ପୂର୍ବ ସରକାରଙ୍କ ୪୦ଟି ଯୋଜନା ର ନାମ ବଦଳିଲା ବଜେଟରେ ବଦଳିଲା ବିଭିନ୍ନ ଯୋଜନାର ନାଁ
ବଜେଟରେ ବଦଳିଲା ବିଭିନ୍ନ ଯୋଜନାର ନାଁ: ‘କାଳିଆ’ ହେଲା ‘ସିଏମ କିଷାନ’, ‘ଆହାର’ ହେଲା ‘ଶ୍ରୀ ଅନ୍ନ’
ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ। ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏହି ବଜେଟରେ ଅନେକ ଯୋଜନାର ନାଁ ବଦଳେଇଛନ୍ତି ସରକାର । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର।
ପୂର୍ବ ସରକାରଙ୍କ ୪୦ଟି ଯୋଜନା ର ନାମ ବଦଳିଲା
ବଦଳିଗଲା ବିଏସକେୱାଇ ନାଁ
-ନାଁ ବଦଳି ହେଲା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା
-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି
-ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି
ବଦଳିଗଲା କାଳିଆ ଯୋଜନାର ନାଁ
-କାଳିଆ ଯୋଜନା ହେଲା ସିଏମ କିଷାନ
-ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି
-ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି
ଆହାର କେନ୍ଦ୍ର ବଦଳାଇ – ଶ୍ରୀ ଅନ୍ନ ଯୋଜନା
-ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି
ବଦଳିଲା ମୋ ସ୍କୁଲ ଯୋଜନାର ନାଁ
-ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
-ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା
ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା
ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା
ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ୟୟବରାଦ
ମେକ୍ ଇନ୍ ଓଡ଼ିଶା- ଉତ୍କର୍ଷ ଉତ୍କଳ