Search for:
  • Home/
  • ରାଜ୍ୟ/
  • ଖୋର୍ଦ୍ଧା ତହସିଲଦାର, ଆରାଇ ଓ ଜମି ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ବଳିପଡ଼ୁଛନ୍ତି ଚାଷୀ !

ଖୋର୍ଦ୍ଧା ତହସିଲଦାର, ଆରାଇ ଓ ଜମି ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ବଳିପଡ଼ୁଛନ୍ତି ଚାଷୀ !

Spread the love

Loading

ଖୋର୍ଦ୍ଧା ତହସିଲଦାର, ଆରାଇ ଓ ଜମି ଲୁଟେରାଙ୍କ ମଧୁଚନ୍ଦ୍ରିକାରେ ବଳିପଡ଼ୁଛନ୍ତି ଚାଷୀ !

ଭୁବନେଶ୍ୱର :ସୂଚନା ଯୋଗ୍ୟ ଭୁବନେଶ୍ୱର ରୁ ଯାଇ ଖୋର୍ଦ୍ଧା ତହସିଲ ଅଧୀନରେ ଯାଉଥିବା ବରସାହି ପଂଚାୟତ ରେ ପାଖାପାଖି ୨୦ ରୁ ୩୦ ଏକର ଜାଗାକୁ ମାଡ଼ିବସିଛନ୍ତି ମହେନ୍ଦ୍ର ପ୍ରସାଦ | ଭୁବନେଶ୍ୱର ତରିକରେ ତହସିଲଦାର ଓ ଆରାଇ ଙ୍କୁ ହାତକରୀ ୧୬ ଜଣ ଚାଷୀ କାଜୁନିଗମ ଜମି ଓ ଗାଁ ଠାକୁରାଣୀ ଙ୍କ ଜମିକୁ ନିଜରକହି ତା ଚାରି ପାଖରେ ମେଘନାଦ ପାଚେରୀ ସଦୃଶ ତାରବାଡ଼ ଘେରାଇଦେଇ କୌଣସି ଗାଁ ଚାଷୀଙ୍କୁ ଆଉ ସେ ଜାଗାକୁ ପୁରାଇ ଦେଇନଥିଲେ | ଫଳରେ ବରସାହି ଓ ପୁଗୁସାହି ର ଚାଷୀ ପ୍ରଥମେ ଖୋର୍ଦ୍ଧା ଟାଉନ ଥାନା ରେ ଅଭିଯୋଗ କରିଥିଲେ ମାତ୍ର ଏହା ଜାଗାବାଡି କେଶ କହି ଥାନା ସେମାନଙ୍କୁ ଫେରାଇ ଦେଇଥିଲେ ପରେ ଆରାଇ ଓ ତହସିଲଦାର ଙ୍କ ପାଖକୁ ଯାଇ ଭେଟିଥିଲେ | ମାତ୍ର ଗ୍ରାମବାସୀ ଙ୍କ ଅଭିଯୋଗ ଆରାଇ ତହସିଲଦାର ମହେନ୍ଦ୍ର ପ୍ରସାଦ ଙ୍କ ଠାରୁ ମୋଟା ଅଙ୍କର ମାଲ ପକାଇ କୌଣସି ପଦକ୍ଷେପ ନେଉନାହାନ୍ତି | ଏଥିପାଇଁ ଗ୍ରାମବାସୀ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଖୋର୍ଦ୍ଧା ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ମହେନ୍ଦ୍ର ପ୍ରସାଦ ଙ୍କ ବିଷୟରେ କହିବାରୁ ଜିଲ୍ଲାପାଳ ୭ ଦିନରେ ତହସିଲଦାର ଙ୍କୁ ସ୍ଥିତି ଅନୁଧ୍ୟାନ କରି ସଠିକରି ରିପୋର୍ଟ ଦେବାକୁ ଚିଠି କରିଥିଲେ ଏକଥା ବି ଚିଠିରେ ଉଲେଖ କରିଥିଲେ କି ଯଦି ତଥ୍ୟ ସଠିକ ଥିବ ତାହାଲେ ଆଇନ ଅନୁଯାଇ ପଦକ୍ଷେପ ନେବାପାଇଁ | କିନ୍ତୁ ତହସିଲଦାର ଆଜିପର୍ଯନ୍ତ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ଙ୍କ ମନରେ ଆଶଙ୍କା ଉଙ୍କିମାରିବା ସୋଭାବିକ କି ତାଙ୍କ ଜମି ଆଉ ସେ ଫେରିପାଇବେକି ନାହିଁ |
•ଏପଟେ ମହେନ୍ଦ୍ର ପ୍ରସାଦ ନିଜର ଆଈଙ୍କ ଜାଗା ବୋଲି ଯୁକ୍ତି ବାଡ଼େଇଛନ୍ତି ଏଥିରେ ଦେଖିବାକୁ ବାକିରହିଲା କି ମହେନ୍ଦ୍ର ପ୍ରସାଦ ଙ୍କ ଠାରୁ ଚାଷୀମାନଙ୍କ ଜାଗାକୁ ଫେରାଇ ସେଠାରୁ ତାରବାଡ଼ ଉଛେଦ କରିପାରୁଛନ୍ତି କି ନାହିଁ ଖୋର୍ଦ୍ଧା ତହସିଲଦାର ?
• ସେହିପରି ଗ୍ରାମବାସୀ ଯଦି ନିଜ ଚାଷଜମି ଫେରିନପାଇବେ ତାହାଲେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି |

Leave A Comment

All fields marked with an asterisk (*) are required