Search for:
  • Home/
  • ରାଜ୍ୟ/
  • ସମ୍ବିଧାନ ଅନୁସାରେ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ଲାଗୁ କରାଯାଉ. ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର .

ସମ୍ବିଧାନ ଅନୁସାରେ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ଲାଗୁ କରାଯାଉ. ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର .

Spread the love

Loading

ପ୍ରିୟ ମୁଖ୍ୟମନ୍ତ୍ରୀ,
ନୂତନ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଆପଣଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ତୁରନ୍ତ ସମାଧାନ ଆଶା କରୁଛି ।
ଆପଣ ଜାଣନ୍ତି ଉଚ୍ଚଶିକ୍ଷା ବିଶେଷ କରି ମେଡ଼ିକାଲ ଓ ଇଂଜିନିୟରିଂ ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗ (ଯାହାର ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫୪%) ଛାତ୍ରଛାତ୍ରୀଙ୍କ ପାଇଁ ଆମ ରାଜ୍ୟରେ ଆଦୌ ସଂରକ୍ଷଣ ନାହିଁ । ଦେଶର ପ୍ରାୟ ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏହି ବର୍ଗର ସଂରକ୍ଷଣ ବ୍ୟବସ୍ଥା ୨୦୦୬ ମସିହାରୁ ପ୍ରଚଳିତ ଅଛି । ଠିକ୍ ସେହିଭଳି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୪୦% ପରିବର୍ତେ ମାତ୍ର ୨୦ % ସଂରକ୍ଷଣ ଦିଆଯାଉଛି ।
ଗତ ଶିକ୍ଷା ବର୍ଷ ଠାରୁ ଆମ ରାଜ୍ୟରେ ସାଧାରଣ ବର୍ଗ (ଯାହାଙ୍କ ସଂଖ୍ୟା ରାଜ୍ୟରେ ମାତ୍ର ୬%) ସେମାନଙ୍କ ପାଇଁ ୧୦% ସଂରକ୍ଷଣ (ଋଡଝ) ଲାଗୁ କରାଯାଇଛି । ଋଡଝ ସଂରକ୍ଷଣ ଲାଗୁ ହେଲାପରେ ରାଜ୍ୟରେ ସମୁଦାୟ (୨୨୦୦ ମେଡ଼ିକାଲ ସିଟ୍‌ରୁ) ସାଧାରଣ ବର୍ଗର ଛାତ୍ରଛାତ୍ରୀ ୨୦୦ ସିଟ୍ ପାଇବା ସହ ଅଣସଂରକ୍ଷିତ ଅନ୍ୟ ସିଟ୍‌ରୁ ୫୦% ସିଟ୍ ମେରିଟ୍ ନାଁରେ ପାଇଗଲେ । ଙଈଉ ଌ ଝଋଈଉ ଛାତ୍ରଛାତ୍ରୀ ଆଦୌ ଗୋଟିଏ ସିଟ୍ ପାଇଲେ ନାହିଁ । ଯଦି ସଂଖ୍ୟାନୁସାରେ ସଂରକ୍ଷଣ ଦିଆ ଯାଏ ତେବେ ସେହି ବର୍ଗର ଛାତ୍ରଛାତ୍ରୀ ମାନେ ଅତି କମ୍‌ରେ ୧୦୦୦ ସିଟ୍ ପାଇବେ । ଠିକ୍ ସେହିଭଳି ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ୪୦% ସଂରକ୍ଷଣ ଦିଆଗଲେ ସେମାନେ ଆହୁରି ୪୦୦ ସିଟ୍ ପାଇବେ । ଏହି ଅନ୍ୟାୟ ପୂର୍ବକ ବନ୍‌ଟଂନ ଓ ସାମ୍ବିଧାନିକ ଅଧିକାରରୁ ବନ୍‌ଚିତ ପଛୁଆବର୍ଗ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆପଣ ଆଗେଇ ଆସିବେ ବୋଲି ଆଶା କରୁଛି । ପୂର୍ବ ସରକାର ଏ ସମ୍ପର୍କରେ ଆଦୌ କର୍ଣ୍ଣପାତ କରିଲେ ନାହିଁ ।
ବି.ଦ୍ର :- ଉଚ୍ଚଶିକ୍ଷାରେ ସଂରକ୍ଷଣ ସମ୍ବିଧାନ ଅନୁସାରେ ଲାଗୁ ହୋଇ ନ ଥିବାରୁ ଦୀର୍ଘ ୧୭ ବର୍ଷ ଧରି ପ୍ରାୟ ୫,୧୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ଏବଂ ପଛୁଆବର୍ଗର ପ୍ରାୟ ୭,୦୦୦ ଛାତ୍ରଛାତ୍ରୀ ଡ଼ାକ୍ତର ହେବାରୁ ବଂନଚିତ ହୋଇଛନ୍ତି ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required