୨୦୨୪-୨୦୨୫ କେନ୍ଦ୍ର ବଜେଟର ସାରାଂଶ
୨୦୨୪-୨୦୨୫ କେନ୍ଦ୍ର ବଜେଟର ସାରାଂଶ
ଭୁବନେଶ୍ୱର:ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଗତି କରୁଛି
୫ ବର୍ଷରେ ୪.୧ କୋଟି ଯୁବକଯୁବତୀଙ୍କୁ ରୋଜଗାର, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇଦେବା ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ୨ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍
\’ବିକଶିତ ଭାରତ\’ ଅଭିଯାନ ପାଇଁ ବଜେଟରେ ସମସ୍ତଙ୍କ ପାଇଁ ପର୍ୟ୍ୟାପ୍ତ ସୁଯୋଗ ସୃଷ୍ଟି ପାଇଁ ୯ଟି ପ୍ରାଥମିକତା ଉପରେ ନିରନ୍ତର ପ୍ରୟାସ ରଖାଯାଇଛି
ବଜେଟ୍ ୨୦୨୪-୨୫ରେ ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଓ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ବ ଦିଆଯାଇଛି
ଚାଷୀଙ୍କୁ ୩୨ଟି କ୍ଷେତ୍ର ଓ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଏବଂ ଜଳବାୟୁ ସହନଶୀଳ ପ୍ରଜାତି ଚାଷ ପାଇଁ ପ୍ରଦାନ କରାଯିବ
ଆଗାମୀ ୨ ବର୍ଷ ମଧ୍ୟରେ ଦେଶର ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ
ଚଳିତ ବର୍ଷ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରାଯାଇଛି
୧୦୦୦ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନର ଉନ୍ନତିକରଣ କରାଯିବ
ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଅନ୍ତର୍ଭୁକ୍ତ କରି ପୂର୍ବାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିବେ
ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ମହିଳା ଓ ବାଳିକାମାନଙ୍କୁ ଉପକୃତ କରୁଥିବା ଯୋଜନା ପାଇଁ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି
ଚଳିତ ବର୍ଷ ଗ୍ରାମୀଣ ଭିତ୍ତିଭୂମି ସମେତ ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି
ମୁଦ୍ରା ଋଣସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ
୫ ବର୍ଷରେ ୧ କୋଟି ଯୁବକଯୁବତୀଙ୍କୁ ୫୦୦ ଶ୍ରେଷ୍ଠ କମ୍ପାନୀରେ ଇଣ୍ଟରନସିପ୍ ସୁଯୋଗ ଦେବା ପାଇଁ ସରକାର ଏକ ବ୍ୟାପକ ଯୋଜନା ଆରମ୍ଭ କରିବେ