Search for:
  • Home/
  • ରାଜ୍ୟ/
  • କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Spread the love

Loading

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ପୋଷ୍ଟ ହୋଇଛି : ୨୧ ଜୁନ୍ ୨୦୨୪ , ସନ୍ଧ୍ୟା ୬:୩୮, ପିଆଇବି , ଦିଲ୍ଲୀ
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗର ଶକ୍ତିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଭାରତୀୟ ଯୋଗ ଅଭ୍ୟାସକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଶ୍ରେୟ ଦେଇଥିଲେ । ଯୋଗପ୍ରେମୀମାନେ ଆଜି ବିଶ୍ୱ ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଯୋଗଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ତାମିଲନାଡୁର ନୀଳଗିରି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପେରିଆନାୟକନ ପଲାୟମ ଅଞ୍ଚଳରେ ଥିବା ରାମକୃଷ୍ଣ ମିଶନ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗାନ୍ ଯୋଗ ଦେଇଥିଲେ । ତାଙ୍କ ସହ ରାମକୃଷ୍ଣ ମିଶନ ବିଦ୍ୟାଳୟ କମ୍ପାନୀ ସେକ୍ରେଟାରୀ ସ୍ୱାମୀ କରିସ୍ମାନନ୍ଦ ମହାରାଜ ଉପସ୍ଥିତ ଥିଲେ ।
ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ମହାନିର୍ଦ୍ଦେଶିକା ଶେଫାଳି ଶରଣଙ୍କ ନେତୃତ୍ୱରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ ।

Leave A Comment

All fields marked with an asterisk (*) are required