Search for:
  • Home/
  • ରାଜ୍ୟ/
  • ଜୁଲାଇ ୨ରେ ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ

ଜୁଲାଇ ୨ରେ ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ

Spread the love

Loading

ଜୁଲାଇ ୨ରେ ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ
ଭୁବନେଶ୍ୱର: ଓଡ଼ିଆ ଭାଷା-ସାହିତ୍ୟ, କଳା-ସଂସ୍କୃତି, ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରତି ପୂର୍ଣ୍ଣ ସମର୍ପିତ ରହି ପ୍ରତି ମାସରେ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ସର୍ବଜନାଦୃତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ ଜୁଲାଇ ୨ ତାରିଖରେ ସ୍ଥାନୀୟ ମେ ଫେୟାର୍‍ କନ୍‍ଭେନସନ ହଲ୍‍ରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ‘କାଦମ୍ବିନୀ’ ପକ୍ଷରୁ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଦିବସବ୍ୟାପୀ ଏହି ସମାରୋହରେ ଉଦ୍‍ଘାଟକ ଓ ମୁଖ୍ୟଅତିଥି ଭାବେ ଯୋଗଦେବେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଦ୍‍ଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବରିଷ୍ଠ ନାଟ୍ୟକାର ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର । ପରେ ପରେ ଦୁଇଟି ଆଲୋଚନା ଅଧିବେଶନରେ ଆଲୋଚକ ଭାବେ ଯୋଗଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସବିତା ପ୍ରଧାନ, ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ, ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଲିତ, ସାହିତ୍ୟିକ ଶ୍ରୀଯୁକ୍ତ ପରମେଶ୍ୱର ମୁଣ୍ଡ, ନୃତ୍ୟଗୁରୁ ଶ୍ରୀମତୀ ସ୍ନେହପ୍ରଭା ସାମନ୍ତରାୟ, ମୁମ୍ବାଇର ଲୋକପ୍ରିୟ ଅଭିନେତ୍ରୀ ଓ ମଡ଼େଲ୍‍ ଆମି ବରୁଆ ଓ ମୀରା ଚୋପ୍ରା, ମୁମ୍ବାଇର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଓ ମଡ଼େଲ୍‍ ଅଭୟ ବର୍ମା, ସୁପରିଚିତ ଅଭିନେତା ସବ୍ୟସାଚୀ ମିଶ୍ର, ଆଥ୍‍ଲେଟ୍‍ ଅନୁରାଧା ବିଶ୍ୱାଳ, କରାଟିକା ଭାଲିନା ଭାଲେଣ୍ଟିନା, ସେଫ୍‍ ସ୍ମୃତିଶ୍ରୀ ସିଂହ ପ୍ରମୁଖ । ଏହି ଅବସରରେ ବିବିଧ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ସାରସ୍ୱତ ଉତ୍ସବରେ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗ ଦେବାପାଇଁ ‘କାଦମ୍ବିନୀ’ ପ୍ରତିଷ୍ଠାତା, ଦିଗ୍‍ଦର୍ଶକ ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି ।

Leave A Comment

All fields marked with an asterisk (*) are required