ଭୁବନେଶ୍ୱର ମୁ୍ୟଜିକ ସର୍କଲର ବାର୍ଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’
ଭୁବନେଶ୍ୱର ମୁ୍ୟଜିକ ସର୍କଲର ବାର୍ଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’ ଏକ ବର୍ଣ୍ଣାଢ୍ୟ ପରିବେଶରେ ରବିନ୍ଦ୍ର ମଣ୍ଡପରେ ଉଦ୍ଘାଟିତ
ଭୁବନେଶ୍ୱର : – JSW Foundation ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ‘ରାଗୋତ୍ସବ ୨୦୨୩’ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆଜି ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍ଘାଟିତ ହୋଇଯାଇଅଛି । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ଓ ପ୍ରସାର ଏହି ଉତ୍ସବର ମୂଳ ଉଦେ୍ର୍ଦଶ୍ୟ । ଏହି ଉତ୍ସବ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ସଂଧ୍ୟା ୬.୩୦ ଘଟିକାରୁ ଅନୁଷ୍ଠିତ ହେବ ।
ସଂଧ୍ୟାର ପ୍ରଥମ ପରିବେଷଣ ତାଳବାଦ୍ୟ ପ୍ରକୃତି ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ ତବଲା ବାଦକ ଡ଼. ସନ୍ଦିପ୍ ରାଉତ ଓ ସାଥୀ । ସେମାନଙ୍କ ପ୍ରସ୍ତୁତିରେ ଥିଲା ୧୧ ଗୋଟି ଅଲଗା ଅଲଗା ବାଦ୍ୟଯନ୍ତ୍ର ସମଷ୍ଟିରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ । ସାଥୀ କଳାକାରମାନେ ଥିଲେ ମର୍ଦ୍ଦଳରେ ଜଳନ୍ଧର ନାୟକ, ଖୋଳରେ ତପନ ପଢିଆରି, ଖଞ୍ଜଣୀରେ ପ୍ରକାଶ ବେହେରା, ନାଲ୍ରେ ଦିପ୍ତି ରଞ୍ଜନ ବେହେରା, ଢୋଲକ୍ରେ ଲଳିତ୍ କୁମାର କର, ଯୋଡ଼ିନାଗରାରେ ବିକି ମହାଲିଙ୍ଗ୍, ଢୋଲରେ କ୍ରୀଷ୍ଣ ରାଜ ପତି, ହାରମୋନିୟମ୍ରେ ଧନେଶ୍ୱର ଓଝା, ବଂଶୀରେ ଶ୍ରୀନିବାସ ଶତପଥୀ ଏବଂ ପରକ୍ୟୁଶନରେ ଅବିନାଶ ପତି ।
ସଂଧ୍ୟାର ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ହୀନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତର ଯୁଗଳବନ୍ଦୀ ଯାହାକୁ ପରିବେଷଣ କରିଥିଲେ ସବିନା ମମ୍ତାଜ୍ ଇସ୍ଲାମ୍ ଓ ସଂଯୁକ୍ତା ବିଶ୍ୱାସ । ଦୁଇଜଣଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେମାନଙ୍କୁ ତବଲାରେ ପଣ୍ଡିତ ଅଶୋକ ମୁଖାର୍ଜୀ, ହାରମୋନିୟମ୍ରେ ରୂପଶ୍ରୀ ଭଟ୍ଟାଚାର୍ଯ୍ୟ ଏବଂ ତାନପୁରାରେ ପଦ୍ମାଳୟା ରଣା ଓ ସ୍ୱର୍ଣ୍ଣ ପ୍ରୀୟ ତରାଇ ସହଯୋଗ କରିଥିଲେ ।
ଉଦ୍ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମୁ୍ୟଜିକ ସର୍କଲର ସଭାପତି ଅରବିନ୍ଦ ବେହେରା; JSW Foundation ସି.ଏସ୍.ଆର ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ ଓ ଭୁବନେଶ୍ୱର ମୁ୍ୟଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଚାଳନାରେ ସାହାଯ୍ୟ କରିଥିଲେ ଡ଼ଃ. ସଙ୍ଗୀତା ଗୋସାଇଁ ।