କସ୍ତୁରବା ଶିକ୍ଷାଶ୍ରମରେ ମାତୃ ସମ୍ମିଳନୀ ପାଳିତ।
କସ୍ତୁରବା ଶିକ୍ଷାଶ୍ରମରେ ମାତୃ ସମ୍ମିଳନୀ ପାଳିତ
ଭୁବନେଶ୍ୱର, ୧୬.୭ : ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଦିନ ‘ମାତୃ ସମ୍ମିଳନୀ’ ମହାସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅବସରପ୍ରାପ୍ତ
ନିର୍ଦ୍ଦେଶିକା ଶ୍ରୀମତୀ ପ୍ରିତି ପ୍ରତିଭା ଭୋଳ ଯୋଗଦେଇ ଆଦର୍ଶ ଶିଶୁ ଗଠନରେ ମା’ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡ଼ିଶା
ରାଜ୍ୟ ମହିଳା କମିଶନର ଶ୍ରୀମତୀ ମିନତୀ ବେହେରା ଯୋଗଦେଇ ପରିବେଶ ସଚେତନତା, ଶିଶୁ ଜୀବନଚର୍ଯ୍ୟାରେ ମା’ଙ୍କ ଭୂମିକା ସମ୍ପର୍କରେ ଦିଗ୍ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ବ୍ରହ୍ମବିଦ୍ୟା ତାଲିମ କେନ୍ଦ୍ରର ଡଃ ସତ୍ୟସ୍ମିତା ଜେନା ଯୋଗଦେଇ ସୁନ୍ଦର ସ୍ୱାସ୍ଥ୍ୟ ଗଠନ ଦିଗରେ ମା’ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ
କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ୩୭ ନମ୍ବର ୱାଡର଼୍ର କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ ଯୋଗଦେଇ ଶିଶୁ ଗଠନରେ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ବୁଝାଇଥିଲେ ।
ବିଦ୍ୟାଳୟର ପ୍ରଧାନ·ର୍ଯ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ବିଦ୍ୟାଳୟ ପ୍ରତି ମା’ମାନଙ୍କ ସଚେତନତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମା’ମାନଙ୍କ
ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ସେହିପରି କୃତୀ ଛାତ୍ରଛାତ୍ରୀମାନଙ୍କ ମା’ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଆ·ର୍ଯ୍ୟା
ପ୍ରମୋଦା ଧଳ ସଭାକାର୍ଯ୍ୟ ପରି·ଳନା କରିଥିଲେ ଏବଂ ଆ·ର୍ଯ୍ୟା ଜ୍ୟୋତି ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପ୍ରସାଦ ସେବନ କରାଯାଇଥିଲା ଏବଂ ସମସ୍ତ
ଆ·ର୍ଯ୍ୟ, ଆ·ର୍ଯ୍ୟା, ସେବକ ଏବଂ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଭାବେ ସମ୍ପାଦନ ହୋଇଥିଲା ।