Search for:
  • Home/
  • ରାଜ୍ୟ/
  • କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

Spread the love

Loading

କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ
ଭୁବନେଶ୍ୱର, : ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିବା ୩୮୮ କ୍ରୀଡ଼ାବିତ୍‍ଙ୍କୁ ଓଡ଼ିଶା ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ କ୍ରୀଡ଼ାରେ ସଫଳତା ଲାଭ କରିଥିବା କିସ୍‌ର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ କ୍ରୀଡ଼ା ପ୍ରୋତ୍ସାହନ ପାଇଛନ୍ତି । ସେଥି ମଧ୍ୟରୁ କେବଳ ରଗ୍‌ବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ ରହିଛନ୍ତି । ଏଥିପାଇଁ ରବିବାର କିସ୍ ଛାତ୍ରଛାତ୍ରୀମାନେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୃତି କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କହିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ଏଥିପାଇଁ ଆଜି ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିଛନ୍ତି । କିଟ୍ ଓ କିସ୍‌ର ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେଇଛନ୍ତି । କିସ୍‌ର କ୍ରୀଡ଼ାବିତ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବଦା ଉତ୍ସାହିତ କରି ଆସୁଥିବାରୁ ଆମେ କିଟ୍ ଓ କିସ୍ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ । କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଅର୍ଥ ରାଶି ପ୍ରଦାନ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ । ନିଷ୍ଠା ଓ ଏକାଗ୍ରତାର ସହ କ୍ରୀଡ଼ା ଜାରି ରଖି ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଆଣିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

Leave A Comment

All fields marked with an asterisk (*) are required