ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ!
ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ: ୩ ବିଭାଗରେ ୧୮୧ ଜଣ
ଭୁବନେଶ୍ବର: ୧୩.୦୭ ଆଜି ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ନବନିଯୁକ୍ତଙ୍କୁ ସ୍ବାଗତ କରିଥିଲେ। ଆଜିର ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସରକାରୀ ନିର୍ଦ୍ଦେଶକ ( ବିଧି )ଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ୧୫ ସହକାରୀ ପରିସଂଖ୍ୟନ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ଥିଲେ।