ସୁଦୀପଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ଯୁବ କଂଗ୍ରେସ
ସୁଦୀପଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ଯୁବ କଂଗ୍ରେସ
ଭୁବନେଶ୍ୱର ତା. ୦୩.୦୭- ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପାଇଁ ଯୁବ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁଦୀପ ସାମଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିବା ନେଇ ଆଜି ଏକ ପ୍ରେସ ବିବୃତି ଜାରି କରିଛନ୍ତି ଅଖିଳ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ଶ୍ରୀ ମିଲିନ୍ଦ ଗୌତମ । ଶ୍ରୀ ସାମଲ ପୂର୍ବଭଳି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟ ସମ୍ପାଦନ କରିବେ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।