Search for:
  • Home/
  • ରାଜ୍ୟ/
  • କ୍ରିଷ୍ଣା ବିକାଶ ଗ୍ରୁପ ସହ ଯୋଡ଼ି ହେଲେ ଅନୁପମ ଖେର

କ୍ରିଷ୍ଣା ବିକାଶ ଗ୍ରୁପ ସହ ଯୋଡ଼ି ହେଲେ ଅନୁପମ ଖେର

Spread the love

Loading

କ୍ରିଷ୍ଣା ବିକାଶ ଗ୍ରୁପ ସହ ଯୋଡ଼ି ହେଲେ ଅନୁପମ ଖେର*
ଭୁବନେଶ୍ୱର:-୨୫/୯/୨୪-  ଆଜି ଭୁବନେଶ୍ୱରରେ ଆଇପିଚ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରିଷ୍ଣା ବିକାଶ ଗ୍ରୁପ୍ ଅନୁଷ୍ଠାନ ର ଅଧ୍ୟକ୍ଷ  ଡି ମୂରଲୀ କ୍ରିଷ୍ଣା ଉପସ୍ଥିତ ରହି ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରିଥିଲେ କି ଭାରତର ମର୍ଯ୍ୟାଦା ସମ୍ପନ୍ନ ଅଭିନେତା ତଥା ସାମାଜିକ କର୍ମୀ ଶ୍ରୀ ଅନୁପମ ଖେର କ୍ରୀଷ୍ଣା ବିକାଶ ମ୍ୟାନେଜ୍‌ମେଣ୍ଟର ମାନସିକତା ସହିତ ନିଜକୁ ଯୋଡ଼ି ହେବାକୁ ଆଗେଇ ଆସିଛନ୍ତି।
  ସେ କହିଥିଲେ ୨୦୦୨ ମସିହାରେ ସେ ଏବଂ ଅନ୍ୟ ତିନି ସହଯୋଗୀଙ୍କୁ ନେଇ ବିକାଶ ଆବାସିକ ବିଦ୍ୟାଳୟ ଆରମ୍ଭ କରିଥିଲେ।ଦୀର୍ଘ ୨୦ ବର୍ଷ ଧରି ବିକାଶ ଗ୍ରୁପ ର ଅଧ୍ୟକ୍ଷ ଭାବେ ଦାୟୀତ୍ବ ନେଇ ଶିକ୍ଷା,ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଆଗକୁ ଯାଇଛି।
   ଦୀର୍ଘ ଦୁଇ ଦଶନ୍ଧିର ଏହି ସଫଳତାକୁ ଆଗେଇ ନେବାପାଇଁ ଆମେ ଆଗେଇ ନେବାପାଇଁ ଆମେ ଚାରିଜଣ ସହଯୋଗୀ ଏହାକୁ ଚାରୋଟି ସମ୍ପୂର୍ଣ ଭିନ୍ନ ପରିଚୟ ଯେପରିକି ମାନ ଲୋଗ ସହ ପରିଚାଳନା କରିବାକୁ ନିଷ୍ପତି ନେଲୁ। ଏ ଦିଗରେ ବିଭିନ୍ନ କ୍ୟାମ୍ପସ    ର ପରିଚାଳନା ଭାର ନିଜ ନିଜ ହାତକୁ ନେଇଛୁ।
  ଏହି ଅବସରରେ ରେ କ୍ରିଷ୍ଣା ବିକାଶ ଗ୍ରୁପ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବେ ଏହାର ବିଶଦ ବିବରଣୀ ପ୍ରଦାନ କରୁଛି।
   ତିନୋଟି ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ହସ୍ପିଟାଲ, ସ୍କୁଲ ଓ କଲେଜ ପରିଚାଳନା କରୁଛି କ୍ରୀଷ୍ଣା ବିକାଶ ଗ୍ରୁପ। ଓଡ଼ିଶାରେ ବରଗଡ଼, ରାଉରକେଲା, ବ୍ରହ୍ମପୁର, ଅନୁଗୁଳରେ ଇଂରାଜୀ ମାଧ୍ୟମ ସ୍କୁଲ୍ ତଥା ଭୁବନେଶ୍ଵରରେ ଏଆଇପିଏଚ୍ ( ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ୍) ୟୁନିଭର୍ସିଟି କ୍ରୀଷ୍ଣା ବିକାଶର ଅନୁଷ୍ଠାନ ସମୂହ। ବରଗଡ଼ରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲ୍ ଏବଂ କ୍ରୀଷ୍ଣା ବିକାଶ କଲେଜ ଅଫ୍ ନସିଂ ମାଧ୍ଯମରେ ଶିକ୍ଷାଦାନର ନେତୃତ୍ୱ ନେଉଛି କ୍ରୀଷ୍ଣା ବିକାଶ ଗ୍ରୁପ। ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ୟୁନିଭର୍ସିଟି ପୂର୍ବ ଭାରତର ପ୍ରଥମ ଏଲାଏଡ୍ ହେଲଥ୍ ସାଇନ୍ସ ୟୁନିଭର୍ସିଟି, ଯେଉଁଠାରେ ବାୟୋଲୋଜିକାଲ୍ ସାଇନ୍ସ, ପବ୍ଲିକ୍ ହେଲ୍‌ଥ୍, ଫିଜିଓଥେରାପି, ନର୍ସିଂ, ହେଲ୍‌ଥ୍ ମ୍ୟାନେଜ୍‌ମେଣ୍ଟ, ଯୋଗ, ଅପ୍ଟୋମେଟ୍ରି ଭଳି ପାଠ୍ୟକ୍ରମର ସୁବିଧା ରହିଛି।କ୍ରୀଷ୍ଣା ବିକାଶ ଗ୍ରୁପ୍ ପ୍ରୟାସରେ ଖୁବଶୀଘ୍ର ଜଟଣୀସ୍ଥିତ ଆଇଆଇଟି, ଭୁବନେଶ୍ଵର ନିକଟରେ ଏକ ନୂତନ କ୍ୟାମ୍ପସ୍‌ରେ  କାର୍ଯ୍ୟକ୍ଷମ ହେବାକୁ ଯାଉଛି।ଏହା ଓଡ଼ିଶା ସରକାର ତଥା ୟୁଜିସି ଦ୍ୱାରା ମାନ୍ୟତା ପ୍ରାପ୍ତ ୟୁନିଟାରୀ ପ୍ରାଇଭେଟ୍ ୟୁନିଭର୍ସିଟି।ସେହିପରି ଛତିଶଗଡ଼ରେ ରାୟପୁରଠାରେ ଏକ ଆଇ.ବି. ସ୍କୁଲ୍, ଏକ ଇଂଲିସ୍ ମିଡିୟମ୍ ସ୍କୁଲ୍, ଇଞ୍ଜିନିୟରିଂ କଲେଜ, ଫାର୍ମାସୀ କଲେଜ ଏବଂ ବିଜ୍ଞାନ, ବାଣିଜ୍ୟ, ଶିକ୍ଷା, ମ୍ୟାନେଜ୍‌ମେଣ୍ଟ କଲେଜ କ୍ରୀଷ୍ଣା ବିକାଶ କ୍ୟାମ୍ପସ୍‌ରେ ରହିଛି।ଏହା ବ୍ୟତୀତ ଜଗଦଲପୁର ଓ ଭିଲାଇଠାରେ ମଧ୍ୟ ଇଂଲିସ୍ ମିଡିୟମ୍ ସ୍କୁଲ୍ ଆରମ୍ଭ କରାଯାଇଛି।ସେହିପରି ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ଠାରେ ମଧ୍ୟ ଏକ ଇଂଲିସ୍ ମିଡିୟମ୍ ସ୍କୁଲ୍, କ୍ରୀଷ୍ଣା ବିକାଶ ଗ୍ରୁପ୍ ନିଜର ଉପସ୍ଥିତି ଜାହିର କରିଛି।କ୍ରୀଷ୍ଣା ବିକାଶ ଗ୍ରୁପ ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜର ଅବହେଳିତ ବର୍ଗକୁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ପହଂଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଛି ବୋଲି ଡି ମୁରଲୀ କ୍ରିଷ୍ଣା ପ୍ରକାଶ କରିଥିଲେ।ଏହା ମାଧ୍ୟମରେ ଫ୍ରି ହେଲ୍‌ଥ୍ କ୍ୟାମ୍ପ, ଫ୍ରି ସର୍ଜରୀ, ଫ୍ରି ଓପିଡି ସେବା, ଛାତ୍ରବୃତ୍ତି ପ୍ରତିଭା ପ୍ରୋତ୍ସାହନ କରାଯାଇଥାଏ। ଭାରତର ମର୍ଯ୍ୟାଦା ସମ୍ପନ୍ନ ଅଭିନେତା ତଥା ସାମାଜିକ କର୍ମୀ ଶ୍ରୀ ଅନୁପମ ଖେର କ୍ରୀଷ୍ଣା ବିକାଶ ମ୍ୟାନେଜ୍‌ମେଣ୍ଟର ମାନସିକତା ସହିତ ନିଜକୁ ଯୋଡ଼ି ହେବାକୁ ଆଗେଇ ଆସିଛନ୍ତି।ଏହି ଅବସରରେ ଆଜି ତାଙ୍କର ବ୍ରାଣ୍ଡ୍ ଏଣ୍ଡୋମେଣ୍ଡର ପ୍ରଥମ ଭିଡିଓ ମଧ୍ୟ ରିଲିଜ୍ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ କ୍ରୀଷ୍ଣା ବିକାଶ ଗ୍ରୁପର  ପରିଚାଳନା ନିର୍ଦ୍ଦେଶକ ବିବେକ ଦାସାରି ପ୍ରାରମ୍ଭରେ ବିକାଶ କ୍ରିଷ୍ଣା ଗ୍ରୁପ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

Leave A Comment

All fields marked with an asterisk (*) are required