ଦ୍ଵିତୀୟ ସନ୍ଧ୍ୟାରେ ଖଣ୍ଡଗିରି ଉଦୟଗିରି ମହୋତ୍ସବ
ଦ୍ଵିତୀୟ ସନ୍ଧ୍ୟାରେ ଖଣ୍ଡଗିରି ଉଦୟଗିରି ମହୋତ୍ସବ
ଆଜି ଖଣ୍ଡଗିରି ପାନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉତ୍ସବରେ ଆର ଡି ଏସ୍କ ଡାନ୍ସ ଗ୍ରୁପ ର କଳାକାରମାନଙ୍କ ଦ୍ବାରା ଗଣେଶ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଓଡ଼ିଶୀ ନୃତ୍ୟଙ୍ଗନା ଶ୍ରାବଣୀ ଦାସଙ୍କ ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲେ ପରେ ସୁର ସାଗର ମୂଜିକାଲ ଗ୍ରୁପ ଦୀପକ କୁମାର ଦ୍ଵାରା ବର୍ଣ୍ଣାଢ଼୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ଙ୍କ ଓସଦ ନେଇଆ,ପ୍ରଜ୍ଞା ହୋତା ଙ୍କ ଓ ବେବି ଓ ବେବୀ ଏବଂ ଅକ୍ଷୟ ମହାନ୍ତି ଙ୍କ ଗୀତରେ କୃଷ୍ଣ ଚନ୍ଦ୍ର ସେଠୀଙ୍କ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା କରିଥିଲା ଉପସ୍ଥାପିକା ମୁନ ମୁନ ସିଂ ଏବଂ ସମସ୍ତ କଳାକାରଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ପୁଷ୍ପାଗୁଛ ଏବଂ ଉପଢୋକନ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ,କିରଣ ମାଝୀ,ସକିବା ମୁସାରତ୍, ସୁଜିତ୍ ସ୍ବାଇଁ,ଅନୁଷ୍ଠାନର ସହ ସମ୍ପାଦକ ମନୋଜ ବେହେରା, ପୂର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟ ,ହୃଦୟ ବଲ୍ଲଭ ସାମନ୍ତରାୟ, ରାଜେଶ୍ ପାତ୍ର,ଲୋଚନ ଜେନା,ଅଶୋକ ଦାସ ,ପ୍ରମୁଖ ଉପସ୍ଥିତ ଥିଲେ।