ଅତ୍ୟାବଶକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଓ ଉତ୍କଟ ବେକାରୀସମସ୍ୟା ବିରୁଦ୍ଧରେ ଲଢେଇ ପାଇଁ ସି ପି ଆଇ (ଏମ ) ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ର ଆହ୍ୱାନ
ଅତ୍ୟାବଶକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଓ ଉତ୍କଟ ବେକାରୀସମସ୍ୟା ବିରୁଦ୍ଧରେ ଲଢେଇ ପାଇଁ ସି ପି ଆଇ (ଏମ ) ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ର ଆହ୍ୱାନ
ଭୁବନେଶ୍ୱର:ଭାରତର କମ୍ୟୁନିଷ୍ଟ ପାର୍ଟୀ ( ମାର୍କ୍ସବାଦୀ ) ଖୋର୍ଦ୍ଧା ଜିଲ୍ଲା ଏକାଦସ ସମ୍ମିଳନୀ 23-24 ନଭେମ୍ବର 2024 ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସାଧାରଣ ସଭା ସ୍ଥାନୀୟ ୟୁନିଟ 9, ଆନନ୍ଦ ବଜାର ଠାରେ 23 ତାରିଖ ଦିନ ସାଥୀ ସୁରେଶ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥଲା l ଅତ୍ୟାବଶକୀୟ ଜନିଷପତ୍ର ଅତ୍ୟଧିକ ଦରଦାମ ବୃଦ୍ଧି, ଦେଶରେ ଉତ୍କଟ ବେକାରୀ ସମସ୍ୟା, କଳ କାରଖାନା ବନ୍ଦ ଶ୍ରମିକ ଛଟେଇ, ସ୍କିମ ଶ୍ରମିକ ଙ୍କୁ ସର୍ବନିମ୍ନ ମଜୁରୀ ମିଳୁନି, ଆଜି ବି କଳାହାଣ୍ଡିରେ କନ୍ୟା ଶିଶୁ ବିକ୍ରି, ଆମ୍ବଟାକୁଆ ଅଖାଦ୍ୟ ଖାଇ କାନ୍ଧମାଳର ଆଦିବାସୀ ମହିଳା ମୃତ୍ୟୁ ବରଣ କରୁଛନ୍ତି, ଦେଶର ଗଣତନ୍ତ୍ର ସମ୍ବିଧାନ କୁ ଧ୍ବଂସ କରି ଗୋଟିଏ ଦେଶ ଗୋଟିଏ ନିର୍ବାଚନ କରିବାପାଇଁ କ୍ୟାବିନେଟ ରେ ପାଶ କରିଛନ୍ତି, ଗୌତମ ଆଦାନୀ ଓ ମୋକେଶ ଆମ୍ବାନୀ ହାତରେ ଦେଶର ସମସ୍ତ ପ୍ରାକୃତିକ ସମ୍ପଦ ବନ୍ଦର ଉଡ଼ାଜାହାଜ ପଡିଆ ଶକ୍ତି କ୍ଷେତ୍ର କୁ ବିକ୍ରି କରି ଦେବା ଏବଂ ଧର୍ମୀୟୟ କୁସଂସ୍କାର ଇତ୍ୟାଦି ବିରୁଦ୍ଧରେ ଆଗାମୀ ଦିନରେ ସି ପି ଆଇ ଏମ ଦୁର୍ବାର ଗଣ ଆନ୍ଦୋଳନ କରିବ ବୋଲି ରାଜ୍ୟର ବରିଷ୍ଠ ନେତା ସାଥୀ ଜନାର୍ଦ୍ଦନ ପତି ଆହ୍ୱାନ ଦେଇଥିଲେ l ସମ୍ମିଳନୀ ରେ 4 ଶ୍ରମ କୋଡ଼ ବାତିଲ କରିବା, ଚାଷୀ ଫସଲର ନ୍ୟୁନତ୍ତମ ସହାୟକ ମୂଲ୍ୟ ପ୍ରଦାନ, ଦରଦାମ ବୃଦ୍ଦି ବିରୁଦ୍ଧରେ ଲଢେଇ ଏବଂ ନାରୀ ନିର୍ଯାତନା ବନ୍ଦ କରିବା ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି l ଅଭ୍ୟର୍ଥନା କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ ରିପୋର୍ଟ ଉପସ୍ଥାପନା କରିଥିଲେ l ଆଗାମୀ ଦିନ ରେ ଜିଲ୍ଲାରେ ବାମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଆନ୍ଦୋଳନ ଗଢି ତୋଳିବା ନିମନ୍ତେ ଏକ 17 ଜଣିଆ ଜିଲ୍ଲା କମିଟି ନିର୍ବାଚିତ ହୋଇଛନ୍ତି l ଲଢୁଆ ଯୁବନେତା ସାଥୀ ଗିରୀଶ ମହାରଣା ଜିଲ୍ଲା ସମ୍ପାଦକ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି l ଆସନ୍ତା ଡିସେମ୍ବର 17 ରୁ 19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀ ରେ ପ୍ରତିନିଧି ଭାବରେ ଯୋଗ ଦେବାକୁ 11 ଜଣ ପ୍ରତିନିଧି ନିର୍ବାଚିତ ହୋଇଥିଲେ l ଉଦଯାପନୀ ଭାଷଣ ଦେଇଥିଲେ ସି ପି ଆଇ (ଏମ )ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ସୁରେଶ ପାଣିଗ୍ରାହୀ ସମାବେଶ l ସମ୍ମିଳନୀ ଶେଷରେ ଧନ୍ୟବାଦ ଦେଇଥିଲେ ସିପିଏମ ନେତା ପ୍ରଭାତ ପାଣିଗ୍ରାହୀ l