Search for:
  • Home/
  • ରାଜ୍ୟ/
  • କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ବନ୍ଦେ ଉତ୍କଳ ଜନନୀ ଗାନ ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ବନ୍ଦେ ଉତ୍କଳ ଜନନୀ ଗାନ ।

Spread the love

Loading

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ବନ୍ଦେ ଉତ୍କଳ ଜନନୀ ଗାନ ।
Bhubaneswar l ଉତ୍କଳ ଦିବସ ଅବସରରେ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସଂଗଠନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ହାଲୋ ହାଏ ପରିବର୍ତ୍ତେ ବନ୍ଦେ ଉତ୍କଳ ଜନନୀ କହିବାକୁ ଜନସାଧାରଣଙ୍କୁ ସଂଗଠନ ନିବେଦନ କରିଥିଲା । ଯୁବ ସମାଜସେବୀ ମାନସ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆଠଗଡ଼ ର ବିଶିଷ୍ଟ ସମାଜସେବୀ ଯୁବନେତା ମାନସ ବସ୍ତିଆ ଯୋଗଦେଇ ଆଜିର ଦିବସ କୋଟି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଦିବସ ବୋଲି ବିବେଚନା କରିଥିଲେ । ବରିଷ୍ଠ ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ଗୁରୁପଦ ନାଥ, ଯୁବ ସମାଜସେବୀ ଡ଼ି ସନ୍ତୋଷ, ତାପସ ମହାପାତ୍ର ଓ ସନ୍ତୋଷ କୁମାର ବରାଳ ପ୍ରମୁଖ ଯୋଗଦେଇଥିଲେ । ସଂଗଠନର ପ୍ରତିଷ୍ଠାତା ତଥା ଓଡିଶା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ବାପୁଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required