Search for:
  • Home/
  • ରାଜ୍ୟ/
  • କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା

କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା

Spread the love

Loading

କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା ।

ଭୁବନେଶ୍ୱର |- ସତ୍ୟବାଦୀ ଯୁବଛାତ୍ର ସଂଗଠନ ଆନୁକୂଲ୍ୟରେ ଜୟଦେଵ ଭବନ (ପ୍ରଦର୍ଶନୀ ଗୃହ) ଠାରେ ସମାଜର ଅସହାୟ କର୍କଟ ପୀଡିତ/ପିଡ଼ିତାମାନଙ୍କ ଉଦ୍ଦେଶ୍ୟରେ ସେବା ଯୋଗାଉଥିବା ସମାଜମଙ୍ଗଳ ହୁଣ୍ଡିରୁ ନୟାଗଡ଼ ଅଞ୍ଚଳର କର୍କଟ ପିଡ଼ିତା ରିଲି ନାୟକଙ୍କୁ ଦଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ ।ହୁଣ୍ଡି ର ପ୍ରତିଷ୍ଠାତା ତଥା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହୁଣ୍ଡି ର ସମର୍ପିତ ସେବା ଉପରେ ବକ୍ତବ୍ୟ ରଖିଥିଲେ ।ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦେଇ ହୁଣ୍ଡି ଖୋଲି ଥିଲେ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ତରେ ପିଡିତାଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ମାନସ ବସ୍ତିଆ, ଜନନେତା ବିଜୟ ପରିଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଂଗଠନ ର ସଭାପତି ସତ୍ୟଜିତ ମହାପାତ୍ର କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିବା ସହ ପ୍ରତେକମାସ ପାଞ୍ଚ ତାରିଖରେ ଜଣେ କର୍କଟ ପିଡ଼ିତଙ୍କୁ ସହାୟତା ଦିଆଯିବ ବୋଲି ସୂଚନା ଦେଇଥିଲେ । ରକ୍ତଦାତା ତନ୍ମୟ ସାମନ୍ତରାୟ, ଆସୁ, ଲିପୁ ଓ ଚିତ୍ତରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ ।

Leave A Comment

All fields marked with an asterisk (*) are required