କିଶୋର କୁମାରଙ୍କୁ ମନେପକାଇଲେ କଣ୍ଠଶିଳ୍ପୀଏବଂ ନେତା
ଏଇ ହୃଦୟରେ… କିଶୋର କୁମାରଙ୍କୁ ମନେପକାଇଲେ କଣ୍ଠଶିଳ୍ପୀ
ଭୁବନେଶ୍ୱର,୨୩।୮:ଜିନ୍ଦେଗୀକା ସଫର..ହେ ୟେ କେଶା ସଫର, କୋଇ ସମଝା ନେହି କୋଇ ଜାନା ନେଇ..ଭଳି ସବୁ ସମୟର ସମସ୍ତଙ୍କ ପ୍ରିୟ କିଶୋର କୁମାରଙ୍କ ବହୁ ଚର୍ଚ୍ଚିତ ସଙ୍ଗୀତର ମୂର୍ଚ୍ଚନାରେ ବିଭୋର ହୋଇଥିଲେ ଦର୍ଶକ। ଶୁକ୍ରବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ବିଭୂ କିଶୋର ଚାରଟେବୁଲ ଟ୍ରଷ୍ଟ ଦ୍ବାରା ଆୟୋଜିତ ଏବଂ ସୁର ତରଙ୍ଗ ଦ୍ବାରା ସହଯୋଗରେ ‘କିଶୋରିଆତ୍’ରେ କଣ୍ଠଶିଳ୍ପୀଙ୍କ କଣ୍ଠର ଯାଦୁରେ କିଶୋର କୁମାର ଏବଂ ଅକ୍ଷୟ ମହାନ୍ତିଙ୍କର ବହୁ ଲୋକପ୍ରିୟ ଗୀତ ବେଶ୍ ମନଛୁଆ ହୋଇପାରିଥିଲା। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅଭିନେତା ବବି ମିଶ୍ର ଏବଂ ସିନେ ସମୀକ୍ଷକ ଦିଲିପ ହାଲି ଯୋଗଦେଇଥିଲେ। ସଭା ପରିଚାଳନା କରିଥିଲେ ପିୟୂଷ ମହାନ୍ତି ଏବଂ ରାକ୍ଷୀ ଦାଶ। ସଂଯୋଜନା କରିଥିଲେ ଅଭିଷେକ ଆନନ୍ଦ। ଏହି ଅବସରରେ ସଙ୍ଗୀତ ନିର୍ଦେଶକ ବିଦ୍ୟୁତ୍ ରାୟ, ନୂତନ କଣ୍ଠ ଶିଳ୍ପୀ ସୌମ୍ୟ, ଅମ୍ଲାନ, ସାସ୍ୱତୀ ଓ ବାଦ୍ୟ ଶିଳ୍ପୀ ପ୍ରୟାସ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ସହିତ ବହୁ କଳାକାର ସଙ୍ଗୀତ ଗାଇ ଦର୍ଶକଙ୍କ ଦୃଦୟକୁ ଛୁଇଯାଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଗୃହୀତ ଅର୍ଥ ଜଣେ କର୍କଟ ରୋଗୀଙ୍କ ଚିକିତ୍ଦସା ସହାୟତା ପାଇ: ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟି ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି।