Search for:
  • Home/
  • ରାଜ୍ୟ/
  • ଶାରଦୀୟ ଲକ୍ଷ୍ମୀ ପୂଜା ଉପଲକ୍ଷେ ଭୁବନେଶ୍ଵର ଲକ୍ଷ୍ମୀ ପୂଜା ଭସାଣୀ ସମିତି ର ମିଳିତ ବୈଠକ ଅନୁଷ୍ଠିତ ….

ଶାରଦୀୟ ଲକ୍ଷ୍ମୀ ପୂଜା ଉପଲକ୍ଷେ ଭୁବନେଶ୍ଵର ଲକ୍ଷ୍ମୀ ପୂଜା ଭସାଣୀ ସମିତି ର ମିଳିତ ବୈଠକ ଅନୁଷ୍ଠିତ ….

Spread the love

Loading

ଶାରଦୀୟ ଲକ୍ଷ୍ମୀ ପୂଜା ଉପଲକ୍ଷେ ଭୁବନେଶ୍ଵର ଲକ୍ଷ୍ମୀ ପୂଜା ଭସାଣୀ ସମିତି ର ମିଳିତ ବୈଠକ ଅନୁଷ୍ଠିତ ….

ଭୁବନେଶ୍ୱର:ଭୁବନେଶ୍ବର ଲକ୍ଷ୍ମୀ ପୂଜା ଭସାଣୀ ସମିତି ର ସାଧାରଣ ବୈଠକ ୧୫/୦୯/୨୪ ତାରିଖରେ ସନ୍ଧ୍ୟା ୭ ଘଟିକା ରେ ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଭୁବନେଶ୍ବର ସ୍ଥିତ ପ୍ରାୟ ୨୦ ଟି ସମିତି ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ…ଏହି ବୈଠକରେ ରେ କ୍ଲବ ଦି ସମ୍ରାଟ ୟୁନିଟ୍ ୬,ମୟୂର କ୍ଲବ ଓଲ୍ଡ ଷ୍ଟେସନ ବଜାର, ମା ଦରୀୟାଣୀ କ୍ଲବ ଭୋଟପଡା,ବାପୁଜୀ ୟୁବା ପରିଷଦ ରଘୁନାଥ ନଗର,ଗଜାନନ ଲକ୍ଷ୍ମୀପୁଜା ସମିତି ସହିଦନଗର, ନୀଳକଣ୍ଠେଶ୍ଵର ପୂଜା ସମିତି ୟୁନିଟ୍ ୩,ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା କମିଟି ବିଡିଏ,ୟୁରେକା ମାର୍କେଟ ଆସୋସିଏସନ ନୟାପଲ୍ଲି, ଲକ୍ଷ୍ମୀ ପୂଜା ସମିତି ୟୁନିଟ୍ ୨,ଜୟ ମା ମଙ୍ଗଳା ଗଜଲକ୍ଷ୍ମୀ ପୂଜା କମିଟି ୟୁନିଟ୍ ୧ ,ନୟାପଲ୍ଲି ଯୁବ ପରିଷଦ କମିଟି, ମା ଲକ୍ଷ୍ମୀ ପୂଜା କମିଟି ମାଉସିମା, ମା ଗଜଲକ୍ଷ୍ମୀ ପୂଜା ସମିତି କଳିଙ୍ଗ ନଗର,ମା ଲକ୍ଷ୍ମୀ ପୂଜା କମିଟି ୟୁନିଟ୍ ୯ , ବାଣୀବିହାର ଲକ୍ଷ୍ମୀ ପୂଜା ସମିତି,ମହାବୀର ୟୁବକ ସଂଘ ବିଜେବି ନଗର, ବାବା ନୀଳକଣ୍ଠେଶ୍ଵର ସାମୁହିକ ସଂଗଠନ ବରମୁଣ୍ଡା,ଟାଇଗର କ୍ଲବ ଅଟଳା, ଶରକନ୍ତରା ଲକ୍ଷ୍ମୀ ପୂଜା ସମିତି,ବୁଦ୍ଧେଶ୍ବରୀ ଲକ୍ଷ୍ମୀ ପୂଜା ସମିତି,ଲକ୍ଷ୍ମୀପୂଜା ସମିତି ଜାଗମରା,ବାବା ଆଖଣ୍ଡଳମଣି ଗଜଲକ୍ଷ୍ମୀ ପୂଜା କମିଟି ସହିଦନଗର, ଲକ୍ଷ୍ମୀ ପୂଜା ସମିତି ଶିରପିଏଫ ଓ ସହିଦନଗର ଦୁର୍ଗା ପୂଜା ସମିତି ସହିଦନଗର ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ I
ସର୍ବପ୍ରଥମେ ଅନୁଷ୍ଠାନ ର ସଭାପତି ଶ୍ରୀ *ମନୋରଞ୍ଜନ ଦାସ* ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ କୁ ପରିଚାଳନା କରିଥିଲେ ଓ ଶୋକ ପ୍ରସ୍ତାବ କୁ ଆଗତ କରିଥିଲେ ,ସେଥିରେ ଦିବଂଗତ କର୍ମକର୍ତ୍ତା ଙ୍କ ପାଇଁ ଏକ ମିନିଟ୍ ନୀରବ ପାର୍ଥନା କରାଯାଇଥିଲା I ତାପରେ ସମିତି ର ସାଧାରଣ ସମ୍ପାଦକ ଶ୍ରୀ *ହରିଶ ପ୍ରସାଦ ରଥ* ପୂର୍ବବର୍ଷ ର ଆୟ ବ୍ୟୟ ଓ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ I ବିଭିନ୍ନ ପୂଜା କମିଟି ର ଆସିଥିବା କର୍ମକର୍ତ୍ତା ମାନେ ଲକ୍ଷ୍ମୀପୂଜା ସହ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଅକ୍ଟୋବର ମାସ *୨୩/୧୦/୨୪ ତାରିଖ ** *ବୁଧବାର** ଦିନ ମିଳିତ ଭଷାଣି ଉତ୍ସବ ସହିଦନଗର ଦୁର୍ଗା ସମିତି ରୁ ସନ୍ଧ୍ୟା ୫ ଘଟିକା ରୁ ବାହାରିବା ପାଇଁ ସହମତି ହୋଇ ଥିଲା I ୟାହା ଛଡା ସେମାନେ ତାଙ୍କର ଚତୁଃପାର୍ଶ୍ଵର ରାସ୍ତା ଘାଟ ଉନ୍ନତି, ଆଲୋକ ର ସୁବ୍ଯବସ୍ଥା ଓ ସଫେଇ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ, ଗଛ କାଟିବା ପାଇଁ ଦେଇଥିବା ପ୍ରସ୍ତାବ କୁ ରାଜ୍ୟ ସରକାର, ଭୁବନେଶ୍ବର ମହାନଗର ନିଗମ ଓ ଅନାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ନିବେଦନ ଉପସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ I ଶେଷରେ
ସହିଦନଗର ଦୁର୍ଗା ପୂଜା ସମିତି ର ସମ୍ପାଦକ *ଶ୍ରୀ ସଚି ନନ୍ଦନ ନାୟକ* ଧନ୍ୟବାଦ ଅର୍ପଣ କରିଥିଲେ I

Leave A Comment

All fields marked with an asterisk (*) are required