Search for:
  • Home/
  • ରାଜ୍ୟ/
  • ଓଡ଼଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଖଣିଜ ସମ୍ପଦ ଉପରେ ସେସ୍ ଓ କର ଆଦାୟ ପୁନଃବିଚାର ପିଟିସନ୍ ପ୍ରତ୍ୟାହାର କରାଯାଉ

ଓଡ଼଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଖଣିଜ ସମ୍ପଦ ଉପରେ ସେସ୍ ଓ କର ଆଦାୟ ପୁନଃବିଚାର ପିଟିସନ୍ ପ୍ରତ୍ୟାହାର କରାଯାଉ

Spread the love

Loading

ଭୁବନେଶ୍ୱର:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ୧୫ ତାରିଖରେ ଜାରି ହୋଇଥିବା ପ୍ରେସ୍ ବାର୍ତ୍ତାର ଓଡ଼ିଆ ସାରାଂଶ । ମୂଳ ପ୍ରେସ୍ ବାର୍ତ୍ତା ୨ୟ ପୃଷ୍ଠାରେ ପ୍ରଦତ୍ତ ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ
ଓଡ଼଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଖଣିଜ ସମ୍ପଦ ଉପରେ ସେସ୍ ଓ କର ଆଦାୟ ପୁନଃବିଚାର ପିଟିସନ୍ ପ୍ରତ୍ୟାହାର କରାଯାଉ
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି । ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଜୁଲାଇ ୨୫ ଏøତିହାସିକ ରାୟରେ ରାଜ୍ୟ ଗୁଡ଼ିକୁ ଖଣିଜ ସମ୍ପଦ ଓ ଖଣିଜ ଗଚ୍ଛିତ ଅଞ୍ଚଳ ଉପରେ ସେସ୍ ଓ କର ଆଦାୟ ପାଇଁ ଅଧିକାର ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ପୁନଃବିଚାର ପିଟିସନ୍ ଦାଖଲ କରିଛନ୍ତି । ଏହା ଓଡ଼ିଶାର ବୃହତ୍ତର ସ୍ୱାର୍ଥ ବିରୋଧୀ । ତେଣୁ ଏହି ପିଟିସନ୍ ପ୍ରତ୍ୟାହର କରିନେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି ।
ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଜୁଲାଇ ୨୫ ଏବଂ ଅଗଷ୍ଟ ୧୦ର ଏହି ଏøତିହାସିକ ରାୟ କାର୍ଯ୍ୟକାରୀ ହୋଇପାରିଲେ ଓଡ଼଼଼ିଶା ବାର୍ଷିକ ପ୍ରାୟ ୫୦ ହଜାର କୋଟି ଟଙ୍କା ଖଣିଜ ସମ୍ପଦରୁ ସେସ୍ ଓ କର ଆଦାୟ କରିପାରିବ । ଏହା ସହ ୨୦୦୫ ମସିହା ଠାରୁ ବକେୟା ୧.୫ ଲକ୍ଷ କୋଟି ଟଙ୍କା ରାଜସ୍ୱ ମଧ୍ୟ ଆଦାୟ କରିଯାଇପାରିବ । ଏହା ରାଜ୍ୟ ଅର୍ଥନୀତିକୁ ସମୃଦ୍ଧଶାଳୀ କରିବା ସହିତ ଓଡ଼ିଶାର ଦାରିଦ୍ର‌୍ୟତା ଓ ଅନଗ୍ରସରତାକୁ ହ୍ରାସ କରିବାରେ ସହାୟକ ହେବ ।
ଦେଶର ପ୍ରଚୁର ପରିମାଣର ଖଣିଜ ସମ୍ପଦ ଓଡ଼ିଶାରେ ଗଚ୍ଛିତ ଅଛି । ଦୁଃଖ ଓ ପରିତାପର ବିଷୟ ଓଡ଼ିଶା ଦେଶର ସବୁଠୁ ଗରିବ ରାଜ୍ୟ ଯାହାର ମାନବ ସମ୍ବଳ ସର୍ବାଧିକ ଦାଦନ ଶ୍ରମିକ ଭାବେ ନିୟୋଜିତ । କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ପୁନଃବିଚାର ପିଟିସନ୍ ଓଡ଼ିଶାର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଗୌଣ କରୁଛି । ଏହି ପିଟିସନ୍ ପ୍ରତ୍ୟାହାର ହୋଇପାରିଲେ ଓଡ଼ିଶା ଖଣିଜ ସମ୍ପଦର ଉଚିତ୍ ମୂଲ୍ୟ ପାଇବା ସହ ସେସ୍ ଓ କର ଆକାରରେ ମିଳିବାକୁ ଥିବା ଅର୍ଥ ଲୋକଙ୍କ ହିତରେ ଆସିପାରିବ ।
ଗୋଟିଏ ପଟେ ଓଡ଼ିଶା ହାତରୁ ତାହାର ମୌଳିକ ଅର୍ଥନୈତିକ ଅଧିକାର ଛଡ଼ାଇ ନିଆଯାଉଛି । ଅପର ପକ୍ଷରେ ତଥାକଥିତ ସୁଭଦ୍ରା ଯୋଜନା ନାଁରେ ଓଡ଼ିଶାର ମା-ଭଉଣୀ ମାନଙ୍କୁ ଦୈନିକ ମାତ୍ର ୨୭ ଟଙ୍କା ପ୍ରଦାନ କରିବାର କ’ଣ ଯଥାର୍ଥତା? ଏହା କି ପ୍ରକାର ନ୍ୟାୟ?
କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟବର ସୁପ୍ରିମ୍ କୋର୍ଟରେ ଦାଖଲ ହୋଇଥିବା ପୁନଃବିଚାର ପିଟିସନ୍ ଓଡ଼ିଶାର ସାମଗ୍ରିକ ସ୍ୱାର୍ଥ ବିରୋଧୀ । ଏହା କିଛି ହାତଗଣତି କର୍ପୋରେଟ୍ କମ୍ପାନୀ ଏବଂ ଖଣି ମାଲିକଙ୍କ ସ୍ୱାର୍ଥ ସାଧନ କରିବା ପାଇଁ ପ୍ରାଣୋଦିତ । ତେଣୁ କେନ୍ଦ୍ର ସରକାର ଏହି ପୁନଃବିଚାର ପିଟିସନ୍‌କୁ ପ୍ରତ୍ୟାହାର କରିବେ ବୋଲି ଆଶା ବ୍ୟକ୍ତ କରୁଛି ।

Leave A Comment

All fields marked with an asterisk (*) are required