ଉଦଯାପନ ହେଲା ଖଣ୍ଡଗିରି ଉଦୟଗିରି ମହୋତ୍ସବ
ଉଦଯାପନ ହେଲା ଖଣ୍ଡଗିରି ଉଦୟଗିରି ମହୋତ୍ସବ
ଭୁବନେଶ୍ୱର:ଆଜି ଖଣ୍ଡଗିରି ପାନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ର ଉଦଯାପନ ସନ୍ଧ୍ୟାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉତ୍ସବରେ ପ୍ରାରମ୍ଭରୁ ସାଇ କଳା ସଂସଦ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ପୁଷ୍ପାଞ୍ଜଳୀ ନାୟକ ଙ୍କ ଛାତ୍ରୀଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଏବଂ ଆର ଡି ଏସ୍କ ଡାନ୍ସ ଗ୍ରୁପ ର କଳାକାରମାନଙ୍କ ଦ୍ବାରା ଶିବ ତାଣ୍ଡବ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ସୁର ସାଗର ମୂଜିକାଲ୍ ଗ୍ରୁପ ଦ୍ଵାରା ଓଡ଼ିଶା ସୁନାମଧନ୍ୟ ସିନେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଙ୍କ ଜଗତେ ପାଇବୁନି ଏମିତି ଠାକୁର ଗୀତରେ ଭାବ ବିହୋଲରେ ଦର୍ଶକଙ୍କ ହାତ ଉପରକୁ ଉଠିଯାଇଥିଲେ,ଦିଲ ହୂଆ କୁଟ କୁଟା ଏବଂ ଛାଡିକି ପାରିବି ତତେ ଭଳି ଅନେକ ଗୀତ ଦର୍ଶକଙ୍କୁ ଝୁମେଇ ଦେଇଥିଲା ସେହିପରି ଦେବୀ ପ୍ରସାଦ, ଭାଗ୍ୟଶ୍ରୀ ମହାନ୍ତି,ଦୀପକ କୁମାର ଭଳି କଣ୍ଠ ଶିଳ୍ପୀ ଗୀତ ଦର୍ଶକଙ୍କୁ ବେଶ୍ ଚମତ୍କାର ଥିଲା । ଉତ୍ସବରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, ଚୌଧୁରି ଅମିତାଭ ଦାସ, ଉପସ୍ଥାପିକା ଅଙ୍କିତା ମହାନ୍ତି ଏବଂ ସମସ୍ତ କଳାକାରଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ପୁଷ୍ପଗୁଚ୍ଛ,ଉପଢୋକନ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହ ସମ୍ପାଦକ ମନୋଜ କୁମାର ବେହେରା, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ,ମହାମାୟା ସ୍ବାଇଁ,ଛବି ଦାସ,କିରଣାଳା ମାଝୀ, ଶକିବା ମୁଷାରତ,ଦୀପକ ମିଶ୍ର,ଶ୍ରୀଧର ବେହେରା, ଅଜିତ୍ ବେହେରା,ଶିବ ରାୟ, ଶିବ ପ୍ରସାଦ ବେହେରା, ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜ,ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ, ଅଶ୍ଵିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ,ସୀମା ନାୟକ,ରୁନୁ ଜେନା,ଦିଲ୍ଲୀପ ମାଝୀ,ରାଜେଶ ପାତ୍ର, ଶିବ ପ୍ରସାଦ ମହାପାତ୍ର, ପୁର୍ଣେଣ୍ଡୁ ପୂଜାପଣ୍ଡା,