କୃଷକ ଏବଂ କୃଷି ପ୍ରସଙ୍ଗ ରେ ଆନ୍ଦୋଳନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ 31 ଅଗଷ୍ଟ ରେ ରାଜ୍ୟ ସ୍ତରୀୟ କନଭେନସନ
ଭୁବନେଶ୍ୱର ତାରିଖ:22.07.2023 କୃଷକ ଏବଂ କୃଷି ପ୍ରସଙ୍ଗ ରେ ଆନ୍ଦୋଳନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ
31 ଅଗଷ୍ଟ ରେ ରାଜ୍ୟ ସ୍ତରୀୟ କନଭେନସନ ସଂଯୁକ୍ତ କିଷାନ ମୋର୍ଚ୍ଚା-ଓଡିଶା ର ରାଜ୍ୟ ସ୍ତରୀୟ ଆବାହକ ମଣ୍ଡଳୀ ବୈଠକ ଆଜି ଲୋହିୟା ଏକାଡେମୀ ଠାରେ ଅନୁଷ୍ଠିତ ହୋଇ ନିମ୍ନ ମତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି llସଂଯୁକ୍ତ କିଷାନ ମୋର୍ଚ୍ଚା ର ଆହ୍ୱାନ ରେ ଅଗଷ୍ଟ 31 ତାରିଖ ରେ କୃଷକ-କୃଷି ର 15 ଦଫା ଦାବି ଉପରେ ରାଜ୍ୟ ସ୍ତରୀୟ କୃଷକ କନଭେନସନ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ l କନଭେନସନ ରେ ଓଡିଶା ର କୃଷକ ଆନ୍ଦୋଳନ ପାଇଁ ପରବର୍ତ୍ତୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଘୋଷଣା କରାଯିବା ପାଇଁ ନିଷ୍ପତ୍ତି ହୋଇଛି lଏହା ସହିତ ଅଗଷ୍ଟ 9 ତାରିଖ କର୍ପୋରେଟ କୃଷି ଛାଡ଼-ଜଙ୍ଗଲ ସମ୍ପଦ ଲୁଟ ବନ୍ଦ କର, ଜଙ୍ଗଲ ସଂରକ୍ଷଣ(ସଂଶୋଧନ) ବିଧେୟକ -2023 ପ୍ରତ୍ୟାହାର କର ଦାବିରେ ଗ୍ରାମାଞ୍ଚଳ ରେ ବ୍ଲକ ସ୍ତର ରେ ଏବଂ ସହରାଞ୍ଚଳ ରେ ସହର କେନ୍ଦ୍ର ରେ ବିକ୍ଷୋଭ/ ଧାରଣା ସଂଗଠିତ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯିବ l ଅଗଷ୍ଟ 15 ତାରିଖ ରେ ସ୍ୱାଧୀନତା, ଗଣତନ୍ତ୍ର-ଧର୍ମନିରପେକ୍ଷତା ଏବଂ ସମ୍ବିଧାନ ସୁରକ୍ଷା ଆହ୍ୱାନ ରେ ରାଜ୍ୟଵ୍ୟାପୀ ବହୁବିଧ କାର୍ଯ୍ୟକ୍ରମ ସଂଗଠିତ କରାଯିବ l ଅଗଷ୍ଟ 24 କୃଷକ-ଶ୍ରମିକ ମାନଙ୍କର ସର୍ବଭାରତୀୟ କନଭେନସନ ନୂଆଦିଲ୍ଲୀ ରେ ତାଲକୋତୋରା ଷ୍ଟାଡିୟମ ରେ ଅନୁଷ୍ଠିତ ହେବ l ଏଥିରେ ଓଡିଶା ରୁ ଶତାଧିକ ପ୍ରତିନିଧି ଯୋଗ ଦେବେ
ଓଡିଶା ର ବରିଷ୍ଠ କୃଷକ ନେତା ଶଶୀ ଭୂଷଣ ସ୍ୱାଇଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ସର୍ବଶ୍ରୀ ଅଶୋକ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ,ଆଶୀଷ କାନୁନ ଗୋ,କ୍ଷୀରୋଦ ସିଂହଦେଓ, ସରୋଜ ମହାନ୍ତି, ରଘୁନାଥ ଦାସ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଶଙ୍କର,ନରେନ୍ଦ୍ର ମହାନ୍ତି, ମୀନା ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର,ବଳଭଦ୍ର ମଲ୍ଲିକ, ସନ୍ତୋଷ ରଥ, ବ୍ୟୋମକେଶ ଠାକୁର,ପ୍ରଦୀପ୍ତ କୁମାର ମହାନ୍ତି,ଦେବେନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ବୁଢ଼ାରୀ, ନୃସିଂହ ବେହେରା, ସୁରେନ୍ଦ୍ର ବେହେରା, ବାଳକୃଷ୍ଣ ଷଣ୍ଢ, ଜିରୀମୟ ସୁନାମାଝୀ, ରାଜକିଶୋର ନାୟକ,ଚାମ୍ବୁରୁ ସୋରେନ, ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ l