କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଫରୱାର୍ଡ଼ ବ୍ଲକ୍
କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଫରୱାର୍ଡ଼ ବ୍ଲକ୍
ଭୁବନେଶ୍ୱର , ରାଜ୍ୟ ସରକାର କଟକ ଖାନନଗର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନୂତନ ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣ କରିଛନ୍ତି । ଯାହାକୁ ଆଜି ଆନୁଷ୍ଠାନିକ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ବସ ଟର୍ମିନାଲରେ ଉପଲବ୍ଧ ହେବାକୁ ଥିବା ବ୍ୟବସ୍ଥା ଖୁବ୍ ଉଚ୍ଚକୋଟିର । ଭାରତ ବର୍ଷର ମହାନ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନିର୍ମିତ ଏହି ବସ ଟର୍ମିନାଲ ନିଶ୍ଚିତ ଭାବରେ କଟକ ସହର ସର୍ବୋପରି ଓଡ଼ିଶା ରାଜ୍ୟର ଗରିମା ବୃଦ୍ଧିରେ ସହାୟକ ହେବ ଏବଂ ଆଗାମୀ ପିଢ଼ୀ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରକାଶ କରାଯାଇଛି । କୋଟି କୋଟି ଭାରତୀୟଙ୍କ ହୃଦୟର ମହାନାୟକ, ଆଜାଦ୍ ହିନ୍ଦ୍ ଫୌଜ ଏବଂ ଫରୱାର୍ଡ଼ ବ୍ଲକ୍ର ପ୍ରତିଷ୍ଠାତା ନେତାଜୀ ସୁଭାଷଙ୍କ ନାମରେ ଏଭଳି ଏକ ଉଚ୍ଚ କୋଟିର ବସ ଟର୍ମିନାଲ ନିର୍ମାଣ କରାଇ ଏହାକୁ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବାରୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । ନେତାଜୀଙ୍କ ଜନ୍ମମାଟି କଟକ ସହରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ ହୋଇଥିବାରୁ କଟକ ସହରବାସୀଙ୍କୁ ମଧ୍ୟ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି ।