କାହାଣୀ ଉତ୍ସବରେ ଓଡ଼ିଶାର କଥା ପାର୍କରେ ଆରମ୍ଭ ହେଲା ଗପ ଆସର
କାହାଣୀ ଉତ୍ସବରେ ଓଡ଼ିଶାର କଥା
ପାର୍କରେ ଆରମ୍ଭ ହେଲା ଗପ ଆସର
ସବୁବର୍ଗଙ୍କୁ ଆକର୍ଷିତ କରିଛି ଏଥର କାହାଣୀ ଉତ୍ସବ
ଭୁବନେଶ୍ଵର -ଚାଲିଛି କାହାଣୀର ସମ୍ଭାର l ରାଜ୍ୟରେ ପ୍ରଥମ ଥର ବିଶ୍ଵ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଗୋଟି ପାର୍କରେ ଆରମ୍ଭ ହୋଇଛି ଭୁବନେଶ୍ୱର କାହାଣୀ ଉତ୍ସବ। ଏହି କାହାଣୀ ଉତ୍ସବରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିବେ ରାଜଧାନୀବାସୀ l ତେବେ ପ୍ରଥମ ଦିନରେ ଦିନ ୨.୩୦ ରୁ ସନ୍ଧ୍ୟା ୭ଟା ୩୦ ଇନ୍ଦିରା ଗାନ୍ଧୀ ପାର୍କ,ବୁଦ୍ଧ ଜୟନ୍ତୀ ପାର୍କ,ଏପିଜେ ଅବଦୁଲ କାଲାମ ପାର୍କ ଠାରେ କାହାଣୀ ଶୁଣିଥିଲେ। ଏଥର କାହାଣୀ ଉତ୍ସବ ସବୁ ବର୍ଗଙ୍କୁ ଆକର୍ଷିତ କରିଛି। ପିଲାଠୁ ବୟସ୍କ ସମସ୍ତେ ଆସି ପାର୍କ ରେ ବସି ଗପ ଶୁଣିଥିଲେ।
ପ୍ରଖ୍ଯାତ ଓଡ଼ିଆ କାହାଣୀକାର ଶାଶ୍ୱତୀ ପଟ୍ଟନାୟକ,ପ୍ରାଚୀତାରା,କୁନା ତ୍ରିପାଠୀ,ତପସ୍ୱିନୀ ପଣ୍ଡା,ସୁଜାତା ପ୍ରିୟମ୍ବଦା,ଶାଶ୍ୱତୀ ନନ୍ଦ ଶତପଥୀ ହୃଦୟ ରଞ୍ଜନ,ମୀରା ଦାସ,ଅଙ୍କିତା ପଟ୍ଟନାୟକ, ରିତେନ ପଟ୍ଟନାୟକ, ଗୌରହରି ବିଶ୍ଵାଳ,ବସନ୍ତ ସାହୁ, ଶିବାନୀ ଦାସ, ବିଦ୍ୟୁତ ଲତା ପାଣିଗ୍ରାହୀ, ସ୍ଵାଗତିକା ସେଠୀ,ସବିତା ପଟ୍ଟନାୟକ, ଆକାଶ ଦାସ ନାୟକ, ଯଶସ୍ୱୀନୀ ମହାପାତ୍ର,ଲୋପାମୁଦ୍ରା ମହାନ୍ତି, ସନ୍ତକାର,ସତ୍ୟବ୍ରତ ମହାପାତ୍ର, ବର୍ଷା ମିଶ୍ର, ସମ୍ପଦ୍ ମହାପାତ୍ରଙ୍କ କାହାଣୀକୁ ମନଭରି ଉପଭୋଗ କରିଥିଲେ l