ ରଥ, ପ୍ରମୋଦିନୀ ପାଇକରାୟ, ସୁର ଜେନା, ଵିଦ୍ଯାଧର ମହାନ୍ତ, ଅମରେନ୍ଦୁ ମହାନ୍ତି, ଵ୍ରଜଵନ୍ଧୁ ପ୍ରଧାନ, ପ୍ରୋଫେସର ଅମୀୟ କୁମାର ମହାନ୍ତି, ଶଶୀ ଭୁଷଣ ସ୍ଵାଇଁ, ପ୍ରଦୀପ୍ତ ମହାନ୍ତି, କୃଷ୍ଣ ଚନ୍ଦ୍ର ରାଉତ, ଅମୀୟ ପଟ୍ଟନାୟକ, ମଳୟ ପଣ୍ଡା, ଜଗଵନ୍ଧୁ ମିଶ୍ର, ଅନାମ ଵାରିକ, ମାୟାଧର ନାୟକ, ରାଜେନ୍ଦ୍ର ନାଏକ, ଅର୍ଜୁନ ମାହାନ୍ତ, ଵିଜୟ ମହାନ୍ତି, ଭାନୁମତୀ ରେଡୀ, ସତୀଶ ମିଶ୍ର ପ୍ରମୁଖ ଵିଭିନ୍ନ ପ୍ରସ୍ତାଵ ଉପରେ ଆଲୋଚନା କରିଛନ୍ତି ଵୋଲି ସିପିଆଇ ରାଜ୍ଯ କାର୍ଯ୍ଯାଳୟରୁ ସୂଚନା ଦିଆଯାଇଛି।