Search for:
  • Home/
  • Bda/
  • ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ

Spread the love

Loading

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ

ଭୁବନେଶ୍ୱର;ତା 04।01।2025 ରିଖ:ଭୁବନେଶ୍ୱର ସହରକୁ କୈଶୋରବନ୍ଧୁ ସହର ଭାବେ ଗଢିତୋଳିବା ପାଇଁ ଆରମ୍ଭ ହୋଇଛି ନୂତନ ପ୍ରୟାସ । ଆଜି ପୂର୍ବାହ୍ନରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଯୁବାସ୍କେପ-2025ର କୈଶୋର ସୁଲଭ ସର୍ବସାଧାରଣ ସ୍ଥାନ ଜନିତ ପ୍ରୟାସର ପରୀକ୍ଷଣ ମୂଳକ ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପଦକ୍ଷେପ ଜରିଆରେ ସହରର ଦୁଇଟି ସ୍ଥାନ-ରାଜଧାନୀ ମହାବିଦ୍ୟାଳୟ ସମ୍ମୁଖ ଏବଂ ୟୁନିଟ୍ 9 ସ୍ଥିତ ଭୀମଭୋଇ ଷ୍ଟ୍ରିଟକୁ ବିଭିନ୍ନ ପ୍ରକାର ଡିଜାଇନ କରାଯାଇଥିଲା । ରାଜଧାନୀ ମହାବିଦ୍ୟାଳୟ ସମ୍ମୁଖରେ କିଶୋର କିଶୋରୀଙ୍କ ପାଇଁ ବସିବା ସ୍ଥାନ, ଆଲୋଚନା ସ୍ଥାନ, ବିଭିନ୍ନ ପ୍ରକାର ଖେଳ, ପଜଲ ଗେମ୍ସ, ବର୍ଜ୍ୟରୁ ସୌନ୍ଦର୍ଯ୍ୟ ଓ ବ୍ୟବହାର ସାମଗ୍ରୀ ଇତ୍ୟାଦି ସ୍ଥାନ ପାଇଛି । ତେବେ ଏଠାରେ କିଶୋର କିଶୋରୀଙ୍କ ପାଇଁ ସୁନ୍ଦର ପରିବେଷଶ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ କୈଶୋର ଚିନ୍ତନ, ସୃଜନଶୀଳତାର ବିକାଶ, ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ଏହାର ମୂଳ ଲକ୍ଷ୍ୟ । ଅନ୍ୟପକ୍ଷରେ ଭୀମ ଭୋଇ ଷ୍ଟ୍ରିଟରେ ଭିନ୍ନକ୍ଷମ କିଶୋର କିଶୋରୀଙ୍କ ପାଇଁ ଭିନ୍ନ ଅନୁଭବର ଚଲାବାଟ, ବ୍ରେଲି ଲିପିରେ ସଂକେତ, ନ ଦେଖି ବିଭିନ୍ନ ପଦାର୍ଥର ସ୍ପର୍ଶ ଅନୁଭବ, ବିବିଧ ସଂକେତ ଇତ୍ୟାଦି ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଭିନ୍ନକ୍ଷମ କୈଶୋରମାନଙ୍କର ବୌଦ୍ଧିକ, ସାମାଜିକ ବିକାଶରେ ବେଶ ସହାୟକ ହୋଇପାରିବ ।
ସୂଚନାଯୋଗ୍ୟକି ଭୁବନେଶ୍ୱର ଏକ ଉତ୍ତମ ବାସୋପଯୋଗୀ ସହରର ମାନ୍ୟତା ପାଇଥିବା ବେଳେ ଶିଶୁବନ୍ଧୁ ସହର ଭାବେ ସ୍ମାର୍ଟ ସିଟି ପ୍ରକଳ୍ପରେ ଏହାର ସ୍ୱତନ୍ତ୍ରତା ରହିଛି । ଆଜିର ସଂପୃକ୍ତ ସଂସ୍ଥାଗୁଡିକର ମିଳିତ ପ୍ରୟାସ ସହରକୁ କିଶୋର କିଶୋରୀଙ୍କ ମନୋସାମାଜିକ ଅଭିବୃଦ୍ଧିକୁ ଏହା ଆଗେଇ ନେବ ବୋଲି ଉକ୍ତ ପରୀକ୍ଷଣ ମୂଳକ ପ୍ରୟାସରୁ ଆଶା କରିଛନ୍ତି ମାନନୀୟା ମେୟର । ଆଜି ଆରମ୍ଭ ହୋଇଥିବା ଅଭିଯାନର କାର୍ଯ୍ୟକ୍ରମ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ବି ଏମ୍ ସି ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ, ଅଭିଯୋଗ ସମାଧାନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ବିନୟିନୀ ଜେନା, ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ସାଉଥ୍-ଓ୍ୱେଷ୍ଟ ଜୋନାଲ କମିଶନର ଶ୍ରୀ ରାକେଶ ପାତ୍ରଙ୍କ ସମେତ ଆୟୋଜକ ଆଇନାର ଶ୍ରୀମତୀ ସ୍ନେହ ମିଶ୍ର, ଓ୍ୱାର୍ଲ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required