Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଲୋକସଭା କ୍ଷେତ୍ର ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

Spread the love

Loading

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• ଲକ୍ଷାଧିକ ଉତ୍ସାହିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ କଲେ ସ୍ୱାଗତ

• ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଜୁଲାଇ ମାସରୁ ମାଗଣା ବିଜୁଳି, ଆପଣମାନେ ଖୁସି ତ ?

• ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ

• ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

• ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

• ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ – ମୁଖ୍ୟମନ୍ତ୍ରୀ

• ବିଭିନ୍ନ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ଲୋକଙ୍କୁ ପ୍ରଶ୍ନ କଲେ

• ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, 5T ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ – ସବୁଥିରେ ସମ୍ମିଳିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’

କାର୍ତ୍ତିକ ପାଣ୍ଡିଆନ

• ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କଲେ ପାଣ୍ଡିଆନ

• କହିଲେ – ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି

• ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ ?

• କଳିଙ୍ଗ ଷ୍ଟାଡିୟମ ପାଖରେ Foot Over Bridge କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ – ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ !

• ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି

• ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ଏଇଥି ପାଇଁ ସାଂସଦ କରିଥିଲେ ?

• ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି ? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ

• ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ
ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ

• ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ, କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି

• ଭୋପାଲ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି

• ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ IT Park, Software Park, Sea Food Park, Manufacturing Cluster, Textile Park ଆଦି ଅନେକ ଶିଳ୍ପ ଆଣିବେ

• ସାଂସଦ ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର କର୍ତ୍ତବ୍ୟ

• କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ

• ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି ?

• ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି, କିନ୍ତୁ ସେ ଚୁପ୍‍ ଅଛନ୍ତି

• ଖୋର୍ଦ୍ଧାରେ ନବୀନ ସରକାର କେଉଁ କେଉଁ ଶିଳ୍ପପ୍ରତିଷ୍ଠା କରିଛନ୍ତି, ତା’ର ହିସାବ ଦେଲେ – ପାଣ୍ଡିଆନ

• ACME Greentech Urja Private Limited –
ପୁଞ୍ଜିନିବେଶ – ୩୫,୬୦୦ କୋଟି, ନିଯୁକ୍ତି ସୁଯୋଗ – ୬୩୦୦

• Avaada Electro Pvt. Ltd.
ପୁଞ୍ଜିନିବେଶ – ୧୧,୩୦୦ କୋଟି, ନିଯୁକ୍ତି ସୁଯୋଗ – ୪୦୦୦

• Electronic Manufacturing Cluster
ପୁଞ୍ଜିନିବେଶ – ୨୩୦୦ କୋଟି, ନିଯୁକ୍ତି ସୁଯୋଗ – ୪୩୦୦

• Berger Paints India Ltd.
ପୁଞ୍ଜିନିବେଶ – ୧୪୬୦ କୋଟି, ନିଯୁକ୍ତି ସୁଯୋଗ – ୪୦୦

• Rungta Paints Pvt. Ltd.
ପୁଞ୍ଜିନିବେଶ – ୧୦୦୦ କୋଟି, ନିଯୁକ୍ତି ସୁଯୋଗ – ୭୦୦

• Nestle India Ltd.
ପୁଞ୍ଜିନିବେଶ – ୯୦୦ କୋଟି, ନିଯୁକ୍ତି ସୁଯୋଗ – ୯୦୦

• Sea Food Park, ପୁଞ୍ଜି ନିବେଶ – ୫୦୦ କୋଟି

• ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

• ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ

• ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ

• ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା

• ମଧ୍ୟବିତ୍ତ ପରିବାରମାନଙ୍କ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି

• ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦିଆଯିବ

• ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ

• ଉଚ୍ଚଶିକ୍ଷା ପାଇଁ ଋଣରେ ମଧ୍ୟ ସୁଧ କମ୍‍ କରାଯିବ

• ଓଡ଼ିଶାର ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଉଛି, ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର, ଅନ୍ୟ କୋଣସି ରାଜ୍ୟରେ ଏତେ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉନାହିଁ, ସର୍ବାଧିକ ୫ରୁ ୧୦ ପ୍ରତିଶତ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉଛି

Leave A Comment

All fields marked with an asterisk (*) are required